ବଢିଲା ନଡ୍ଡାଙ୍କ କାର୍ଯ୍ୟକାଳ, 2024 ଜୁନ୍ ଯାଏଁ ରହିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ନୁଆଦିଲ୍ଲୀ: ଜେ ପି ନଡ୍ଡାଙ୍କ କାର୍ଯ୍ୟାଳ ଅବଧି ବୃଦ୍ଧି ହୋଇଛି । ଜୁନ୍ 2024 ଯାଏଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବେ ଜେ ପି ନଡ୍ଡା । ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି ।

ଏନେଇ ଜାନୁଆରୀ ମାସରେ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ । ହେଲେ ଏହି ପ୍ରସ୍ତାବକୁ ଆଜି ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହା ପରେ ସ୍ପଷ୍ଟ ହୋଇଛି କି, ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି 2024 ଲୋକସଭା ନିର୍ବାଚନ ଲଢିବ ।
ଶନିବାର ଦିନ ଦିଲ୍ଲୀରେ ଆରମ୍ଭ ହୋଇଥିବା ବିଜେପିର 2 ଦିବସୀୟ ରାଷ୍ଟ୍ରୀୟ ପରିଷଦ ବୈଠକରେ ନିଆଯାଇଛି । ଏହି ବୈଠକକୁ ଜେପି ନଡ୍ଡା ଉଦଘାଟନ କରିଥିଲେ । ହେଲେ ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହି ନେତା ଓ କର୍ମକର୍ତ୍ତାଙ୍କୁ 2024 ନିର୍ବାଚନରେ ବିଜୟ ପାଇଁ ମନ୍ତ୍ର ଦେଇଛନ୍ତି ।
ଏହାକୁ ମିଶାଇ ନଡ୍ଡା ଦ୍ୱିତୀୟଥର ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି । ସବୁଠାରୁ ବଡକଥା କି ଦଳ 2024 ନିର୍ବାଚନ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଲଢିବ । ବିଜେପିର କ୍ରମାଗତ 2ଥର ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାରେ ନଡ୍ଡା ହେଉଛନ୍ତି ତୃତୀୟ ନେତା । ଏହା ପୂର୍ବରୁ ରାଜନାଥ ସିଂ, ଲାଲକୃଷ୍ଣ ଆଡଭାନୀ ଦୁଇରୁ ଅଧିକ ଥର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ମୋଦୀ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ରହିସାରିଥିବା ଜେ.ପି ନଡ୍ଡା ଅଧ୍ୟକ୍ଷ ହେବା ପୂର୍ବରୁ ଜମ୍ମୁ-କାଶ୍ମୀର ଓ ଉତ୍ତର ପ୍ରଦେଶରେ ଦଳର ପ୍ରଭାରୀ ମହାସଚିବ ଭାବେ କାର୍ୟ୍ୟ କରିସାରିଛନ୍ତି । ନଡ୍ଡା 2010 ମସିହାରେ ରାଷ୍ଟ୍ର୍ରୀୟ ରାଜନୀତିରେ ପାଦ ରଖିଥିଲେ । ଏହି ସମୟରେ ନୀତିନ ଗଡକରୀ ନଡ୍ଡାଙ୍କୁ ଦଳର ସଚିବ ଭାବେ ନିଯୁକ୍ତି ଦେଇଥିଲେ ।












Click it and Unblock the Notifications