ଶାସକ ଦଳକୁ ପୁଣି ଝଟକା ! ବିଜେଡ଼ି ଛାଡ଼ିଲେ ଅରବିନ୍ଦ ଢାଲି
ଭୁବନେଶ୍ୱର: ପୁଣି ଘର ବାହୁଡ଼ିଲେ ଅରବନ୍ଦ ଢାଲି । ଏହା ସହ ବିଜେଡିକୁ ଲାଗିଲା ଆଉ ଏକ ଝଟକା । ଦଳ ଛାଡିଲେ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ଅରବିନ୍ଦ ।

ସାଧାରଣ ନିର୍ବାଚନ ପୂର୍ବରୁ ଅରବିନ୍ଦ ବିଜେଡି ଛାଡିଥିବା ବେଳେ ଆସନ୍ତାକାଲି ବିଜେପିରେ ସାମିଲ ହେବେ ବୋଲି ଜଣାଯାଇଛି ।
ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ଢାଲି 6 ଥର ବିଧାୟକ ରହିଛନ୍ତି । ପ୍ରଥମେ ବିଜେପି ଟିକେଟରୁ ବିଧାୟକ ହୋଇଥିବା ଅରବିନ୍ଦ ପରବର୍ତ୍ତୀ ସମୟରେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ବିଜେଡିରେ ସାମିଲ ହୋଇଥିଲେ । ତେବେ 2024 ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିଛନ୍ତି । ତେବେ ଇସ୍ତଫା ଦେବା ପଛରେ ସେଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ ଢାଲି ।












Click it and Unblock the Notifications