ଦିଲ୍ଲୀରେ ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ସାମିଲ ଦେଲେ କମଲ ହାସନ
ତାମିଲନାଡୁରୁ ଆରମ୍ଭ ହୋଇଥିବା ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରା କାଶ୍ମୀର ପର୍ଯ୍ୟନ୍ତ ହେବ । ଆଜି ଦିଲ୍ଲୀରେ ଏହି ଭାରତ ଯୋଡ଼ୋ ଯାତ୍ରାରେ ଅଭିନେତା କମଲ ହାସନ ସାମିଲ ହୋଇଛନ୍ତି ।
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ବର୍ତ୍ତମାନ ଦିଲ୍ଲୀରେ ପହଞ୍ଚିଛି । କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡୋ ଯାତ୍ରା' 100 ଦିନରୁ ଅଧିକ ସମୟ ଚାଲିବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ତାମିଲନାଡୁରୁ ଆରମ୍ଭ ହୋଇଥିବା ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରା କାଶ୍ମୀର ପର୍ଯ୍ୟନ୍ତ ହେବ । ଆଜି ଦିଲ୍ଲୀରେ ଏହି ଭାରତ ଯୋଡ଼ୋ ଯାତ୍ରାରେ ଅଭିନେତା କମଲ ହାସନ ସାମିଲ ହୋଇଛନ୍ତି ।

ଭେଟେରାନ ଅଭିନେତା କମଲ ହାସନ ଦିଲ୍ଲୀରେ ପହଞ୍ଚିଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । ଶନିବାର ଦିନ ହାସନ ରାହୁଲ ଗାନ୍ଧୀଙ୍କ ସହ 'ଭାରତ ଯୋଡୋ ଯାତ୍ରା'ରେ ପଦଯାତ୍ରା କରୁଥିବାର ନଜର ଆସିଥିଲେ । ବାସ୍ତବରେ, ଶନିବାର ଦିନ ଭାରତ ଯୋଡୋ ଯାତ୍ରା ବଦରପୁର ସୀମାରୁ ଦିଲ୍ଲୀ ଭିତରକୁ ପ୍ରବେଶ କରିଥିଲେ, ଏହା ପରେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରାଯାଇଥିଲା ।












Click it and Unblock the Notifications