Lok Sabha Elections 2024: ରଣ ହୁଙ୍କାର ଦେବ I.N.D.I ମେଣ୍ଟ, ଗୋଟିଏ ମଞ୍ଚରେ ଏକାଠି ହେବେ 26 ଦଳ
Lok Sabha Elections 2024: ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶ କରିବ ଇଣ୍ଡି ମେଣ୍ଟ । ଦିଲ୍ଲୀର ରାମଲିଲା ମୈଦାନରେ INDI ମିଳିତ ମଞ୍ଚରେ ସାମିଲ ଥିବା ଦଳର ନେତା ମାନେ ଏକାଠି ହେବେ । ଦିଲ୍ଲୀର ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ନେତାଙ୍କ ଗିରଫ ଏବଂ ଲୋକତନ୍ତ୍ରର ସୁରକ୍ଷା ଆଦି ବିଷୟରେ ବିରୋଧୀ ଦଳର ନେତା ଏକାଠି ହୋଇ ସ୍ୱର ଉତ୍ତୋଳନ କରିବେ । ଲୋକସଭା ନିର୍ବାଚନରେ 2024 ମେଣ୍ଟ ସରକାର ଗଠନ ପାଇଁ ଭୋଟ୍ ଅପିଲ କରିବ ମିଳିତ ମଞ୍ଚ ।

ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବଡ ନେତା ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଜାତୀୟ ରାଜଧାନୀର ରାମଲୀଳା ମୈଦାନରେ ଆୟୋଜିତ ଏହି ରାଲିରେ ସାମିଲ ହେବେ । ପଞ୍ଜାବ ମନ୍ତ୍ରୀ ତଥା ଆପ୍ ନେତା ବଲବୀର ସିଂ ଏହି ରାଲିକୁ ନେଇ କହିଛନ୍ତି, ରାମଲୀଳା ମୈଦାନରେ INDIA ମେଣ୍ଟ ର ଉଦ୍ଦେଶ୍ୟ ହେଉଛି ଏକଛତ୍ରବାଦୀ ଶାସନକୁ ଶେଷ କରିବା ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ।
କଂଗ୍ରେସରୁ ମଲ୍ଲିକାର୍ଜୁନ ଖାଡ଼ଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ, ଏନସିପି (ପାୱାର ଦଳ) ସଭାପତି ଶରଦ ପାୱାର, ଶିବସେନା (ୟୁବିଟି ଦଳ) ଉଦ୍ଧବ ଠାକରେ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ୱୀ ଯାଦବ, ଟିଏମସି ନେତା ଡେରେକ ଓ'ବ୍ରାଇନ୍, ଡିଏମକେ ନେତା ତିରୁଚି ଏନ ଶିବ, ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍, ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍, ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା, ସିପିଆଇ (ଏମ୍ଏଲ୍) ନେତା ଦୀପକାନ ଭଟ୍ଟାଚାର୍ଯ୍ୟ, ଫରୱାର୍ଡ ବ୍ଲକ୍ ନେତା ଜି ଦେବରାଜନ୍ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ଅନେକ ନେତା ସାମିଲ ହେବେ ।












Click it and Unblock the Notifications