ସୈୟଦ ଅଲୀ ଶାହା ଗିଲାନୀଙ୍କ ମୃତ୍ୟୁ ପରେ ଘାଟିରେ ଇଣ୍ଟରନେଟ୍ ସେବା ବନ୍ଦ

ବିଚ୍ଛିନ୍ନତାବାଦୀ ନେତା ସୈୟଦ ଅଲୀ ଶାହା ଗିଲାନୀଙ୍କ ବୁଧବାର ସନ୍ଧ୍ୟାରେ 92 ବର୍ଷ ବୟସରେ ଦେହାନ୍ତ ହୋଇଛି । ଏହା ପରେ କାଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ପୋଲିସ ନିଷ୍ପତ୍ତି ନେଇଛି ।

ନୂଆଦିଲ୍ଲୀ : ବିଚ୍ଛିନ୍ନତାବାଦୀ ନେତା ସୈୟଦ ଅଲୀ ଶାହା ଗିଲାନୀଙ୍କ ବୁଧବାର ସନ୍ଧ୍ୟାରେ 92 ବର୍ଷ ବୟସରେ ଦେହାନ୍ତ ହୋଇଛି । ଏହା ପରେ କାଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ପୋଲିସ ନିଷ୍ପତ୍ତି ନେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କାଶ୍ମୀରର ଆଇଜିପି ବିଜୟ କୁମାର ଉପତ୍ୟକାରେ ଅନେକ ପ୍ରତିବନ୍ଧକ ଘୋଷଣା କରିଛନ୍ତି ଯେଉଁଥିରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବାସ୍ତବରେ, ଗିଲାନୀଙ୍କ ମୃତ୍ୟୁ ପରେ ଉପତ୍ୟକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଇଣ୍ଟରନେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

Syed Ali Shah Geelani

ସୈୟଦ ଅଲୀ ଶାହା ଗିଲାନୀଙ୍କ ମୃତ୍ୟୁ ପରେ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଇଣ୍ଟରନେଟ ସେବା ବନ୍ଦ କରାଯିବା ପରେ ଗିଲାନୀଙ୍କ ଘର ସମେତ ଅନ୍ୟ ଆଡ଼େ ମଧ୍ୟ ସୁରକ୍ଷାକୁ ବଢାଇ ଦିଆଯାଇଛି । କେତେକ ବରିଷ୍ଠ ହୁରିୟତ ନେତାଙ୍କୁ ମଧ୍ୟ ଗୃହରେ ନଜର ବନ୍ଦୀ କରି ରଖାଯାଇଛି । ମୁଖତାର ଅହମ୍ମଦ ରଜାଙ୍କୁ ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଥିବା ତାଙ୍କ ଘରୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ 1972, 1977, 1987 ରେ ସୈୟଦ ଅଲୀ ଶାହା ଗିଲାନି ସୋପୋର ବିଧାନସଭା ରୁ ତିନିଥର ନିର୍ବାଚିତ ହୋଇଥିଲେ ।

ଆପଣଙ୍କୁ କହି ରଖୁଛୁ ସୈୟଦ ଅଲୀ ଶାହା ଗିଲାନି ଉପତ୍ୟକାର ଜଣେ ବଡ଼ ବିଚ୍ଛିନ୍ନତାବାଦୀ ନେତା ଥିଲେ, ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଗତ ବର୍ଷ ହୁରିୟତ ଏବଂ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ । ଆଜି ଗିଲାନୀଙ୍କ ଶେଷ ରୀତିନୀତି କରାଯିବ ବୋଲି କୁହାଯାଉଛି । ଏହାପୂର୍ବରୁ ମାର୍ଚ୍ଚ 2018 ରେ ମଧ୍ୟ ଗିଲାନି ହୃଦଘାତରେ ପୀଡିତ ହୋଇଥିଲେ ।

ଗିଲାନୀଙ୍କ ମୃତ୍ୟୁ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଗିଲାନି ସାହେବଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ଅନେକ ପ୍ରସଙ୍ଗରେ ଆମର ଭିନ୍ନ ମତ ଥିଲା କିନ୍ତୁ ମୁଁ ତାଙ୍କୁ ସମ୍ମାନ କରେ, ସେ ତାଙ୍କ ମତରେ ଦୃଢ ଥିଲେ । ଆଲ୍ଲାହା ତାଲା ତାଙ୍କୁ ସ୍ୱର୍ଗ ଦିଅନ୍ତୁ, ମୁଁ ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା ଜଣାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+