ଇସୁଦାନ ଗାଧ୍ୱୀ ଗୁଜୁରାଟରେ AAP ର ମୁଖ୍ୟମନ୍ତ୍ରୀ ଚେହେରା
ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ଆଜି ଗୁଜୁରାଟରେ AAP ର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେ ନେଇ ଘୋଷଣା କରିଛନ୍ତି । ଇସୁଦାନ ଗାଧ୍ୱାଙ୍କ ନାମରେ ଦଳ ମୋହର ଲଗାଇଛି ।
ଅହମ୍ମଦାବାଦ : ଗୁଜୁରାଟ ନିର୍ବାଚନ ନେଇ ଆମ୍ ଆଦମୀ ପାର୍ଟି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ଆଜି ଗୁଜୁରାଟରେ AAP ର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେ ନେଇ ଘୋଷଣା କରିଛନ୍ତି । ଇସୁଦାନ ଗାଧ୍ୱାଙ୍କ ନାମରେ ଦଳ ମୋହର ଲଗାଇଛି ।

ଇସୁଦାନ ଗାଧ୍ୱୀ ବର୍ତ୍ତମାନ ଆମ୍ ଆଦମୀ ପାର୍ଟିରେ ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ ଅଟନ୍ତି । ନଭେମ୍ବର 4, ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଗୁଜୁରାଟରେ AAP ର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ହୋଇଥିବା ମତଦାନରେ 16 ଲକ୍ଷ 48 ହଜାର 500 ଲୋକ ନିଜର ମତ ଦେଇଛନ୍ତି । ଏହା ପରେ ଦଳର ନେତାମାନେ ଇସୁଦାନ ଗାଧ୍ୱୀଙ୍କ ନାମରେ ମୋହର ଲଗାଇଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ଜନସାଧାରଣଙ୍କ ମତ ଆମ ଦଳର ମତ ହେବ ।
ଏହି ସମୟରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଗୁଜୁରାଟ ପରିବର୍ତ୍ତନ ଆଡକୁ ଗତି କରୁଛି ଏବଂ AAP ହେଉଛି ଏକ ନୂତନ ଇଞ୍ଜିନ, ଏକ ନୂତନ ଆଶା । ଏହି ସମୟରେ, ସିଏମ୍ ପ୍ରାର୍ଥୀ ଇସୁଦାନ କହିଥିଲେ, 'କିଛି ଅଦୃଶ୍ୟ ଶକ୍ତି ଅଛି ଯାହା ମୋତେ ସମର୍ଥ କରୁଛି । ମୁଁ ଜଣେ ସାଧାରଣ ଲୋକ, ଯେଉଁଥିରେ କେଜ୍ରିୱାଲ କିଛି ବିଶେଷ ଦେଖିଛନ୍ତି ।
ଗୁଜୁରାଟର ପିପଲିଆରେ 10 ଜାନୁୟାରୀ 1982 ରେ ଜନ୍ମଗ୍ରହଣ କରିଥିବା ଇସୁଦାନ ବୃତ୍ତିରେ ଜଣେ ସାମ୍ବାଦିକ । ଗତବର୍ଷ ସେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୪ ଜୁନ୍ ୨୦୨୧ ରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ ।
ଗାଧ୍ୱୀ ଖାମ୍ବଲିଆ, ଜାମନଗର ଓ ଅହମ୍ମଦାବାଦରେ ଅଧ୍ୟୟନ କରିଛନ୍ତି । ସେ ଜଣେ କମର୍ସ ଗ୍ରାଜୁଏଟ ଏବଂ ଗୁଜରାଟ ବିଦ୍ୟାପୀଠ, ଅହମଦାବାଦରୁ ୨୦୦୫ରେ ଜର୍ଣ୍ଣାଲିଜିମ୍ ଓ ମାସ୍ କମ୍ୟୁନିକେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।
ସେ ଖୁବ୍ ଶୀଘ୍ର ମାତ୍ର 32 ବର୍ଷ ବୟସରେ ଭିଟିଭି ନ୍ୟୁଜ୍ର ଏଡିଟର ହୋଇପାରିଥିଲେ । 2021 ଜୁନ୍ ପହିଲାରେ ସେ ତାଙ୍କ ଟିଭି ଚାକିରି ଛାଡ଼ି ଜୁନ୍ 14 ରେ ଆପ୍ରେ ଯୋଗ ଦେଇଥିଲେ । ତେବେ ବିଜେପି ଓ କଂଗ୍ରେସରୁ ମଧ୍ୟ ତାଙ୍କୁ ଅଫର ମିଳିଥିଲା ।












Click it and Unblock the Notifications