'ଲାଗୁଛି ବିଜେପି ନେତାମାନେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି', ବିଧାନସଭା ସଦସ୍ୟତା ଯିବା ପ୍ରସଙ୍ଗରେ ହେମନ୍ତ

ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି, ଏପରି ଲାଗୁଛି ବିଜେପି ନେତା ତଥା ସାଂସଦ ଏବଂ ତାଙ୍କର କିଛି କାଠ କଣ୍ଢେଇ ସାମ୍ବାଦିକ ମାନେ ନିର୍ବାଚନ ଆୟୋଗର ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଯାହାକୁ ସିଲ୍ କରାଯାଇଛି ।

ରାଞ୍ଚି : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ବାତିଲ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଆସିଛି । ଏଥିରେ କୁହାଯାଇଛି, ଗଣମାଧ୍ୟମ ରିପୋର୍ଟରୁ ସିଏମ୍ ଜାଣିବାକୁ ପାଇଛନ୍ତି ଯେ ନିର୍ବାଚନ କମିଶନ ତାଙ୍କ ବିଧାନସଭା ସଦସ୍ୟତା ବାତିଲ ସମ୍ପର୍କରେ ଏକ ସୁପାରିଶ ପଠାଇଛନ୍ତି । ଏହି ପରିପ୍ରେକ୍ଷୀରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନିର୍ବାଚନ ଆୟୋଗ କିମ୍ବା ରାଜ୍ୟପାଳଙ୍କଠାରୁ କୌଣସି ସୂଚନା ପାଇନାହାଁନ୍ତି ।

ଏହାସହ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି, ଏପରି ଲାଗୁଛି ବିଜେପି ନେତା ତଥା ସାଂସଦ ଏବଂ ତାଙ୍କର କିଛି କାଠ କଣ୍ଢେଇ ସାମ୍ବାଦିକ ମାନେ ନିର୍ବାଚନ ଆୟୋଗର ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଯାହାକୁ ସିଲ୍ କରାଯାଇଛି । ଭାରତୀୟ ଗଣତନ୍ତ୍ରରେ ସାମ୍ବିଧାନିକ କର୍ତ୍ତୃପକ୍ଷ ତଥା ସରକାରୀ ଏଜେନ୍ସିର ଏପରି ଅପବ୍ୟବହାର ଏବଂ ବିଜେପି ମୁଖ୍ୟାଳୟ ଦ୍ୱାରା ଏହାର ଲଜ୍ଜାଜନକ କବଜାକୁ କେବେ ଦେଖିବାକୁ ମିଳି ନାହିଁ ।

Hemant Soren

ଅନ୍ୟପକ୍ଷରେ ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦ ହେବା ନେଇ ଖବର ମଧ୍ୟରେ ରାଜ୍ୟପାଳ ରମେଶ ବୈସ ରାଜଧାନୀରେ ପହଞ୍ଚିଛନ୍ତି । ରାଞ୍ଚିରେ ପହଞ୍ଚିବା ପରେ ରାଜ୍ୟପାଳ ଏ ବିଷୟରେ ଅବଗତ ହେବା ନେଇ ମନା କରିଛନ୍ତି ।

ରାଜ୍ୟପାଳ କହିଛନ୍ତି, "ଏପର୍ଯ୍ୟନ୍ତ ମୁଁ ଏପରି କୌଣସି ଆଦେଶ ଗ୍ରହଣ କରିବା ବିଷୟରେ ଅବଗତ ନୁହେଁ । ମୁଁ ଚିକିତ୍ସା ପାଇଁ AIIMS କୁ ଯାଇଥିଲି । ମୁଁ ରାଜ ଭବନରେ ପହଞ୍ଚିବା ପରେ ହିଁ କିଛି କହିପାରିବି ।"

ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ 'ଅଫିସ୍ ଅଫ୍ ପ୍ରଫିଟ୍' ମାମଲାରେ ନିର୍ବାଚନ ଆୟୋଗ ଏହାର ରିପୋର୍ଟ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଏହି ରିପୋର୍ଟ ଆଧାରରେ ରାଜ୍ୟପାଳ ସୋରେନଙ୍କ ବିଧାୟକ ପଦ ଉପରେ ନିଷ୍ପତ୍ତି ନେବେ । ରାଜ୍ୟର ବିରୋଧୀ ଦଳମାନେ ସିଏମଙ୍କୁ ତାଙ୍କ ପଦରୁ ହଟାଇବାକୁ ନିରନ୍ତର ଦାବି କରୁଥିଲେ । ଏଭଳି ପରିସ୍ଥିତିରେ ଏବେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସମସ୍ତଙ୍କ ଅପେକ୍ଷା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+