ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରତିଶୃତି : ସମସ୍ତ ପରିବାରକୁ ମିନି ହେଲିକପ୍ଟର, ଏକ କୋଟି ଟଙ୍କା ଏବଂ ଚନ୍ଦ୍ର ଯାତ୍ରା
ତାମିଲ ନାଡ଼ୁର ଜଣେ ସ୍ୱାଧିନ ପ୍ରାର୍ଥୀ ନିର୍ବାଚନ ଜିତିଲେ ପ୍ରତ୍ୟେକ ଘରକୁ କୋଟିଏ ଟଙ୍କା ଲେଖାଏଁ ଫିକ୍ସ ଡିପୋଜିଟ୍, ଗୋଟିଏ ମିନି ହେଲିକ୍ୟାପ୍ଟର, ବାହାଘର ପାଇଁ ସୁନା ଗହଣା, ତିନି ମହଲା କୋଠା ଘର ସହ ଚନ୍ଦ୍ର ବୁଲେଇ ନେବାର ପ୍ରତିଶୃତି ଦେଇଛନ୍ତି ।
ଚେନ୍ନାଇ : ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀମାନଙ୍କର ପ୍ରତିଶୃତି ସେତେ ରୋଚକ ହେଉଛି । ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀମାନେ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶୃତି ଦେଉଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ ।
ଘଟଣାଟି ଏପରି, ତାମିଲ ନାଡ଼ୁର ଜଣେ ସ୍ୱାଧିନ ପ୍ରାର୍ଥୀ ନିର୍ବାଚନ ଜିତିଲେ ପ୍ରତ୍ୟେକ ଘରକୁ କୋଟିଏ ଟଙ୍କା ଲେଖାଏଁ ଫିକ୍ସ ଡିପୋଜିଟ୍, ଗୋଟିଏ ମିନି ହେଲିକ୍ୟାପ୍ଟର, ବାହାଘର ପାଇଁ ସୁନା ଗହଣା, ତିନି ମହଲା କୋଠା ଘର ସହ ଚନ୍ଦ୍ର ବୁଲେଇ ନେବାର ପ୍ରତିଶୃତି ଦେଇଛନ୍ତି । ଏହି ପ୍ରାର୍ଥୀ ଜଣକ ହେଉଛନ୍ତି ତାନିଲନାଡ଼ୁର ମଗୁରାଇ ଦକ୍ଷିଣ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଥିବା ଥୁଲମ୍ ସରବନନ୍ । ତାଙ୍କର ମେନିଫେଷ୍ଟୋ ଏବଂ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ନିଶ୍ଚିତ ଭାବରେ ସେହି ନିର୍ବାଚନମଣ୍ଡଳୀରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ଯେଉଁଠାରେ ଆହୁରି 13 ଜଣ ପ୍ରାର୍ଥୀ ଅଛନ୍ତି ।

ଏକ ଗଣମାଧ୍ୟମ ସଂଗଠନ ସହ କଥାବାର୍ତ୍ତା କରି ସରବନନ୍ କହିଛନ୍ତି, "ମୋର ଉଦ୍ଦେଶ୍ୟ ହେଉଛି ରାଜନୈତିକ ଦଳଗୁଡିକଙ୍କ ଲୋଭନୀୟ ପ୍ରତିଶୃତି ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ମୁଁ ଚାହେଁ ଯେ ଲୋକମାନେ ସାଧାରଣ ନମ୍ର ଲୋକକୁ ସେମାନଙ୍କ ନେତା ଭାବେ ଚୟନ କରନ୍ତୁ ।"
