ଦିଲ୍ଲୀ ନିର୍ବାଚନରେ ସଠିକ୍ ପୂର୍ବାନୁମାନ କରିଥିବା ସଂସ୍ଥାର ରିପୋର୍ଟ- କର୍ଣ୍ଣାଟକରେ ବହୁମତ ପାଇବ କଂଗ୍ରେସ

ବେଙ୍ଗାଲୁରୁ : ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମେ 10 ରେ ମତଦାନ ହେବା ନେଇ ଘୋଷଣା ହେବା ପରେ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି । ବିଭିନ୍ନ ଦଳ ନିଜ ନିଜ ପକ୍ଷରେ ଆସିବାକୁ ଥିବା ଭୋଟ୍ ଗଣତି ରେ ଲାଗି ପଡ଼ିଛନ୍ତି । ଏହା ସହିତ ଭଟରଙଅକୁ ଆକର୍ଷିତ କରିବା ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି । ଏପରିକି କେତେ ସଂସ୍ଥା ରାଜ୍ୟରେ ନିର୍ବାଚନ ପୂର୍ବରୁ ଲୋକମତ ସର୍ଭେ କରି ଫଳାଫଳର ପୂର୍ବାନୁମାନ କରୁଛନ୍ତି । କେଉଁ ଦଳକୁ କେତେ ଆସନ ମିଳିବ, କାହାକୁ ବହୁମତ ମିଳିବ ସେ ନେଇ ସର୍ଭେ ରିପୋର୍ଟ ମଧ୍ୟ ସାମ୍ନାକୁ ଆସୁଛି ।
ଯଦିଓ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ରାଜ୍ୟରେ ପୂର୍ଣ୍ଣ ବହୁମତ ହାସଲ କରି ସରକାର ଗଠନ କରିବା ନେଇ ଦାବି କରୁଛନ୍ତି, କିନ୍ତୁ ରାଜ୍ୟରେ ନିର୍ବାଚନ ପୂର୍ବରୁ ସ୍ମଲ ବକ୍ସ ଇଣ୍ଡିଆ କରିଥିବା ସର୍ଭେ ରିପୋର୍ଟ କିଛି ଅଲଗା କହୁଛି । ତେବେ ଆସନ୍ତୁ ଜାଣିବା ସର୍ଭେ ରିପୋର୍ଟ କ'ଣ କହୁଛି ?
Small Box India ପକ୍ଷରୁ ଫଳାଫଳ ଉପରେ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ କଂଗ୍ରେସ ସତ୍ତା ହାସଲ କରିପାରେ । ଶାସକ ବିଜେପିକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିପାରେ ବୋଲି ମଧ୍ୟ ଜଣାପଡ଼ିଛି ।
ସର୍ଭେ ଅନୁସାରେ ରାଜ୍ୟରେ କଂଗ୍ରେସକୁ 118-129 ଟି ଆସନ ମିଳିବ, ଅର୍ଥାତ ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି । ସର୍ଭେ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ର ଶାସକ ଦଳ ବିଜେପି 65-70 ଆସନକୁ ଖସିଯାଇପାରେ । ସେହିପରି ଗତ ନିର୍ବାଚନରେ କିଙ୍କ ମେକର ସାଜିଥିବା ଜେଡିଏସ୍ ଏଥର 28-32 ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଉଛି । 224 ଆସନ ବିଶିଷ୍ଟ ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ରହିଛି 113 । ଅର୍ଥାତ୍ କଂଗ୍ରେସ ସ୍ପଷ୍ଟ ବହୁମତ ପାଇପାରେ ବୋଲି ସର୍ଭେରୁ ପ୍ରକାଶ ପାଇଛି ।
Karnataka opinion polls assembly 2023 ( Total - 224 )
Congress - 118-129
BJP - 65-70 seats
JDS - 28-32 seats
Others - 1-3 seats#KarnatakaAssemblyElection2023
— Small Box India (@SmallBoxIndia) March 30, 2023
ସୂଚନାଥାଉକି ଏହି ସର୍ଭେ ରିପୋର୍ଟ ଦେଇଥିବା ସଂସ୍ଥା ସ୍ମଲ ବକ୍ସ ଇଣ୍ଡିଆ ଦିଲ୍ଲୀ, ପଞ୍ଜାବ, ହିମାଚଳ ନିର୍ବାଚନକୁ ନେଇ ସଠିକ୍ ପୂର୍ବାନୁମାନ କରିଥିଲା । ତେଣୁ ଏହି ସର୍ଭେ ରିପୋର୍ଟ ଉପରେ ସମସ୍ତ ଦଳର ନଜ ରହିଛି । ଯଦି ଏହି ରିପୋର୍ଟ ଅନୁଯାୟୀ କଂଗ୍ରେସ ସରକାରକୁ ଫେରେ ତେବେ ବିଜେପିକୁ ବଡ଼ ଝଟକା ଲାଗିବ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ












Click it and Unblock the Notifications