Get Updates
Get notified of breaking news, exclusive insights, and must-see stories!

ସରିବ ଝାଡ଼ଖଣ୍ଡ ସସପେନ୍ସ, ଆଜି ମୁଖ୍ୟମନ୍ତୀ ଭାବେ ଶପଥ ନେବେ ଝାଡ଼ଖଣ୍ଡ ଟାଇଗର

ରାଞ୍ଚି: ଗତ କିଛି ଦିନ ଧରି ଝାଡ଼ଣ୍ଡରରେ ଦେଖାଦେଇଥିବା ରାଜନୈତିକ ହାଇଡ୍ରାମାର ଶେଷ ହେବ । ସସପେନ୍ସ ଉପରୁ ଉଠିବ ପରଦା । ଚମ୍ପାଇ ସୋରେନ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ନେତା ଭାବେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଶୁକ୍ରବାର ପଦରେ ଶପଥ ନେବେ । ଗୁରୁବାର ରାତିରେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ସେ ସାକ୍ଷାତ କରିଥିଲେ । ଏହା ପରେ ରାଜ୍ୟପାଳ ଜେଏମଏମକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି ।

Champai Soren Jharkhand new cm

ବିଜେପି ନେତା ଅର୍ଜୁନ ମୁଣ୍ଡାଙ୍କ 2 ବର୍ଷ 129 ଦିନର ସରକାରରେ ଜେଏମଏମ ନେତା ଚମ୍ପାଇ ସୋରେନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲେ । 2010 ସେପ୍ଟେମ୍ବର 11 ରୁ 2013 ଜାନୁଆରୀ 18 ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ଥିଲେ । ଏହି ସମୟରେ ଝାଡ଼ଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ପରବର୍ତ୍ତୀ ସମୟରେ ହେମନ୍ତ ସୋରେନଙ୍କ ନେତୃତ୍ଵାଧୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଚମ୍ପାଇଙ୍କୁ ଖାଦ୍ୟ ଯୋଗାଣ ଓ ପରିବହନ ମନ୍ତ୍ରୀ ପଦ ଦାୟିତ୍ଵ ଦିଆଯାଇଥିଲା ।

ଏହା ପୂର୍ବରୁ ପୁରା ଗୁରୁବାର ଝାଡ଼ଖଣ୍ଡ ରାଜନୀତିରେ ମହାନାଟକ ଦେଖିବାକୁ ମିଳିଥିଲା । ରାଜ୍ୟପାଳଙ୍କୁ ଦୁଇ ଥର ଭେଟି ସରକାର ଗଢିବାକୁ ଦାବି କରିଥିଲେ ବିଧାୟକ ଦଳ ନେତା ଚମ୍ପାଇ ସୋରେନ । ତଥାପି ରାଜ୍ୟପାଳ ଜେଏମଏମକୁ ସରକାର ଗଢିବାକୁ ଆମନ୍ତ୍ରଣ କରିନଥିଲେ । ଅନ୍ୟପଟେ ଅସନ୍ତୁଷ୍ଟ ବିଧାୟିକା ତଥା ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ 3 ଜଣ ବିଧାୟକଙ୍କ ସହ ବିଦ୍ରୋହୀ ଆଭିମୁଖ୍ୟ ଆପଣେଇ ଚମ୍ପାଇଙ୍କ ସମର୍ଥନ ପତ୍ରରେ ଦସ୍ତଖତ କରି ନ ଥିଲେ । ଫଳରେ ଝାଡ଼ଖଣ୍ଡ ରାଜନୀତି ରୋଚକ ମୋଡ଼ ନେଇଥିଲା । ନିଜର ବିଧାୟକଙ୍କୁ ବଞ୍ଚାଇ ରଖିବା ପାଇଁ ହାଇଦ୍ରାବାଦ ପଠାଇବାକୁ ପୁରା ବନ୍ଦୋବସ୍ତ କରାଯାଇଥିଲା । ରାଞ୍ଚି ସର୍କିଟ୍ ହାଉସରୁ ଆସି ବିମାନ ବନ୍ଦରରେ ଜେଏମଏମ ଓ କଂଗ୍ରେସର ବିଧାୟକ ପହଞ୍ଚି ସାରିଥିଲେ । ହେଲେ ଘନ କୁହୁଡି ଯୋଗୁଁ ବିମାନ ଯାତ୍ରା ରଦ୍ଦ ହୋଇଥିଲା। ପୁଣି ବିଧାୟକମାନେ ସର୍କିଟ୍ ହାଉସକୁ ଫେରି ଆସିଥିଲେ ।

ଝାଡ଼ଖଣ୍ଡରେ ବଡ଼ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଥିଲା। ଜମି ଦୁର୍ନୀତି ମାମଲାରେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ଝାଡ଼ଖଣ୍ଡର ଟାଇଗର ନାମରେ ପରିଚିତ ଚମ୍ପାଇ ସୋରେନ ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+