ଆମେରିକାବାସୀଙ୍କୁ ବାଇଡେନଙ୍କ ସମ୍ବୋଧନ : ବ୍ଲୁ ଓ ରେଡ୍ ଷ୍ଟେଟ୍ ନୁହଁ, ଯୁକ୍ତରାଷ୍ଟ୍ର ଆମେରିକା ଗଠନ
ବ୍ଲୁ ଓ ରେଡ୍ ଷ୍ଟେଟ୍ ନୁହଁ, ଯୁକ୍ତରାଷ୍ଟ୍ର ଆମେରିକା ଗଠନ ହେବ ମୋର ପ୍ରାଥମିକତା | ସେ ସମସ୍ତ ଆମେରିକାବାସୀଙ୍କ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ, କେହି ତାଙ୍କୁ ଭୋଟ୍ ଦେଇଥାନ୍ତୁ ଅବା ନାହିଁ ବୋଲି ନିଜ ବିଜୟୀ ଭାଷଣରେ ଆମେରିକାବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି |
ଓ୍ୱାସିଙ୍ଗଟନ(ଡିସି) : ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକାର 46ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି | ନିଜର ବିଜୟୀ ଭାଷଣରେ ଆମେରିକାବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, 'ମୁଁ ଆମେରିକାର ଏପରି ରାଷ୍ଟ୍ରପତି ହେବି, ଯିଏକି ସମାଜକୁ ଯୋଡ଼ିବା ପାଇଁ କାର୍ଯ୍ୟ କରିବ |' ଆମେରିକାକୁ ବ୍ଲୁ ଓ ରେଡ୍ ଷ୍ଟେଟ୍ ନୁହଁ, ଯୁକ୍ତରାଷ୍ଟ୍ର ଆମେରିକା ଭାବେ ଦେଖିବେ ବୋଲି ସେ କହିଛନ୍ତି | ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହ୍ୟାରିସ୍ ଏବଂ ତାଙ୍କ ଉପରେ ଭରସା କରିଥିବାରୁ ସେ ଆମେରିକାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି |

ସେ ଏକ ଟ୍ୱିଟ୍ କରି କହିଛନ୍ତି, ଆପଣମାନେ ମତେ ଦେଶର ନେତୃତ୍ୱ ନେବା ପାଇଁ ଚୟନ କରିଛନ୍ତି | ଆଗାମୀ ରାସ୍ତା କଠିନ ରହିବ ନିଶ୍ଚୟ | ମୁଁ ଆମେରିକାବାସୀଙ୍କ ରାଷ୍ଟ୍ରପତି ଭାବେ କାମ କରିବି, କେହି ମତେ ଭୋଟ୍ ଦେଇଥାନ୍ତୁ ଅବା ନାହିଁ |
ଏଥି ସହିତ ସାରା ବିଶ୍ୱରେ ଚାଲିଥିବା କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସେ ପ୍ରଥମେ କାମ କରିବେ ବୋଲି ଘୋଷଣା କରିଛନ୍ତି | ଆମେରିକାକୁ କରୋନା ମୁକ୍ତ କରିବା ପାଇଁ ଆସନ୍ତା ସୋମବାର ଦିନ ସେ କେତେକ ପ୍ରମୁଖ ବୈଜ୍ଞାନିକ ଏବଂ ପ୍ରବୀଣ ବ୍ୟକ୍ତିଙ୍କ କମିଟି ଘୋଷଣା କରିବେ | ଯେଉଁମାନେ ଆମେରିକାର ଏହି ମହାମାରୀସ୍ଥିତିକୁ ରୋକିବା ଦିଗରେ କାର୍ଯ୍ୟ କରିବେ |
ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ 270 ଇଲେକ୍ଟୋରାଲ୍ ଭୋଟ୍ ଆବଶ୍ୟକ ଥିବାବେଳେ ବାଇଡେନ୍ 290 ଇଲେକ୍ଟୋରାଲ୍ ଭୋଟ୍ ପାଇସାରିଛନ୍ତି | ସେ ପୂର୍ବରୁ ବାରାକ୍ ଓବାମାଙ୍କ ସରକାର ସମୟରେ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ |
More From
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications