କଣ ରହିଛି କର୍ଣ୍ଣାଟକ ବିଧାନସଭା ଆସନ ଗଣିତ, ଜାଣନ୍ତୁ କାହା ପାଖରେ ଅଛି କେତେ ସିଟ୍

ବେଙ୍ଗାଲୁରୁ : ଆଉ କିଛି ସମୟ ପରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ଏଭଳି ପରିସ୍ଥିତିରେ ସମସ୍ତଙ୍କ ନଜର ରହିଛି ରାଜ୍ୟ ବିଧାନସବା ନିର୍ବାଚନ ଉପରେ । ବର୍ତ୍ତମାନ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ରହିଛି । କିନ୍ତୁ ହେବାକୁ ଥିବା ନିର୍ବାଚନରେ ବିଜେପି - କଂଗ୍ରେସ ମଧ୍ୟରେ ମୁହାମୁହିଁ ଟକ୍କର ଦେଖିବାକୁ ମିଳୁଛି ।
ଗୋଟିଏ ପଟେ ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଦଳର ଦୁଇ ବରିଷ୍ଠ ନେତା ଡି.କେ ଶିବକୁମାର ଏବଂ ସିଦ୍ଧରମୈୟା ଲଗାତାର ବିଜେପିକୁ ଟାର୍ଗେଟ୍ କରିଆସୁଛନ୍ତି ଏବଂ ରାଜ୍ୟରେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ପ୍ରୟାସ କରୁଛନ୍ତି । କର୍ଣ୍ଣାଟକକୁ ଦକ୍ଷିଣରେ ବିଜେପିର ଗଡ଼ ଭାବେ ବିବେଚନା କରାଯାଏ, ତେଣୁ ଏଥର ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି ।
ସେହିପରି ରାଜ୍ୟରେ ସତ୍ତା ହାସଲ କରିଥିବା ବିଜେପି ନିଜର ଶାସନ ଗାଦି ବଞ୍ଚାଇ ରଖିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି । ଦଳର ବଡ଼ ବଡ଼ ନେତା ରାଜ୍ୟରେ ଘନ ଘନ ବୈଠକ ଓ ରାଲି କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ।
କଣ ରହିଛି ରାଜ୍ୟର ଆସନ ଗଣିତ ?
ରାଜ୍ୟରେ ମୋଟ 224 ବିଧାନସଭା ଆସନ ଅଛି । ତେଣୁ କୌଣସି ଦଳ କ୍ଷମତାକୁ ଆସିବା ପାଇଁ 113 ଟି ଆସନ ହାତେଇବା ଆବଶ୍ୟକ । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ନିକଟରେ 119 ଟି ଆସନ ଥିବାବେଳେ କଂଗ୍ରେସ ନିକଟରେ 75 ଟି ଆସନ ଏବଂ ପୂର୍ବତନ କଂଗ୍ରେସ ସହଯୋଗୀ ଜେଡିଏସ ନିକଟରେ ରହିଛି 28 ଟି ଆସନ । ଗତ ନିର୍ବାଚନରେ ଯଦି ଆମେ ଭୋଟ୍ ପ୍ରତିଶତ ବିଷୟରେ ଆଲୋଚନା କରିବା ତେବେ ବିଜେପି 46.43 ପ୍ରତିଶତ ଭୋଟ୍ ପାଇଥିବାବେଳେ କଂଗ୍ରେସ 35.71 ଭୋଟ୍ ପାଇଥିଲା । ଏଥି ସହିତ, ଜେଡିଏସ୍ 16.52 ପ୍ରତିଶତ ଭୋଟ୍ ପାଇବାରେ ସଫଳ ହୋଇଥିଲା । ତେଣୁ ଏଥର କଂଗ୍ରେସ ଏବଂ ବିଜେପିର ଭୋଟ୍ ପ୍ରତିଶତ ମଧ୍ୟରେ ଆସିବାକୁ ଥିବା ପାର୍ଥକ୍ୟ ଉପରେ ମସ୍ତେ ନଜର ରଖିଛନ୍ତି ।
2018 ନିର୍ବାଚନର ଫଳାଫଳ
ଗତ ବିଧାନସଭା ନିର୍ବାଚନ ବିଷୟରେ କହିବାକୁ ଗଲେ, 2018 ରେ ବିଜେପି 104 ଟି ଆସନ, କଂଗ୍ରେସ 80 ଟି ଆସନ ଏବଂ ଜେଡିଏସ 37 ଟି ଆସନ ଜିତିଥିଲା । କୌଣସି ଦଳ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇନଥିଲେ । ଏହା ପରେ କଂଗ୍ରେସ ଏବଂ ଜେଡିଏସ୍ ମିଳିତ ଭାବେ ରାଜ୍ୟରେ ସରକାର ଗଠନ କରିଥିଲେ । ଜେଡିଏସ ନେତା କୁମାରସ୍ୱାମୀଙ୍କୁ ମିଳିତ ମଞ୍ଚରେ ରାଜ୍ୟ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ମାତ୍ର 14 ମାସ ପରେ ଏହି ସରକାର ଭାଙ୍ଗି ଯାଇଥିଲା । ଅନେକ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ, ଯେଉଁଥିପାଇଁ କୁମାରସ୍ୱାମୀ ସରକାର ପତନ ହୋଇଥିଲା । କଂଗ୍ରେସ-ଜେଡିଏସ୍ ମିଳିତ ସରକାର ପତନ ପରେ ୟେଦୁରୁପ୍ପାଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା । ତେବେ ଦୁଇ ବର୍ଷ ପରେ ସିଦ୍ଧରମୈୟା ଇସ୍ତଫା ଦେଇଥିଲେ ଏବଂ ବସବରାଜ ବୋମ୍ମାଇଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।
ଗତ ପାଞ୍ଚ ବର୍ଷ ମଧ୍ୟରେ କର୍ଣ୍ଣାଟକରେ ଅନେକ ରାଜନୈତିକ ଅସ୍ଥିରତା ଦେଖାଦେଇଛି । 5 ବର୍ଷରେ ରାଜ୍ୟ ତିନିଜଣ ମୁଖ୍ୟମନ୍ତ୍ରୀ ପାଇଛି । ପ୍ରଥମେ କୁମାରସ୍ୱାମୀ, ପରେ ୟେଦ୍ଦିୟୁରପ୍ପା ଏବଂ ଶେଷରେ ବବରାଜ ବୋମ୍ମାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । କୁମାରସ୍ୱାମୀ 23 ମଇ 2018 ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି 23 ଜୁଲାଇ 2019 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ଏହା ପରେ ୟେଦୁରୁପ୍ପା 26 ଜୁଲାଇ 2019 ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ 28 ଜୁଲାଇ 2021 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ଶେଷରେ 28 ଜୁଲାଇ 2021 ରେ ବସବରାଜ ରାଜ୍ୟର ସିଏମ୍ ହୋଇଥିଲେ ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ












Click it and Unblock the Notifications