5 ରାଜ୍ୟ ନିର୍ବାଚନ ପରେ ପ୍ରଥମ ଥର ବସିବ INDIA ମେଣ୍ଟ ବୈଠକ, ଏହି ପ୍ରସଙ୍ଗରେ ହୋଇପାରେ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି, ଏଭଳି ପରିସ୍ଥିତିରେ ବିରୋଧୀ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ଏହି ସଂପର୍କରେ ବିରୋଧୀ ଦଳ ଇଣ୍ଡିଆ ବ୍ଲକର ଚତୁର୍ଥ ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି । ଇଣ୍ଡିଆ ବ୍ଲକରେ ସମୁଦାୟ 28 ବିରୋଧୀ ଦଳ ଅଛନ୍ତି । ସମସ୍ତ ବିରୋଧୀ ଏକାଠି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।

5 ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ବସିବ ଇଣ୍ଡିଆ ମେଣ୍ଟର ବୈଠକ । ବୈଠକ ପୂର୍ବରୁ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ଆଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିପରି ପର୍ଯ୍ୟାୟକ୍ରମେ ଜଣେ ପରେ ଜଣେ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି ।
ସଦ୍ୟ ନିର୍ବାଚନରେ 3 ରାଜ୍ୟରେ ବିଜେପିକୁ ମିଳିଥିବା ସଫଳତା, ବିରୋଧୀ ମେଣ୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବରେ ଛିଡ଼ା ହୋଇଛି । ସେହିପରି କଂଗ୍ରେସର ସ୍ଥିତି ନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇପାରେ । ଅନ୍ୟପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତା ବସିଛି ବିରୋଧୀ ଦଳ ନେତାଙ୍କୁ ନେଇ ବୈଠକ ।
ଆଜି ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ଆଲାଇନ୍ସର ବୈଠକରେ ମୁଖ୍ୟତଃ ଆସନ ବଣ୍ଟନ ଉପରେ ଆଲୋଚନା କରାଯାଇପାରେ । ଏହି ବୈଠକରେ ସମସ୍ତ ଦଳ ଏକ ସକରାତ୍ମକ ଏଜେଣ୍ଡା ପ୍ରସ୍ତୁତ କରିବାକୁ ଚେଷ୍ଟା କରିବେ ଯାହା ଦ୍ୱାରା ଆସନ୍ତା ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇପାରିବ ବୋଲି ବିଶ୍ୱାସ ରହିଛି ।
ବୈଠକ ପୂର୍ବରୁ ମମତା ବାନାର୍ଜୀ କହିଛନ୍ତି ଯେସେ ସାରା ଦେଶରେ ପ୍ରଚାର କରିବାକୁ ପ୍ରସ୍ତୁତ ଅଛନ୍ତି । ସେ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଦେଶରେ ପ୍ରଚାର କରିବାକୁ କହିଛନ୍ତି । ମମତା ବାନାର୍ଜୀ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ବରିଷ୍ଠ ଜେଡିୟୁ ନେତା ନୀତୀଶ କୁମାର ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ଏହି ବୈଠକ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ।
ଏହା ସହ ଆଜି ବୈଠକରେ ସଂସଦରେ ନିରାପତ୍ତା ତ୍ରୁଟି, ବେକାରୀ ଆଦି ସମ୍ପର୍କରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସମେତ ବହୁ ନେତା ସାମିଲ ହେବା ଆଶା କରାଯାଉଛି । ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସର ବ୍ୟାପକ ପରାଜୟ ପରେ ଏହା ହେଉଛି ଇଣ୍ଡିଆ ମେଣ୍ଟର ପ୍ରଥମ ବୈଠକ । ସଂସଦ ଭବନ ପରିସରରେ ଏହି ବୈଠକ ବସିବା ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ମାତ୍ର ପରେ ଏହାକୁ ଏକ ହୋଟେଲକୁ ସ୍ଥାନାନ୍ତରିତ କରାଯାଇଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications