ରଦ୍ଦ ହୋଇପାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସଦସ୍ୟତା, ରାଜ୍ୟପାଳଙ୍କ ନିକଟକୁ ନୋଟିସ୍ ପଠାଇଲେ ନିର୍ବାଚନ ଆୟୋଗ
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ 'ଅଫିସ୍ ଅଫ୍ ପ୍ରଫିଟ୍' ମାମଲାରେ ରାଜ୍ୟପାଳଙ୍କ ନିକଟକୁ ନିର୍ବାଚନ ଆୟୋଗ ଏହାର ରିପୋର୍ଟ ପଠାଇଛନ୍ତି । ଏହି ରିପୋର୍ଟ ଆଧାରରେ ରାଜ୍ୟପାଳ ସୋରେନଙ୍କ ବିଧାନସଭା ସଦସ୍ୟତା ଉପରେ ନିଷ୍ପତ୍ତି ନେବେ
ରାଞ୍ଚି : ବିହାର ଏବଂ ଦିଲ୍ଲୀର ରାଜନୈତିକ ଅସ୍ଥିରତା ମଧ୍ୟରେ ଝାଡଖଣ୍ଡରେ ମଧ୍ୟ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ 'ଅଫିସ୍ ଅଫ୍ ପ୍ରଫିଟ୍' ମାମଲାରେ ରାଜ୍ୟପାଳଙ୍କ ନିକଟକୁ ନିର୍ବାଚନ ଆୟୋଗ ଏହାର ରିପୋର୍ଟ ପଠାଇଛନ୍ତି । ଏହି ରିପୋର୍ଟ ଆଧାରରେ ରାଜ୍ୟପାଳ ସୋରେନଙ୍କ ବିଧାନସଭା ସଦସ୍ୟତା ଉପରେ ନିଷ୍ପତ୍ତି ନେବେ । ରାଜ୍ୟର ବିରୋଧୀ ଦଳମାନେ ସିଏମଙ୍କୁ ତାଙ୍କ ପଦରୁ ହଟାଇବାକୁ ନିରନ୍ତର ଦାବି କରୁଥିଲେ । ଏଭଳି ପରିସ୍ଥିତିରେ ଏବେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ବାସ୍ତବରେ, ହେମନ୍ତ ସୋରେନଙ୍କ ଉପରେ ଅଭିଯୋଗ ହୋଇଛି ଯେ ତାଙ୍କ ନିକଟରେ ଖଣି ବିଭାଗ ମଧ୍ୟ ଥିଲା । ଏଭଳି ପରିସ୍ଥିତିରେ ସେ ନିଜ ଏବଂ ଭାଇଙ୍କ ନାମରେ ଖଣି ଲିଜ୍ ପ୍ରଦାନ କରିଥିଲେ । ଯେତେବେଳେ ଇଡି ଏହି ଘଟଣାର ଅନୁସନ୍ଧାନ କଲା, ସେତେବେଳେ ଅନ୍ୟାନ୍ୟ ଜିନିଷ ମଧ୍ୟ ସାମ୍ନାକୁ ଆସିଲା । ଉକ୍ତ ମାମଲାରେ ଖଣି ସଚିବ ପୂଜା ସିଙ୍ଗଲଙ୍କୁ ମଧ୍ୟ ନିକଟ ସମ୍ପର୍କୀୟଙ୍କ ଘରୁ କୋଟି ଟଙ୍କା ପାଇବା ପରେ ଇଡି ଗିରଫ କରିଥିଲା । ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ବିଜେପି ରାଜ୍ୟପାଳଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଇଥିଲା ।
ସମ୍ବିଧାନ ଅନୁଯାୟୀ କେବଳ ରାଜ୍ୟପାଳ ବିଧାୟକଙ୍କ ସଦସ୍ୟତା ବାତିଲ କରିପାରିବେ । ଏଭଳି ପରିସ୍ଥିତିରେ ସେ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ମତାମତ ଲୋଡିଥିଲେ । ବର୍ତ୍ତମାନ ରାଜ ଭବନ କମିଶନଙ୍କଠାରୁ ରିପୋର୍ଟ ଗ୍ରହଣ କରିଥିବା ନିଶ୍ଚିତ କରିଛନ୍ତି । ଯାହାର ବିଚାର ପରେ ରାଜ୍ୟପାଳ ସୋରେନଙ୍କ ସଦସ୍ୟତା ଉପରେ ନିଷ୍ପତ୍ତି ନେବେ । ଏହି ପ୍ରସଙ୍ଗରେ ବିଜେପି କହିଛି ଯେ ସେମାନେ ରାଜ୍ୟପାଳଙ୍କ ଠାରୁ ଦାବି କରିଛନ୍ତି ଯେ ସମ୍ବିଧାନର ଧାରା 192 ଅନୁଯାୟୀ ସିଏମ ସୋରେନଙ୍କ ବିଧାୟକ ପଦ କୁ ତୁରନ୍ତ ରଦ୍ଦ କରାଯାଉ ଏବଂ ସେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ।












Click it and Unblock the Notifications