Get Updates
Get notified of breaking news, exclusive insights, and must-see stories!

କର୍ଣ୍ଣାଟକ ନିର୍ବାଚନ ପାଇଁ ମେନିଫେଷ୍ଟୋ ଜାରି କଲା ବିଜେପି, ଜାଣନ୍ତୁ କଣ ରହିଛି ବଡ଼ ଘୋଷଣା

bjp

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର 9 ଦିନ ବାକି ଅଛି । ଏହି ସମୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ଭୋଟ ବ୍ୟାଙ୍କ ବଢାଇବାରେ ଲାଗିପଡ଼ିଛନ୍ତି । ଦଳର ବଡ଼ ବଡ଼ ନେତାମାନେ ରାଜ୍ୟରେ ଡେରା ପକାଇ ଭୋଚରଙ୍କୁ ଆକର୍ଷିତ କରିବା ପାଇଁ ରାଲି ଓ ପ୍ରଚାର କରୁଛନ୍ତି । ଏପରିକି ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ନେତାଙ୍କ ପ୍ରତିଶ୍ରୁତିର ତାଲିକା ବଢିବାରେ ଲାଗିଛି ।

ଏହି ସମୟରେ ରାଜ୍ୟରେ ଶାସନ ଗାଦିରେ ପୁଣି ବସିବାକୁ ଆଶା ରଖିଥିବା ବିଜେପି ନିଜର ମେନିଫେଷ୍ଟୋ ଜାରି କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ଏବଂ ବର୍ତ୍ତମାନର ସିଏମ୍ ବସବରାଜ ବୋମ୍ମାଇଙ୍କ ଉପସ୍ଥିତିରେ ମେନିଫେଷ୍ଟୋ ପ୍ରକାଶ କରିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପାଞ୍ଚଟି ବଡ ନିର୍ବାଚନ ପ୍ରତିଶୃତି ଘୋଷଣା କରିସାରିଛି । ଏଭଳି ପରିସ୍ଥିତିରେ ଭାରତୀୟ ଜନତା ପାର୍ଟିର ମେନିଫେଷ୍ଟୋ ଉପରେ ସମସ୍ତଙ୍କ ନଜର ରହିଥିଲା ।

ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିଜର ମେନିଫେଷ୍ଟୋକୁ 'ପ୍ରଜା ଧ୍ୱନୀ' ନାମରେ ନାମିତ କରିଛି । ମେନିଫେଷ୍ଟୋ ଜାରି କରି ଜେପି ନଡ୍ଡା କହିଛନ୍ତି, 'ଆମ ସରକାରଙ୍କ ଧ୍ୟାନ କୃଷକମାନଙ୍କ ଉପରେ ରହିବ ଏବଂ ମେନିଫେଷ୍ଟୋରେ ଆମେ କେବଳ କୃଷି ଯୋଜନା ଉପରେ ଗୁରୁତ୍ୱାରୋପ କରିଛୁ । ସବକା ସାଥ୍ ସବକା ବିକାଶରେ ଆମେ ବିଶ୍ୱାସ କରୁ ।

ତେବେ ଆସନ୍ତୁ ଜାଣିବା ବିଜେପି ମେନିଫେଷ୍ଟୋରେ କେଉଁ ବଡ଼ ଘୋଷଣା କରାଯାଇଛି

  • ମନିଫେଷ୍ଟୋରେ ବିଜେପି ପ୍ରତିଶ୍ରୁତି ଦେଇଛି ଯେ ଯଦି କର୍ଣ୍ଣାଟକରେ ପୁନର୍ବାର ସରକାର ଗଠନ ହୁଏ ତେବେ ରାଜ୍ୟର ସମସ୍ତ ବଞ୍ଚିତ ପରିବାରକୁ ନିୟମିତ ଭାବେ 5 ଲିଟର ନନ୍ଦିନୀ କ୍ଷୀର ଦିଆଯିବ ।
  • ସରକାର ଗଠନ ଉପରେ ପ୍ରତ୍ୟେକ ଗରିବ ପରିବାରକୁ ଗୋଟିଏ ବର୍ଷରେ ତିନୋଟି ମାଗଣା ରନ୍ଧନ ଗ୍ୟାସ ସିଲିଣ୍ଡର ଦିଆଯିବ ।
  • ରାଜ୍ୟରେ ବିଜେପି ସରକାର ଆସିଲେ, ରାଜ୍ୟର ପ୍ରତ୍ୟେକ ୱାର୍ଡରେ ଅଟଳ ଆହାର କେନ୍ଦ୍ର ଖୋଲାଯିବ ।
  • ରାଜ୍ୟରେ ବିଜେପି ସରକାର ଆସିଲେ ଦଳିତ ଏବଂ ଆଦିବାସୀ ମହିଳାଙ୍କୁ 'ଓନେକ ଓବାୱା ସାମାଜିକ ନ୍ୟାୟ ପାଣ୍ଠି ଯୋଜନା' ଅଧୀନରେ 5 ବର୍ଷର ଫିକ୍ସ ଡିପୋଜିଟ୍ ପାଇଁ 10,000 ଟଙ୍କା ପ୍ରଦାନ କରାଯିବ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+