'ପ୍ରଶାନ୍ତ କିଶୋର ବ୍ୟବସାୟୀ, କେବଳ ମାର୍କେଟିଂ କରନ୍ତି', ଜେଡିୟୁରେ ଯୋଗଦେବା ବିଷୟରେ କହିଲେ ଲଲନ ସିଂହ
ଲଲନ ସିଂହ କହିଛନ୍ତି "ପ୍ରଶାନ୍ତ କିଶୋର ଜଣେ ରାଜନୈତିକ ବ୍ୟକ୍ତି ନୁହଁନ୍ତି । ସେ ଜଣେ ବ୍ୟବସାୟୀ ଏବଂ ବ୍ୟବସାୟ ବୃଦ୍ଧି ପାଇଁ ମାର୍କେଟିଂ ଜାରି ରଖିଛନ୍ତି । ତାଙ୍କୁ ଜେଡ଼ିୟୁ ଯୋଗ ଦେବା ନେଇ କୌଣସି ଅଫର ଦିଆଯାଇନଥିଲା ।
ପାଟନା : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ । ପ୍ରଶାନ୍ତ କିଶୋରଙ୍କୁ ଜଣେ ବ୍ୟବସାୟୀ କହି ଲଲନ ସିଂହ କହିଛନ୍ତି ଯେ ବ୍ୟବସାୟ ବୃଦ୍ଧି ପାଇଁ ସେ ମାର୍କେଟିଂ ଜାରି ରଖିଛନ୍ତି । କେବଳ ଏତିକି ନୁହେଁ, ସେ ଜେଡିୟୁରେ ଯୋଗଦେବା ନେଇ ପ୍ରଶାନ୍ତ କିଶୋରଙ୍କୁ ପ୍ରସ୍ତାବ ଖବରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ନିକଟରେ ପ୍ରଶାନ୍ତ କିଶୋର ଏବଂ ଜେଡିୟୁ ନେତା ତଥା ବିହାର ସିଏମ ନୀତୀଶ କୁମାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା, ପରେ ଆଶା କରାଯାଉଥିଲା ଯେ ପ୍ରଶାନ୍ତ କିଶୋର ଏବଂ ନୀତୀଶ ପୁଣି ଥରେ ହାତ ମିଳାଇ ପାରନ୍ତି ।

ଲଲନ ସିଂହ କହିଛନ୍ତି "ପ୍ରଶାନ୍ତ କିଶୋର ଜଣେ ରାଜନୈତିକ ବ୍ୟକ୍ତି ନୁହଁନ୍ତି । ସେ ଜଣେ ବ୍ୟବସାୟୀ ଏବଂ ବ୍ୟବସାୟ ବୃଦ୍ଧି ପାଇଁ ମାର୍କେଟିଂ ଜାରି ରଖିଛନ୍ତି । ତାଙ୍କୁ ଜେଡ଼ିୟୁ ଯୋଗ ଦେବା ନେଇ କୌଣସି ଅଫର ଦିଆଯାଇନଥିଲା । ସିଏମ ନୀତୀଶ କୁମାରଙ୍କ ସହ ସାକ୍ଷାତକୁ ନେଇ ଲଲନ ସିଂହ କହିଛନ୍ତି ଯେ ପ୍ରଶାନ୍ତ କିଶୋର ନିଜେ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ଶେଷରେ ବିହାର ସିଏମ ତାଙ୍କୁ ଦଳର ରାଷ୍ଚ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବାକୁ କହିଥିଲେ । ଆମେ ପରସ୍ପର ସହିତ ଦିଲ୍ଲୀରେ ଦେଢ ଘଣ୍ଟା ରହିଲୁ । ତାଙ୍କୁ ଦଳର ଅନୁଶାସନ ମଧ୍ୟରେ କାର୍ଯ୍ୟ କରିବାକୁ କହିଥିଲେ ଏବଂ ଭିନ୍ନ ମତ ଥିଲେ ମଧ୍ୟ ଦଳର ନିଷ୍ପତ୍ତି ଅନୁସରଣ କରିବା ଉଚିତ୍ ବୋଲି କୁହାଯାଇଥିଲା ।
ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସହ ଅପରାହ୍ନ 4 ଟାରେ ସିଏମଙ୍କୁ ଭେଟିବାର ସମୟ ସ୍ଥିର କରାଯାଇଥିଲା, କିନ୍ତୁ ଏହାର 2 ଘଣ୍ଟା ପୂର୍ବରୁ ସେ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କୁ ଡକାଯାଇଛି କିନ୍ତୁ ସେ ଯିବେ ନାହିଁ, ସିଏମ୍ ଅପେକ୍ଷା କରିବେ । ଏହା ସବୁ ମାର୍କେଟିଂର ଏକ ଅଂଶ ।"












Click it and Unblock the Notifications