Jharkhand Bandh: ହେମନ୍ତ ସୋରେନଙ୍କ ଗିରଫଦାରୀକୁ ବିରୋଧ କରି ଆଜି ଝାଡ଼ଖଣ୍ଡ ବନ୍ଦ
Jharkhand Bandh: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହୋଇଛନ୍ତି । ଦୁର୍ନୀତି ମାମଲାରେ ଇଡି ହେମନ୍ତଙ୍କୁ ଗିରଫ କରିଛି । ଏହାକୁ ବିରୋଧ କରି ଗୁରୁବାର (ଫେବୃଆରୀ 1 ତାରିଖ) ଦିନ ଝାଡଖଣ୍ଡର ସମସ୍ତ ଆଦିବାସୀ ସଂଗଠନ ବନ୍ଦ ଡାକରା ଦେଇଛନ୍ତି ।

ଆଦିବାସୀ ସଂଗଠନ ମଧ୍ୟ ଏ ସମ୍ପର୍କରେ ପୋଷ୍ଟର ଜାରି କରିଛନ୍ତି । ଏଥିରେ ହେମନ୍ତ ସୋରେନଙ୍କ ଫଟୋ ରହିଛି । ସେଥିରେ କୁହାଯାଇଛି, ହେମନ୍ତ ସୋରେନଙ୍କ ଗିରଫଦାରୀକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଅନ୍ୟପକ୍ଷରେ ଆଜି ହେମନ୍ତ ସୋରେନଙ୍କ ଆବେଦନ ମଧ୍ୟ ହାଇକୋର୍ଟରେ ଶୁଣାଣି କରାଯିବ ।
ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) 2024 ଜାନୁୟାରୀ 31 ତାରିଖ ରାତିରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ହେମନ୍ତ ସୋରେନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ । ହେମନ୍ତ ସୋରେନଙ୍କ ଆବେଦନ ସକାଳ 10.30 ରେ ରାଞ୍ଚି ହାଇକୋର୍ଟରେ ଶୁଣାଣି ହେବ । ଇଡି ଦ୍ୱାରା କରାଯାଇଥିବା ଗିରଫଦାରୀ ବିରୋଧରେ ହେମନ୍ତ ସୋରେନ କୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଛନ୍ତି ।
ଅନ୍ୟପକ୍ଷରେ ଇଡି ଆଜି ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରିବେ । କୋର୍ଟରୁ ହେମନ୍ତ ସୋରେନଙ୍କ ପାଇଁ ଇଡି 16 ଦିନ ରିମାଣ୍ଡ ମାଗିପାରେ ।
ଏହା ସହ ଚମ୍ପାଇ ସୋରେନ ହେମନ୍ତ ସୋରେନଙ୍କ ସ୍ଥାନରେ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ । ଚମ୍ପାଇ ସୋରେନ ମଧ୍ୟ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଚମ୍ପାଇ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି ।
ଚମ୍ପାଇ ସୋରେନ ରାଜ୍ୟପାଳଙ୍କ ନିକଟରେ 43 ଜଣ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିଛନ୍ତି । ଆଶା କରାଯାଉଛି ଯେ ଚମ୍ପାଇ ସୋରେନ୍ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ।












Click it and Unblock the Notifications