Get Updates
Get notified of breaking news, exclusive insights, and must-see stories!

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ, ସଦସ୍ୟତା ପଦ ରଦ୍ଦ ନେଇ ନିଷ୍ପତ୍ତି ନେବେ ରାଜ୍ୟପାଳ

ଝାଡ଼ଖଣ୍ଡ ରାଜନୀତିରେ ଦେଖାଦେଇଥିବା ସଙ୍କଟର ଆଜି ଫଳାଫଳ ଆସିପାରେ । ଖଣି ଦୁର୍ନୀତି ମାମଲାରେ ଫସିଥିବା ହେମନ୍ତ ସୋରେନଙ୍କ ସଦସ୍ୟତା ପଦ ରଦ୍ଦ ନେଇ ରାଜ୍ୟପାଳ ଆଜି ନିଷ୍ପତ୍ତି ନେଇପାରନ୍ତି ।

ରାଞ୍ଚି : ଝାଡ଼ଖଣ୍ଡ ରାଜନୀତିରେ ଦେଖାଦେଇଥିବା ସଙ୍କଟର ଆଜି ଫଳାଫଳ ଆସିପାରେ । ଖଣି ଦୁର୍ନୀତି ମାମଲାରେ ଫସିଥିବା ହେମନ୍ତ ସୋରେନଙ୍କ ସଦସ୍ୟତା ପଦ ରଦ୍ଦ ନେଇ ରାଜ୍ୟପାଳ ଆଜି ନିଷ୍ପତ୍ତି ନେଇପାରନ୍ତି । ଏହି ସଙ୍କଟ ମଧ୍ୟରେ ହେମନ୍ତ ତାଙ୍କ ବିଧାୟକଙ୍କୁ ନେଇ ପିକନିକ୍ କରୁଛନ୍ତି । ଘୋଡ଼ା ବେପାର ଭୟରେ ହେମନ୍ତ ଜେଏମ୍ଏମ୍ ବିଧାୟକଙ୍କୁ ନେଇ ଅନ୍ୟତ୍ର ଯାତ୍ରା କରୁଛନ୍ତି ।

hemant soren

ଅନ୍ୟପକ୍ଷରେ ଗଠବନ୍ଧନର ଅଂଶ ଥିବା କଂଗ୍ରେସ ବିଧାୟକଙ୍କ ଦଳ ବଦଳ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ପୁଣି ବିଧାୟକଙ୍କ ସହ ଛୁଟିରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟପାଳଙ୍କ ନିଷ୍ପତ୍ତିରେ ବିଳମ୍ବକୁ ନେଇ ଉଦବେଗ ବ୍ୟକ୍ତ କରିଛି ରାଜ୍ୟ କଂଗ୍ରେସ । ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ରାଜଭବନ ପକ୍ଷରୁ ତୁରନ୍ତ ନିଷ୍ପତ୍ତି ଘୋଷଣା କରାଯାଉ ବୋଲି ଅପିଲ କରିଛନ୍ତି ଝାଡଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁର । ସରକାର ଭାଙ୍ଗିବା ଆଶଙ୍କା ଭିତରେ ଝାଡଖଣ୍ଡରେ ଡେରା ପକାଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ । ସରକାର ଭାଙ୍ଗିବା ଆଶଙ୍କା ଭିତରେ ବିଧାୟକମାନଙ୍କୁ ପଶ୍ଚିମବଙ୍ଗ କିମ୍ବା ଛତିଶଗଡ଼ ପଠାଇବାକୁ ଯୋଜନା ଚାଲିଛି ବୋଲି ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+