ଆଜି ଶପଥ ନେବେ ଉପରାଷ୍ଚ୍ରପତି ଜଗଦୀପ ଧନଖଡ଼
ଦେଶର 14 ତମ ଉପରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଦଗଜୀପ ଧନଖଡ଼ । ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପାନୀୟତାର ଶପଥ ପାଠ କରାଇବେ ।
ନୂଆଦିଲ୍ଲୀ : ଦେଶର 14 ତମ ଉପରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଦଗଜୀପ ଧନଖଡ଼ । ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପାନୀୟତାର ଶପଥ ପାଠ କରାଇବେ । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଚଳିତ ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ଼ ବିଜୟୀ ହୋଇଛନ୍ତି । ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କ ଠାରୁ ଜିତି ଦେଶର 14ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଧନଖଡ଼ଙ୍କ ସପକ୍ଷରେ 528 ଭୋଟ୍ ପଡ଼ିଥିବା ବେଳେ ଆଲଭାଙ୍କ ସପକ୍ଷରେ 182 ଖଣ୍ଡ ଭୋଟ୍ ପଡ଼ିଥିଲା ।
ଚଳିତ ଉପରାଷ୍ଟ୍ରପତି ନିର୍ବାଚନରେ 92.94 ପ୍ରତିଶତ ମତଦାନ ହୋଇଥିଲା । ସମସ୍ତ ବୈଧ ଭୋଟରୁ ଧନଖଡ଼ 74.36 ପ୍ରତିଶତ ଭୋଟ୍ ହାସଲ କରିଥିଲେ । ୧୯୯୭ ପରଠାରୁ ଦେଶରେ ଅନୁଷ୍ଠିତ 6ଟି ଉପରାଷ୍ଟ୍ରପତି ନିର୍ବାଚନରେ ଏହା ସର୍ବାଧିକ ବିଜୟ ବ୍ୟବଧାନ ବୋଲି ଜଣାପଡ଼ିଛି ।












Click it and Unblock the Notifications