‘କଂଗ୍ରେସ ମୋତେ 91 ଥର ଗାଳି ଦେଇଛି, ଯେତେ ଗାଳି ଦେବ ସେତେ ସେତେ ଅଧିକ ଧ୍ୱଂସ ହେବ' - ମୋଦୀ

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ରାଜ୍ୟରେ ବିଜେପି ସରକାରକୁ ପୁଣି କ୍ଷମତାକୁ ଫେରାଇ ଆଣିବା ପାଇଁ ବିଜେପିର ବଡ଼ ବଡ଼ ନେତା ପ୍ରତାର କରୁଛନ୍ତି । ଏଥି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଶନିବାର ଦିନ ମୋଦୀ ବୀଦରନ ଜିଲ୍ଲାର ହୁମନାବାଦରେ ଏକ ମେଗା ରାଲିକୁ ସମ୍ବୋଧିତ କରିଛନ୍ତି ।
ହୁମନାବାଦରେ ଏହି ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୁଁ ଭାଗ୍ୟବାନ ଯେ ମୁଁ ବୀଦର ଜିଲ୍ଲାରୁ ମୋର ରାଲି ଆରମ୍ଭ କରୁଛି । ମୋଦୀ କହିଛନ୍ତି ଯେ ମୁଁ ବୀଦରର ଆଶୀର୍ବାଦ ପୂର୍ବରୁ ମଧ୍ୟ ପାଇଛି । ଏହି ନିର୍ବାଚନ କେବଳ ଜିତିବା ନୁହେଁ, କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟ କରିବା ପାଇଁ । ଯେତେବେଳେ ଏହାର ସମସ୍ତ ଅଂଶ ବିକଶିତ ହେବ ସେତେବେଳେ ରାଜ୍ୟର ବିକାଶ ହୋଇପାରିବ । ଏହି ନିର୍ବାଚନ ରାଜ୍ୟର ଭୂମିକା ସ୍ଥିର କରିବ ।
କର୍ଣ୍ଣାଟକର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି, ଡବଲ୍ ଇଞ୍ଜିନ ସରକାର କ୍ଷମତାରେ ରହିବା ଆବଶ୍ୟକ । ଡବଲ୍ ଇଞ୍ଜିନ୍ ସରକାର ଅର୍ଥ ହେଉଛି ଡବଲ୍ ଲାଭ ଏବଂ ଡବଲ୍ ସ୍ପିଡ୍ । ସେ କହିଛନ୍ତି ଯେ କର୍ଣ୍ଣାଟକରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ରେକର୍ଡ ଭାଙ୍ଗିଛି । ଅନେକ ପ୍ରକଳ୍ପ ଅଛି ଯାହା ଦଶନ୍ଧି ଧରି ବିଚାରାଧୀନ ଥିଲା ଏବଂ ଆମେ ସେଗୁଡିକୁ ରେକର୍ଡ ସମୟ ମଧ୍ୟରେ ସମାପ୍ତ କରିଛୁ, ଯାହା ମଧ୍ୟରୁ ଅନେକ କର୍ଣ୍ଣାଟକରେ ।
ଏହି ସମୟରେ ମୋଦୀ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ତାଙ୍କୁ ବିଷାକ୍ତ ସାପ ବୋଲି କହିଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'କଂଗ୍ରେସ ମୋତେ ପୁଣି ଗାଳି ଦେବା ଆରମ୍ଭ କରିଛି । ପ୍ରତ୍ୟେକ ଥର କଂଗ୍ରେସ ମୋତେ ଗାଳି ଦେଉଛି, ଏବଂ ନିଦେ ଦୁର୍ବଳ ହୋଇଯାଉଛି । କଂଗ୍ରେସ ମୋତେ 91 ଥର ଗାଳି ଦେଇଛି । କଂଗ୍ରେସ ମୋତେ ଗାଳଇ ଦେଉଥାଉ, ମୁଁ କର୍ଣ୍ଣାଟକର ଲୋକଙ୍କ ପାଇଁ କାମ ଜାରି ରଖିବି ।'
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକ ପୁଣିଥରେ ବିଜେପି ସରକାର ପାଇଁ ପ୍ରସ୍ତୁତ । କଂଗ୍ରେସ ଉପରେ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କର୍ଣ୍ଣାଟକର କୃଷକ ଏବଂ ଲୋକଙ୍କୁ କଂଗ୍ରେସ କେବଳ ମିଥ୍ୟା ପ୍ରତିଶୃତି ଦେଇଛି । କଂଗ୍ରେସ ସରକାରଙ୍କ ଅଧୀନରେ ରାଜ୍ୟର କୃଷକମାନେ କୌଣସି ଲାଭ ପାଇନାହାଁନ୍ତି । ପୂର୍ବ କଂଗ୍ରେସ-ଜେଡିଏସ ମିଳିତ ସରକାରକୁ ଟାର୍ଗେଟ କରି ମୋଦୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ କୃଷକଙ୍କ ହିତାଧିକାରୀ ତାଲିକା ପଠାଇବାରେ ବିଳମ୍ବ କରିଥିବା ଅଭିଯୋଗ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ରାଜ୍ୟରେ ବିକାଶକୁ ଅଟକାଇଛି । ସେ କହିଛନ୍ତି ଯେ ଗରିବ ଲୋକଙ୍କ ସଂଘର୍ଷ ଏବଂ ଯନ୍ତ୍ରଣା କଂଗ୍ରେସ କେବେବି ବୁଝିବ ନାହିଁ । କଂଗ୍ରେସ ଏଠାରେ ସଦନର ଗତି ମନ୍ଥର କରିଦେଇଛି । କଂଗ୍ରେସ କେବଳ ତୁଷ୍ଟୀକରଣ ରାଜନୀତି କରିଚି । କଂଗ୍ରେସ ସରକାରଙ୍କ ଅଧୀନରେ କର୍ଣ୍ଣାଟକ କ୍ଷତି ସହିଛି । କଂଗ୍ରେସ କେବଳ ଆସନ ପାଇଁ ଚିନ୍ତା କରୁଛି ।












Click it and Unblock the Notifications