କଂଗ୍ରେସ ଘୋଷଣା ପତ୍ରରେ ପୁରୁଣା ପେନସନ୍ ଲାଗୁ, ମାଗଣା ବିଜୁଳି ପ୍ରତିଶ୍ରୁତି

ବାଙ୍ଗଲୋର : ମେ 10 ରେ କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ପରେ ବିରୋଧୀ କଂଗ୍ରେସ ନିଜର ମେନିଫେଷ୍ଟୋ ଜାରି କରିଛି । ବିଜେପିର ମେନିଫେଷ୍ଟର ଗୋଟିଏ ଦିନ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ କର୍ଣ୍ଣାଟକ ଲୋକଙ୍କ ସାମ୍ନାରେ ଦଳ ପକ୍ଷରୁ ମେନିଫେଷ୍ଟୋ ପ୍ରକାଶ କରିଛନ୍ତି ।
ମାଗଣା ବିଦ୍ୟୁତ୍ ସହିତ ପୁରୁଣା ପେନସନ୍ ଯୋଜନା ପୁନଃ ସ୍ଥାପନ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ଦଳ ମେନିଫେଷ୍ଟୋରେ ପ୍ରତିଶ୍ରୁତି ଦେଇଛି ଯେ କଂଗ୍ରେସ ସରକାର ଆସିବା ପରେ କର୍ଣ୍ଣାଟକରେ 200 ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ ।
ଏହା ବ୍ୟତୀତ ପରିବାରର ପ୍ରତ୍ୟେକ ମହିଳା ମୁଖ୍ୟ ପ୍ରତି ମାସରେ 2000 ଟଙ୍କା ପାଇବେ । ବେକାର ସ୍ନାତକ ଯୁବକମାନେ ଦୁଇ ବର୍ଷ ପାଇଁ ମାସକୁ 3000 ଟଙ୍କା ଏବଂ ବେକାର ଡିପ୍ଲୋମା ଧାରା ମାନେ ମାସକୁ 1,500 ଟଙ୍କା ଭତ୍ତା ପାଇବେ ।
ଏଥିସହିତ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ 10 କିଲୋଗ୍ରାମ ଚାଉଳର ଏକ ଗ୍ୟାରେଣ୍ଟି ମଧ୍ୟ ଦିଆଯାଇଛି । ଆସନ୍ତା 5 ବର୍ଷରେ କୃଷକଙ୍କ କଲ୍ୟାଣ ପାଇଁ 1.5 ଲକ୍ଷ ଟଙ୍କାର ପ୍ରତିଶ୍ରୁତି ଦିଆଯାଇଛି । ଫସଲ ନଷ୍ଟ ହେବା ପରେ କ୍ଷତିପୂରଣ ପାଇଁ 5000 କୋଟି ଟଙ୍କା ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଏହା ସହିତ କ୍ଷୀର ଉପରେ ସବସିଡି 5 ରୁ 7 ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ନଡ଼ିଆ ଚାଷୀ ଏବଂ ଅନ୍ୟମାନଙ୍କ ପାଇଁ MSP ନିଶ୍ଚିତ ହେବ ।
ଏହା ସହିତ ସମସ୍ତ ମହିଳା ନିୟମିତ KSRTC / BMTC ବସ୍ ରେ ମାଗଣା ଯାତ୍ରା କରିବାପାରିବେ । କର୍ଣ୍ଣାଟକ ନିର୍ବାଚନ 2023 ପାଇଁ କଂଗ୍ରେସ ନିଜର ମେନିଫେଷ୍ଟୋରେ କହିଛି ଯେ 2006 ମସିହାରୁ ସେବାରେ ଯୋଗ ଦେଇଥିବା ସେହି ପେନ୍ସନ୍ଭୋଗୀ ସରକାରୀ କର୍ମଚାରୀଙ୍କ ପାଇଁ ଦଳ ସହାନୁଭୂତି ସହ ବିଚାର କରିବ ।
ମଙ୍ଗଳବାର ବେଙ୍ଗାଲୁରୁରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସ ଏହାର ମେନିଫେଷ୍ଟୋ ଜାରି କରିଛି ।
କଂଗ୍ରେସର ଗୋଟିଏ ଦିନ ପୂର୍ବରୁ ସୋମବାର ଦିନ ବିଜେପି କର୍ଣ୍ଣାଟକ ପାଇଁ ନିଜର ମେନିଫେଷ୍ଟୋ ପ୍ରକାଶ କରିଛି । ଏଥିରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବା ସହିତ ବିପିଏଲ କାର୍ଡଧାରୀଙ୍କୁ ତିନୋଟି ଗ୍ୟାସ ସିଲିଣ୍ଡର ଦେବା ଭଳି 16 ଟି ପ୍ରମୁଖ ପ୍ରତିଶ୍ରୁତି ଦିଆଯାଇଛି ।
ଆପଣଙ୍କୁ କହି ରଖୁଛୁ ଯେ, ମେ 10 ରେ କର୍ଣ୍ଣାଟକର 224 ବିଧାନସଭା ଆସନରେ ମତଦାନ ହେବ । ଏହାର ଫଳାଫଳ ମେ 13 ରେ ଆସିବ ।












Click it and Unblock the Notifications