କର୍ଣ୍ଣାଟକ ନିର୍ବାଚନ: ରାଜ୍ୟରେ ଏକାକୀ ବାଜି ମାରିବ କଂଗ୍ରେସ ! ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଲା ସର୍ଭେ ରିପୋର୍ଟ
ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ଉତ୍ସାହ ବଢିବାରେ ଲାଗିଛି । ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ସରକାର ଗଠନ କରିବା ନେଇ ଦାବି କରୁଥିବା ବେଳେ କିଏ ଶାସନ ଭାର ଅକ୍ତିଆର କରିବ ତାକୁ ନେଇ ଲାଗି ରହିଛି ଅଙ୍କ କଷା ।
ରାଜ୍ୟର ସରଗରମ ରାଜନୈତିକ ମାହୋଲ ମଧ୍ୟରେ ବିଜେପି କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଦଳର ବରିଷ୍ଠ ନେତା ବିଜେପି ଛାଡ଼ି କଂଗ୍ରେସ ହାତ ଧରୁଛନ୍ତି । ଏଭଳି ପରିସ୍ଥିତିରେ ଏଥର ନିର୍ବାଚନ ରୋଚର ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି । 224 ଆସନ ବିଶିଷ୍ଟ ରାଜ୍ୟରେ ସରକାର ହାତେଇବା ପାଇଁ ରାଜନୈତିକ ଦଳକୁ 123 ଆସନ ଆବଶ୍ୟକ ।

ଅପରପକ୍ଷରେ ରାଜ୍ୟ ନିର୍ବାଚନକୁ ନେଇ ସର୍ଭେ ରିପୋର୍ଟ ମଧ୍ୟ ପ୍ରକାଶ ପାଉଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ହୋଇଥିବା ଏକ ସର୍ଭେରେ କଂଗ୍ରେସ ଏକାକୀ ବିଜୟ ହାସ କରିବ ବୋଲି ଆକଳନ କରାଯାଇଛି । ଲୋକ ସର୍ଭେ ରିପୋର୍ଟ ଅନୁଯାୟୀ ବର୍ତ୍ତମାନର ଶାସକ ଭାରତୀୟ ଜନତା ପାର୍ଟି 66-69 ଟି ଆସନ ଜିତୁଥିବା ବେଳେ କଂଗ୍ରେସ ଖାତାକୁ ଯିବ 128-131 ଆସନ । 65000 ଲୋକଙ୍କୁ ନେଇ ହୋଇଥିବା ଏହି ସର୍ଭେ ରେ କଂଗ୍ରେସ ସରକାର ଗଢିପାରେ ବୋଲି ଜଣାପଡ଼ିଛି ।
କାହା ଖାତକୁ କେତେ ଆସନ ?
ବିଜେପି : 66-69
କଂଗ୍ରେସ : 128-131
ଜେଡିଏସ୍ : 21-25
ଅନ୍ୟାନ୍ୟ : 0-2
Karnataka mega survey:
After our extended survey till the end of March, we present you the updated numbers for #Karnatakaelections2023.
Projected seats:
▪️BJP 66 - 69
▪️INC 128 - 131
▪️JD(S) 21 - 25
▪️Oth 0 - 2Sample size: 65,000 pic.twitter.com/NqdCPGTe2z
— Lok Poll (@LokPoll) April 17, 2023
ଭୋଟ୍ ସେୟାର ବିଷୟରେ କହିବାକୁ ଗଲେ ମାର୍ଚ୍ଚ ମାସରେ ହୋଇଥିବା ସର୍ଭେରେ ବିଜେପି 30-33 ପ୍ରତିଶତ ଭୋଟ୍ ପାଇଥିବାବେଳେ କଂଗ୍ରେସ ଆକାଉଣ୍ଟରେ 42-45 ପ୍ରତିଶତ ଭୋଟ୍ ପଡ଼ିଛି । ସେହିପରି ଫେବୃଆରୀ ମାସରେ ହୋଇଥିବା ସର୍ଭେରେ ବିଜେପି 33-36 ପ୍ରତିଶତ ଭୋଟ୍ ପାଇଥିବାବେଳେ କଂଗ୍ରେସ 39-42 ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଇଥିଲା । ଅର୍ଥାତ୍ ଗୋଟିଏ ମାସ ମଧ୍ୟରେ କଂଗ୍ରେସର ଭୋଟ୍ ସେୟାରରେ ବୃଦ୍ଧି ହୋଇଥିବା ବେଳେ ବିଜେପି ଭୋଟ୍ ହାର କମୁଥିବା ନେଇ ଦର୍ଶାଯାଇଛି ।
ସୂଚନାଥାଉକି, ମେ 10 ରେ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଫଳାପଳ ମେ 13 ରେ ପ୍ରକାଶ ପାଇବ । ରାଜ୍ୟରେ କିଏ ସରକାର ଗଢିବ ସେ ନେଇ ଫଳାଫଳ ପ୍ରକାଶ ପରେ ସ୍ପଷ୍ଟ ହେବ ।












Click it and Unblock the Notifications