କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ଇସ୍ତଫା ଦେଲେ ବିଧାୟକ ଏମ୍.ପି. କୁମାରସ୍ୱାମୀ

କର୍ଣ୍ଣଟକା:କର୍ଣ୍ଣଟକା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦିନ ବିଜେପିର ଦ୍ୱିତୀୟ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ରହିଛି ୨୩ ଜଣଙ୍କର ନାଁ । ତେବେ ପ୍ରକାଶ ପାଇଥିବା ୱତାଲିକାରେ ନାଁ ନଥିବାରୁ ବିଜେପିରୁ ଇସ୍ତଫା ଦେଇଛନ୍ତି ବିଧାୟକ ଏମ୍.ପି କୁମାରସ୍ୱାମୀ । ଖବର ଏହା ମଧ୍ୟ ରହିଛି ଯେ, ସେ ଖୁବ ଶୀଘ୍ର ବିଧାୟକ ପଦରୁ ମଧ୍ୟ
ଇସ୍ତଫା ଦେବେ ।

ସୂଚନା ଅନୁସାରେ, ୨୦୧୮ରେ ମୁ଼ଡିଗେରେ ଆସନରୁ ବିଧାୟକ ପଦ ହାତେଇଥିଲେ କୁମାରସ୍ୱାମୀ । ଆଗାମୀ ନିର୍ବାଚନରେ ସେ ଟିକେଟ୍ ପାଇଁ ବୋଲି ମଧ୍ୟ ଆଶା ରଖିଥିଲେ ହେଲେ ଦଳ ପକ୍ଷରୁ ଟିକେଟ ନ ମିଳିବାରୁ ସେ ନିରାସ ହୋଇ ଇସ୍ତଫା ଦେଇଛନ୍ତି । ତାଙ୍କ ବଦଳରେ ଦୀପକ ଡୋଡାଇଆଙ୍କୁ ବିଜେରି ମୁଡିଗେରେ ଆସନରୁ ପ୍ରାର୍ଥୀ କରିଛି ।

 M P Kumaraswamy

ତେବେ ଟିକେଟ୍ ନ ପାଇବାରୁ ଧାୟକ ଏସ୍.ପି. କୁମାରସ୍ୱାମୀ ରାଷ୍ଟ୍ରୀୟ ସାଧାରଣ ସଂପାଦକଙ୍କୁ ଦାୟୀ କରିଛନ୍ତି । ସି.ଟି ରବିଙ୍କ ସହ ତାଙ୍କର ସମ୍ପର୍କ ଭଲ ନଥିବାରୁ ତାଙ୍କୁ ଟିକେଟ୍ ମିଳି ନାହିଁ ବୋଲି ସେ ଦାବି କରିଛନ୍ତି । ସୂଚନାଥାଉ ଯେ, ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ଯେଉଁଥିରେ ୧୮୯ ଜଣଙ୍କର ନାଁ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+