ଅନ୍ତବସ୍ତ୍ର ପିନ୍ଧି ଟ୍ରେନରେ ବୁଲିଲେ ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ
ଗୁରୁବାର ରାତିରେ ପାଟନା ଠାରୁ ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସର ପ୍ରଥମ ଶ୍ରେଣୀ କୋଚରେ ଜେଡିୟୁ ଅନ୍ତର୍ଗତ ଗୋପାଳପୁର ବିଧାନସଭାର ବିଧାୟକ ନରେନ୍ଦ୍ର କୁମାର ନୀରଜ ଓରଫ୍ ଗୋପାଳ ମଣ୍ଡଳ ଅନ୍ତବସ୍ତ୍ର ପିନ୍ଧି ବୁଲିବାରୁ ଯାତ୍ରୀଙ୍କ ବିରୋଧର ସମ୍ମୁଖୀନ ହେଲେ ।
ପାଟନା : ନିଜ ବିବୃତ୍ତି ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ପୁଣି ଥରେ ସମାଲୋଚନାର ଶିକାର ହୋଇଛନ୍ତି । ରାଜେନ୍ଦ୍ରନଗରରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଅନ୍ତବସ୍ତ୍ର ପିନ୍ଧି ବୁଲିବା ପାଇଁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ବର୍ତ୍ତମାନ ଏହି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ବିଧାୟକ ଗୋପାଳ ମଣ୍ଡଳ କହିଛନ୍ତି ଯେ ରାଜଧାନୀ ଏକ୍ସପ୍ରେସରେ ଘଟିଥିବା ଘଟଣାରେ ସେ ଦୁଃଖିତ । ଏପରିକି ଟ୍ରେନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ ମାନେ ତାଙ୍କର ଏପରି ଆଚରଣ ଉପରେ ଅଭଦ୍ରତାର ଅଭିଯୋଗ କରିଛନ୍ତି ।

ସେ ଯାତ୍ରୀଙ୍କୁ କ୍ଷମା ମାଗିଛନ୍ତି ବୋଲି ଗୋପାଳ ମଣ୍ଡଳ କହିଛନ୍ତି । ସେ କହିଥିଲେ ଯେ ଯାହା ଘଟିଛି ମୁଁ ଦୁଃଖିତ, କିନ୍ତୁ ଏହା ମୋର ଦୋଷ ନୁହେଁ । ପେଟ ଖରାପ ଥିଲା, ଯେଉଁଥିପାଇଁ ତାଙ୍କୁ ବାରମ୍ବାର ୱାଶରୁମ୍ ଯିବାକୁ ପଡୁଥିଲା । ତେଣୁ ମୁଁ ପୋଷାକ ପିନ୍ଧି ପାରିଲି ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ପାଟନା ଠାରୁ ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସର ପ୍ରଥମ ଶ୍ରେଣୀ କୋଚରେ ଜେଡିୟୁ ଅନ୍ତର୍ଗତ ଗୋପାଳପୁର ବିଧାନସଭାର ବିଧାୟକ ନରେନ୍ଦ୍ର କୁମାର ନୀରଜ ଓରଫ୍ ଗୋପାଳ ମଣ୍ଡଳ ଅନ୍ତବସ୍ତ୍ର ପିନ୍ଧି ବୁଲିବାରୁ ଯାତ୍ରୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଟ୍ରେନ୍ ପାଟନା ଛାଡିବା ମାତ୍ରେ ବିଧାୟକ ଅନ୍ତବସ୍ତ୍ରରେ ବୁଲିଥିଲେ ।
ଏହା ପରେ ସେ ସମାନ ଅବସ୍ଥାରେ ଶୌଚାଳୟ ଆଡକୁ ଯିବା ଆରମ୍ଭ କଲେ । ଏହା ପରେ ଜଣେ ଯାତ୍ରୀ ଅଭିଯୋଗ କରିବାରୁ ବିଧାୟକ ତାଙ୍କୁ ଗୁଳି କରି ମାରିଦେବାକୁ ଧମକ ଦେଇଥିଲେ । ଏ ନେଇ ଆରପିଏଫକୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତାଙ୍କର ବଗି ବଦଳାଇ ଦିଆଯାଇଥିଲା ।
ଏଥି ସହ ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯଦି ନୀତୀଶ କୁମାର ଏହି ଛବି ଦେଖୁଛନ୍ତି, ତେବେ ତାଙ୍କୁ ତୁରନ୍ତ ପାର୍ଟିରୁ ବାହାର କରିଦିଅ | ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ଦାବି କରିବା ଉଚିତ୍।












Click it and Unblock the Notifications