ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ
ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ସୋମବାର ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ ।
ଲକ୍ଷ୍ନୌ : ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ସୋମବାର ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ ।
ସୋମବାର ସକାଳେ ଜୟନ୍ତ ଚୌଧୁରୀ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଥିଲେ । ସେ ବିମାନବନ୍ଦରରୁ ସିଧାସଳଖ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ନାମାଙ୍କନପତ୍ର ଦାଖଲ କରିବା ପରେ ଜୟନ୍ତ ଚୌଧୁରୀ କହିଛନ୍ତି ଯେ ଆମେ ଏହି ପ୍ରକ୍ରିୟା ସମାପ୍ତ କରିଛୁ ଏବଂ ମୁଁ ଆଶା କରୁଛି ଯେ ମିଳିତ ମଞ୍ଚ ଯେଉଁଭଳି ଭାବରେ ଲଢୁଛି, ଆମେ ଏକତା ସହ ଆଗକୁ ବଢିବୁ । ମୁଁ ଅଖିଳେଶ ଯାଦବ ଜୀ, ସମାଜବାଦୀ ପାର୍ଟି ଏବଂ ମିଳିତ ମଞ୍ଚର ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ମଧ୍ୟ ଉତ୍ତରପ୍ରଦେଶର ଲୋକଙ୍କୁ ଧନ୍ୟବାଦ ଦେଉଛି ।

ଆପଣଙ୍କୁ କହି ରଖୁଛୁ ଉତ୍ତର ପ୍ରଦେଶରେ 11 ଟି ଆସନରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିରୁ 3 ଟି ଆସନରେ ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀ ଦେଇଛି । ଜୟନ୍ତ ଚୌଧୁରୀଙ୍କ ପୂର୍ବରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କପିଲ ସିବଲ ଏବଂ ମହମ୍ମଦ ଜାଭେଦ୍ ଅଲି ସମାଜବାଦୀ ପାର୍ଟି ସମର୍ଥନରେ ନିଜର ନାମାଙ୍କନ ଦାଖଲ କରିସାରିଛନ୍ତି । ଅନ୍ୟପକ୍ଷରେ ବିଜେପି ରବିବାର ରାତିରେ 6 ଟି ନାମ ଘୋଷଣା କରିଛି ।
ସମାଜବାଦୀ ପାର୍ଟି ୟୁପିର 11 ଟି ରାଜ୍ୟସଭା ଆସନରେ 3 ଟି ସିଟ୍ ଜିତିପାରିବ । ଏଥିପାଇଁ ଏସପି କଂଗ୍ରେସ ନେତା କପିଲ ସିବଲଙ୍କ ନାମକୁ ପ୍ରଥମ ପ୍ରାର୍ଥୀ ଭାବେ ମୋହର ଲଗାଇଛି । ତେବେ କପିଲ ସିବଲ ସ୍ୱାଧୀନ ପ୍ରାର୍ଥୀ ଭାବରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସମାଜବାଦୀ ପାର୍ଟି ତାଙ୍କୁ ସମର୍ଥନ କରିବ ।
ଏହା ସହିତ ମୁସଲିମ ଚେହେରା ଜାଭେଦ ଅଲିଙ୍କୁ ରାଜ୍ୟସଭାକୁ ପଠାଇବାକୁ ମଧ୍ୟ ସମାଜବାଦୀ ପାର୍ଟି ନିଷ୍ପତ୍ତି ନେଇଛି । ଏପର୍ଯ୍ୟନ୍ତ ଉଭୟ ନେତା ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସୋମବାର ଦିନ ଜୟନ୍ତ ଚୌଧୁରୀ ରାଜ୍ୟସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ।












Click it and Unblock the Notifications