କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଜେଡିଏସକୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ରାମାସ୍ୱାମୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ 2023 ର ବିଗୁଲ ବାଜିବା ପରେ ସାରା ରାଜ୍ୟରେ ରାଜନୈତିକ ମାହୋଲ ସରଗରମ୍ ହୋଇଉଠିଛି । ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏଥି ମଧ୍ୟରେ ଆରମ୍ଭ ହୋଇଯାଇଛି ଦଳ ଡିଆଁ ରାଜନୀତି ।
ନେତାମାନେ ନିଜ ପସନ୍ଦର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଟିକେଟ ପାଇବାକୁ ଦଳର ବରିଷ୍ଠ ନେତାଙ୍କ ନିକଟକୁ ଆସୁଥିବା ବେଳେ କେତେକ ଅସନ୍ତୋଷ ନେତା ଦଳ ଛାଡି ଅନ୍ୟ ଦଳରେ ଯୋଗଦେବା ପର୍ଯ୍ୟାୟ ମଧ୍ୟ ଜାରି ରହିଛି । ଏହି ସମୟରେ ଶନିବାର ଦିନ କର୍ଣ୍ଣାଟକର ଆର୍କଲଗୁଡରୁ ଜେଡି (ଏସ୍) ବିଧାୟକ ଏ.ଟି ରାମାସ୍ୱାମୀ ବିଜେପିରେ ସାମିଲ ହୋଇଛନ୍ତି । ସେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।
ସେ ନିକଟରେ ଜେଡିଏସ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଆଜି ଭାରତୀୟ ଜନତା ପାର୍ଟି ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।
ମାର୍ଚ୍ଚ 29 ରେ ନିର୍ବାଚନ ଆୟୋଗ ମେ 10 ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ନେଇ ଘୋଷଣା କରିଥିଲେ । ଏହାର 24 ଘଣ୍ଟା ପରେ ଗୁବି ନିର୍ବାଚନମଣ୍ଡଳୀରୁ ଚାରିଥର ଜେଡିଏସ୍ ବିଧାୟକ ଶ୍ରୀନିବାସ, କୁମାରସ୍ୱାମୀଙ୍କ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । ଶ୍ରୀନିବାସ ଗୁବି ଆସନରୁ ଚାରିଥର ବିଧାୟକ ଥିଲେ ଏବଂ ତାଙ୍କ ସହ ବହୁ ସଂଖ୍ୟାରେ ସମର୍ଥକ ଜେଡିଏସ୍ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।
ଏହା ପୂର୍ବରୁ ଶୁକ୍ରବାର ଦିନ ବିଜେପିକୁ ଝଟକା ଦେଇ କୁଡଲିଗୀ ବିଧାୟକ ଏନୱାଇ ଗୋପାଳକୃଷ୍ଣ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ଶୀଘ୍ର କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଇଛି । ଗୋପାଳକୃଷ୍ଣ 2028 ମସିହାରେ ବିଜେପିରେ ଯୋଗ ଦେଇଥିଲେ, ଏହା ପୂର୍ବରୁ ସେ କଂଗ୍ରେସରେ ଥିଲେ ।












Click it and Unblock the Notifications