Get Updates
Get notified of breaking news, exclusive insights, and must-see stories!

ଭାରତୀୟ ମୁଦ୍ରାରେ ଜାତିର ପିତା ଗାନ୍ଧୀଙ୍କ ନୁହଁ ଶିବାଜୀ ଫଟୋେ ! 'ସାମ୍ପୁଲ' ସେୟାର କଲେ ବିଜେପି ବିଧାୟକ

ଭାରତୀୟ ମୁଦ୍ରାର ନୂତନ ଡିଜାଇନର ପରାମର୍ଶ ଦେଇ ରାଣେ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି ଯେ ‘ଏହା ସମ୍ପୂର୍ଣ୍ଣ' ।

ମୁମ୍ବାଇ : ଭାରତୀୟ ମୁଦ୍ରାରେ ଫଟୋ ବଦଳାଇବା ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଦେବା-ଦେବୀଙ୍କ ଫଟୋ, ଜାତିର ପିତାଙ୍କ ବଦଳରେ ଭଗତ ସିଂବ କିମ୍ବା ଶିବାଜୀଙ୍କ ପରି ମହାନ ବ୍ୟକ୍ତିଙ୍କ ଫଟୋ ବଦଳାଇବା ଭଳି ପରାମର୍ଶ ଦିଆଯାଉଛି । ଏବେ ମହାରାଷ୍ଟ୍ରର ଜଣେ ବିଜେପି ନେତା ମୁଦ୍ରା ନୋଟରେ ଛତ୍ରପତି ଶିବାଜୀଙ୍କ ଫଟୋ ଲଗାଇବା ନେଇ ପରାମର୍ଶ ଦେଇଛନ୍ତି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ଫଟୋ ରଖିବା ନେଇ ପରାମର୍ଶ ଦେଇଛନ୍ତି । ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମା ଲକ୍ଷ୍ମୀଙ୍କ ଫଟୋ ଏବଂ ଗଣେଶଙ୍କ ଫଟୋ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରର ନେତା ନୀତିଶ ରାଣେ ଏହି ବିବାଦରେ ଏଣ୍ଟ୍ରି କରିଛନ୍ତି ।

indian currency

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହେଉଥିବା ଭାରତୀୟ ମୁଦ୍ରାର ଡିଜାଇନ୍ ପରିବର୍ତ୍ତନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ସହ ମାତା ଲକ୍ଷ୍ମୀଙ୍କ ଫଟୋ ମଧ୍ୟ ମୁଦ୍ରାରେ ଛପାଯିବା ଉଚିତ୍ । ବିଜେପି ନେତା ନୀତେଶ ରାଣେ ମଧ୍ୟ ଏହି ବିବାଦରେ ସାମିଲ ହୋଇଛନ୍ତି ।

ଭାରତୀୟ ମୁଦ୍ରାର ନୂତନ ଡିଜାଇନର ପରାମର୍ଶ ଦେଇ ରାଣେ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି ଯେ 'ଏହା ସମ୍ପୂର୍ଣ୍ଣ' । କେଜ୍ରିୱାଲଙ୍କ ଉପରେ ବିଜେପିର ଟର୍ଗେଟ୍ ମଧ୍ୟରେ ବର୍ତ୍ତମାନ ଆଉ ଜଣେ ବିଜେପି ନେତା ତଥା ବିଧାୟକ ନୀତେଶ ରାଣେ ନୋଟରେ ଥିବା ଫଟୋକୁ ନେଇ ଏକ ନୂଆ ପରାମର୍ଶ ଦେଇଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଜାରି କରାଯାଇଥିବା ମୁଦ୍ରା ନୋଟରେ ଶିବାଜୀଙ୍କ ଫଟୋ ର ଏକ ନମୁନା ଟ୍ୱିଟ୍ କରି କ୍ୟାପସନ୍ ଦିଆଯାଇଛି ଯେ ଏହା ସମ୍ପୂର୍ଣ୍ଣ ଅଟେ । ଏଭଳି ପରିସ୍ଥିତିରେ ମରାଠା ଆଇକନ୍ ଛତ୍ରପତି ଶିବାଜୀଙ୍କ ଫଟୋ ସହିତ 200 ଟଙ୍କା ମୁଦ୍ରା ନୋଟ୍ ଟ୍ୱିଟ୍ କରି ରାଣେ ଏକ ନୂଆ ଆଲୋଚନା ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+