‘ଅନ୍ତବସ୍ତ୍ର କିଣିବାକୁ ଦିଲ୍ଲୀ ଯାଇଥିଲି', ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଅଜବ ବୟାନ
ଭିଡିଓ ଏକ ସାମ୍ବାଦିକ ସମ୍ମିଳନୀରୁ ଆସିଛି ଯେଉଁଥିରେ ସେ ମୁଣ୍ଡ କୁଣ୍ଡାଉଛନ୍ତି ଏବଂ ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ ହସୁଛନ୍ତି । 'ମୋର ଅନ୍ତବସ୍ତ୍ର କମ୍ ହୋଇ ଯାଇଥିଲା । ସେ ସବୁ କଣିବା ପାଇଁ ଦିଲ୍ଲୀ ଯାଇଥିଲି ।'
ରାଞ୍ଚି : ଅନ୍ତବସ୍ତ୍ର କିଣିବାକୁ ଦିଲ୍ଲୀ ଯାଇଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭାଇ ବସନ୍ତ ସୋରେନ୍ ! ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ବସନ୍ତ ସୋରେନ୍ ନିଜେ ଏପରି ଅଜବ ବୟାନ ଦେଇଛନ୍ତି । ଏହାପରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏପରିକି ସୋଶାଲ ମିଡ଼ିଆ ବ୍ୟବହାରକାରୀ ମାନେ ଏହି ଭିଡ଼ିଓରେ ପ୍ରତିକ୍ରିୟା ରଖୁଛନ୍ତି ।

କଣ ରହିଛି ସମ୍ପୂର୍ଣ୍ଣ ଘଟଣା
ଝାଡ଼ଖଣ୍ଡର ଦୁମକାରେ ଛାତ୍ରୀଙ୍କୁ ଜାଳି ହତ୍ୟା କରିବା ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ଏହି ଅଞ୍ଚଳର ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ଭାଇ ବସନ୍ତ ସୋରେନ୍ ଙ୍କ ଅଜବ ବୟାନ ଭାଇରାଲ ହେବାରେ ଲାଗିଛି । ସେ ଅନ୍ତବସ୍ତ୍ର କିଣିବାକୁ ଦିଲ୍ଲୀ ଯାଇଥିଲେ ବୋଲି ସାମ୍ବାଦିକଙ୍କୁ କହିଛନ୍ତି । ଏହି ଭିଡିଓ ଏକ ସାମ୍ବାଦିକ ସମ୍ମିଳନୀରୁ ଆସିଛି ଯେଉଁଥିରେ ସେ ମୁଣ୍ଡ କୁଣ୍ଡାଉଛନ୍ତି ଏବଂ ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ ହସୁଛନ୍ତି । 'ମୋର ଅନ୍ତବସ୍ତ୍ର କମ୍ ହୋଇ ଯାଇଥିଲା । ସେ ସବୁ କଣିବା ପାଇଁ ଦିଲ୍ଲୀ ଯାଇଥିଲି ।' ବୋଲି ସେ କହୁଥିବା ନଜର ଆସିଛନ୍ତି । ବାସ୍ତବରେ, ଝାଡ଼ଖଣ୍ଡର ରାଜନୈତିକ ଅସ୍ଥିରତା ମଧ୍ୟରେ ସାମ୍ବାଦିକ ତାଙ୍କୁ ଦିଲ୍ଲୀ ଗସ୍ତ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ ।
#WATCH | Dumka: "I had run out of undergarments, so I went to Delhi to purchase them. I get them from there," says JMM MLA and Jharkhand CM Hemant Soren's brother, Basant Soren when asked about his visit to Delhi amid recent political unrest in the state.
(07.09.2022) pic.twitter.com/GBiNWZaLzr
— ANI (@ANI) September 8, 2022
ସୂଚନାଯୋଗ୍ୟ, ବସନ୍ତ ସୋରେନ ହେଉଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଇ ଏବଂ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ସାନ ପୁଅ । ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇଟି ପୃଥକ ଘଟଣାରେ ଦୁଇ ନାବାଳିକାଙ୍କ ହତ୍ୟାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ଏହି ଘଟଣା ପରେ ବସନ୍ତ ସୋରେନ ବୁଧବାର ପ୍ରଥମ ଥର ପାଇଁ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ । ସେ ଉଭୟ ପୀଡ଼ିତାଙ୍କ ପରିବାରକୁ ମଧ୍ୟ ଭେଟିଥିଲେ । ବସନ୍ତ ସୋରେନ ପେଟ୍ରୋଲ ଢାଳି ପୋଡି ହତ୍ୟା କରାଯାଇଥିବା ପୀଡିତାଙ୍କ ବଡ ଭଉଣୀକୁ ବାୟୋ-ଡାଟା ଦାଖଲ କରି ଚାକିରି ଦେବାକୁ ଆଶ୍ୱସନା ଦେଇଛନ୍ତି । ଅନ୍ୟପକ୍ଷରେ, ଦ୍ୱିତୀୟ ଘଟଣାରେ ଯେଉଁଥିରେ ଜଣେ ଆଦିବାସୀ ଝିଅକୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଥିଲା, ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି 10 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲେ ।
ବସନ୍ତ ସୋରେନଙ୍କ ଭାଇରାଲ ବିବୃତ୍ତିରେ ବିଜେପି ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛି । ବିଜେପି ବିଧାୟକ ଭାନୁ ପ୍ରତାପ ଶାହି ଏକ ଟ୍ୱିଟ୍ ରେ କହିଛନ୍ତି ଯେ ଯେତେବେଳେ ଦୁମକାର ଆଦିବାସୀ ଝିଅ ଏବଂ ଭଉଣୀଙ୍କୁ ହତ୍ୟା କରାଯାଉଛି, ସେଠାରେ ଥିବା ବିଧାୟକ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରିୟ ଭାଇ ବାସନ୍ତ ସୋରେନ ସେହି ପରିବାରମାନଙ୍କୁ ଭେଟିବା ପରିବର୍ତ୍ତେ ଦିଲ୍ଲୀରେ ଅନ୍ତବସ୍ତ୍ର କିଣିବାରେ ବ୍ୟସ୍ତ ଥିଲେ ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ











Click it and Unblock the Notifications