ପଶ୍ଚିମବଙ୍ଗରେ ବିଜେପିକୁ ପୁଣି ଝଟକା, ଉପ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଟିଏମସିରେ ସାମିଲ ହେଲେ ବିଜେପି ବିଧାୟକ

ପଶ୍ଚିମବଙ୍ଗର କାଲିଗଞ୍ଜର ବିଜେପି ବିଧାୟକ ସୋମେନ ରାୟ କୋଲକାତାରେ ରାଜ୍ୟ ମନ୍ତ୍ରୀ ତଥା ଦଳର ନେତା ପାର୍ଥ ଚାଟ୍ଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି ।

କୋଲକାତା : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଆଉ ଏକ ଝଟକା ଲାଗିଛି । ପଶ୍ଚିମବଙ୍ଗର କାଲିଗଞ୍ଜର ବିଜେପି ବିଧାୟକ ସୋମେନ ରାୟ କୋଲକାତାରେ ରାଜ୍ୟ ମନ୍ତ୍ରୀ ତଥା ଦଳର ନେତା ପାର୍ଥ ଚାଟ୍ଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି ।

TMC

ବିଜେପି ଛାଡି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ବିଜେପି ବିଧାୟକ ସୋମନ୍ ରୟ କହିଛନ୍ତି, "କିଛି ପରିସ୍ଥିତି ହେତୁ ମୋତେ କାଲିଗଞ୍ଜରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଲା । କିନ୍ତୁ ମୋର ପ୍ରାଣ ଏବଂ ହୃଦୟ ଟିଏମସିର ଅଟେ । ସିଏମ୍ ମମତା ବାନାର୍ଜୀଙ୍କ ଉଦ୍ୟମକୁ ସମର୍ଥନ କରିବାକୁ ମୁଁ ପୁଣି ଦଳରେ ଯୋଗ ଦେଲି । ମୁଁ ଏଠାରେ ନଥିବା ସମୟ ପାଇଁ ପାର୍ଟିକୁ କ୍ଷମା ମାଗୁଛି ।"

ଅନ୍ୟପଟେ ଆଜି ନିର୍ବାଚନ ଆୟୋଗ ବଙ୍ଗଳାରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗ ବିଧାନସଭାର ଖାଲିଥିବା 3ଟି ବିଧାନସଭା ଆସନ ପାଇଁ ସେପ୍ଟେମ୍ୱର 30 ରେ ଉପ ନିର୍ବାଚନ ହେବ ବୋଲି ତାରିଖ ଘୋଷଣା ହୋଇଛି । ଏହି ତିନି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଲା ସମସେରଗଞ୍ଜ, ଜଙ୍ଗିପୁର ଏବଂ ଭବାନୀପୁର ।

ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ବିଧାନସଭାକୁ ନିର୍ବାଚିତ ନହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ମମତା ବାନାର୍ଜୀଙ୍କୁ ଆଶ୍ୱସ୍ତି ମିଳିଛି । ତେଣୁ ନିୟମ ଅନୁଯାୟୀ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର 6 ମାସ ଭିତରେ ସେ ବିଧାନସଭାକୁ ନିର୍ବାଚିତ ହେବା ଦରକାର । ହେଲେ କୋଭିଡ୍ ପାଇଁ ଉପ ନିର୍ବାଚନ ବନ୍ଦ ରହିଥିବାରୁ ମମତା ପଦ ହରାଇବାର ସମ୍ଭାବନା ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+