ଆଜି ବସିବ ଇଣ୍ଡିଆ ମେଣ୍ଟ ବୈଠକ, ଆସନ ବୁଝାମଣା ଉପରେ ହୋଇପାରେ ଆଲୋଚନା
INDIA Alliance: ଇଣ୍ଡିଆ ମେଣ୍ଟ ବୈଠକ ଆଜି ବସିବ । 2024 ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ବିଜେପିକୁ ମାତ୍ ଦେବା ପାଇଁ ଗୋଟିଏ ମଞ୍ଚରେ ମିଳିତ ଭାବେ ଲଢିବାକୁ ଯୋଜନା କରିବ ଇଣ୍ଡିଆ ମେଣ୍ଟ ।

ଏହି ବୈଠକରେ ଇଣ୍ଡିଆ ମେଣ୍ଟ ନେତା କିଏ ହେବେ ତାହା ଉପନୀତ ହେବ । ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ମଧ୍ୟ ବୈଠକରେ ଆଲୋଚନା ହେବ । ବିଶେଷକରି ନୀତୀଶ କୁମାରଙ୍କୁ ମେଣ୍ଟର ଆବାହକ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏହି ମେଣ୍ଟର ଅଧ୍ୟକ୍ଷ କରାଯାଇପାରେ ବୋଲି କୁହାଯାଉଛି । କିନ୍ତୁ ନିଜ ନିଜ ରାଜ୍ୟରେ ଆଞ୍ଚଳିକ ଦଳ ଦବଦବା ରଖିବା ଲାଗି ଅଧିକ ଆସନ କଂଗ୍ରେସକୁ ଛାଡିବାକୁ ପ୍ରସ୍ତୁତ ନଥିବାରୁ ସମସ୍ୟା ବଢିବାରେ ଲାଗିଛି ।
ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ବିହାରରେ କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ସହଯୋଗୀ ଦଳ ପ୍ରସ୍ତୁତ ନାହାଁନ୍ତି । ପଶ୍ଚିମବଙ୍ଗରେ କେବଳ ମାଲଦା ଦକ୍ଷିଣ ଓ ବରହମପୁର ଆସନକୁ କଂଗ୍ରେସକୁ ଦେବା ଲାଗି ଟିଏମସି ଚାହୁଁଛି । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ପ୍ରକାଶ ପାଇପାରିନାହିଁ ।ସେହିପରି ଉତ୍ତର ପ୍ରଦେଶ ଓ ବିହାରରେ ବି କଂଗ୍ରେସକୁ ଅଧିକ ଆସନ ଛାଡିବା ଲାଗି ରାଜିନାହାନ୍ତି ସମାଜବାଦୀ ପାର୍ଟି, ଆରଜେ଼ଡି ଓ ଜେଡିୟୁ ।
ସେପଟେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି- ତାଙ୍କ ଦଳ 255 ଆସନରେ ଲଢେଇ ଲାଗି ନିର୍ଣ୍ଣୟ କରିଛି । ଯଦି 255 ଆସନରେ କଂଗ୍ରେସ ଲଢିବ ତେବେ ସ୍ବାଧୀନତା ପରେ ଏହା ହେବ ଦଳ ଲଢୁଥିବା ସବୁଠାରୁ କମ୍ ଆସନ ।












Click it and Unblock the Notifications