Get Updates
Get notified of breaking news, exclusive insights, and must-see stories!

ଗଛ ଉପରେ ହେଲା ଆଇଟି ରେଡ୍, ମିଳିଲା କୋଟିଏରୁ ଅଧିକ ଟଙ୍କା

IT Raid

ବାଙ୍ଗଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନେତା ମାନେ ଅଜସ୍ର ଅର୍ଥ ଖର୍ଚ୍ଚ କରୁଛନ୍ତି । ଆଚରଣ ସଂହିତା କାର୍ଯ୍ୟକାରୀ ହେବା ସତ୍ତ୍ୱେ ନେତାମାନେ ଅତ୍ୟଧିକ ଟଙ୍କାର ବ୍ୟବହାର କରୁଛନ୍ତି । ଯେପରି ଲାଗୁଛି ଟଙ୍କାକୁ ଆଧଆର କରି ନେତମାନେ ନିର୍ବାଚନ ଜିତିବା ଦୌଡ଼ରେ ଅଛନ୍ତି । କିନ୍ତୁ ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଅନ୍ୟପକ୍ଷରେ ବୁଧବାର ଆୟକର ବିଭାଗ (ଆଇଟି) ବିଭାଗ କଂଗ୍ରେସ ପ୍ରାର୍ଥୀଙ୍କ ଭାଇଙ୍କ ଘରେ ଚଢାଉ କରି ଏକ କୋଟି ଟଙ୍କା ନଗଦ ଜବତ କରିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଏକ କୋଟି ଟଙ୍କା କଂଗ୍ରେସ ପ୍ରାର୍ଥୀଙ୍କ ସମ୍ପର୍କୀୟ ନିଜ ଘରର ବଗିଚାରେ ଥିବା ଏକ ଗଛରେ ଲୁଚାଇ ରଖିଥିଲେ ।
ଆଇଟି ବିଭାଗ ମୈସୁର କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ରାୟଙ୍କ ଭାଇ ସୁବ୍ରମଣ୍ୟମ ରାୟଙ୍କ ବାସଭବନରେ ଚଢାଉ କରିଥିଲା । ଆଇଟି ବିଭାଗର ଅଧିକାରୀମାନେ ଏହି ଟଙ୍କା ଗଛରେ ପାଇଥିଲେ । ଏକ କୋଟି ଟଙ୍କା ନଗଦକୁ ଏକ ବାକ୍ସରେ ରଖଇ ଗଛରେ ଝୁଲାଇଦେଇଥିଲେ ।

କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ରାୟଙ୍କ ଭାଇ ସୁବ୍ରମଣ୍ୟମ, ଯିଏକି ଡାକସିନା କନ୍ନଡ ଜିଲ୍ଲାର ପୁଟୁରରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଆୟକର ବିଭାଗର ଅଧିକାରୀମାନେ ଏହି ଚଢାଉ ସମୟରେ ଜବତ ହୋଇଥିବା ପରିମାଣ ଏପର୍ଯ୍ୟନ୍ତ ପ୍ରକାଶ କରିନାହାଁନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+