ତଥାପି, ଅନ୍ୟ ଅର୍ଥରେ, ନେତାଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଜ୍ଞାକୁ ଲୋକମାନଙ୍କ ମଧ୍ୟରେ ସଚେତନତା ଆମିବା ନେଇ ସେ ଏପରି କରିଛନ୍ତି ବୋଲି ସେ କହିଛନ୍ତି । ଏପରିକି ତାଙ୍କର ନିର୍ବାଚନ ଚିହ୍ନ ରହିଛି, ଡଷ୍ଟବିନ୍ । ସେ ଏନେଇ କହିଛନ୍ତି, ସାଧାରଣତଃ ଯଦି ତୁମେ ପ୍ରତିଜ୍ଞା ଲୋଭରେ ଭୋଟ୍ ଦେଉଛନ୍ତି, ତାହା କେବେ ପୂରଣ ହୋଇପାରିବ ନାହିଁ । କିନ୍ତୁ ଆପଣଙ୍କ ଭୋଟ୍ ଡଷ୍ଟବିନରେ ଦେଇପାରିବେ ।
ତାଙ୍କ ମେନିଫେଷ୍ଟୋରେ ସରବନନ ମଧ୍ୟ ଗୃହିଣୀମାନଙ୍କର କାର୍ଯ୍ୟ ଭାର ହ୍ରାସ କରିବାକୁ ଏକ ରୋବଟ, ଡଙ୍ଗା ଚାଳନା ପାଇଁ ଚ୍ୟାନେଲ ସହିତ ପ୍ରତ୍ୟେକ ପରିବାର ପାଇଁ ଏକ ଡଙ୍ଗା, ତାଙ୍କ ନିର୍ବାଚନମଣ୍ଡଳୀକୁ ଥଣ୍ଡା ରଖିବା ପାଇଁ 300 ଫୁଟ ଉଚ୍ଚ କୃତ୍ରିମ ବରଫ ପାହାଡ଼, ମହାକାଶ ଗବେଷଣା କେନ୍ଦ୍ର ଏବଂ ରକେଟ୍ ଉତକ୍ଷେପଣ ପାଇଁ ଏକ ପ୍ୟାଡ୍ ନିର୍ମାଣ ନେଇ ପ୍ରତିଶୃତି ଦେଇଛନ୍ତି ।
ନିଜର ଗରିବ ବୃଦ୍ଧ ପିତାମାତାଙ୍କ ସହ ରହୁଥିବା ଏବଂ ଏପର୍ଯ୍ୟନ୍ତ ବିବାହ କରି ନ ଥିବା ସରବନନ୍ କହିଛନ୍ତି ଯେ, ତାଙ୍କ ନାମାଙ୍କନପତ୍ର ଦାଖଲ କରିବା ପାଇଁ ଜମା କରିଥିବା 20,000 ଟଙ୍କାକୁ ସେ ଧାର ଆଣିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ରାଜନୈତିକ ଦଳଗୁଡ଼ିକୁ "ରାଜନୀତିକୁ ଏକ ଅର୍ଥ ଚକ୍ରରେ ପରିଣତ କରିବା" ଏବଂ ଲୋକଙ୍କ କଲ୍ୟାଣକୁ ଅଣଦେଖା କରିବା ପାଇଁ ନିନ୍ଦା କରିଛନ୍ତି । ସେ କହିଛନ୍ତି, "କ୍ଷମତାରେ ଥିବାବେଳେ ସେମାନେ ଚାକିରି ଯୋଗାଇବା, କୃଷି ପ୍ରତିପୋଷଣ କରିବା କିମ୍ବା ସ୍ୱଚ୍ଛ ବାୟୁ ଭଳି ପଦକ୍ଷେପ ନେବା ଉପରେ କାମ କରନ୍ତି ନାହିଁ । କେବଳ ନିର୍ବାଚନ ସମୟରେ ସେମାନେ ଲୋକମାନଙ୍କୁ ଟଙ୍କା ଫିଙ୍ଗି ସେମାନଙ୍କୁ ସଠିକ୍ ନିଷ୍ପତ୍ତି ନେବାକୁ ଦେଇନଥାନ୍ତି ।"
ରାଜ୍ୟ ବର୍ତ୍ତମାନ ପାଞ୍ଚ ଲକ୍ଷ କୋଟି ଟଙ୍କା ଋଣରେ ଥିବା ବେଳେ ଏତେ ବିପଦ ସମୟରେ ମଧ୍ୟ ତାମିଲନାଡୁର ରାଜନୈତିକ ଦଳମାନେ ଜନପ୍ରିୟତାକୁ ଏକ ନୂତନ ସ୍ତରକୁ ନେଇଛନ୍ତି । ତୃତୀୟ ଅବଧି ପାଇଁ ଲକ୍ଷ୍ୟ ରଖିଥିବା AIADMK ମାଗଣା ୱାଶିଂ ମେସିନ୍, ଗୃହିଣୀମାନଙ୍କ ପାଇଁ ମାସିକ 1,500 ଟଙ୍କା, ପ୍ରତ୍ୟେକ ପରିବାର ପାଇଁ 6 ଟି ମାଗଣା ସିଲିଣ୍ଡର ଏବଂ ପ୍ରତ୍ୟେକ ପରିବାର ପାଇଁ ସରକାରୀ ଚାକିରି ପାଇଁ ପ୍ରତିଶୃତି ଦେଇଛି ।
ଶୀର୍ଷକୁ ଯିବାକୁ ସଂଘର୍ଷ କରୁଥିବା ଡିଏମକେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ପାଞ୍ଚ ଟଙ୍କା ଏବଂ ଡିଜେଲ ଦର 4 ଟଙ୍କା ହ୍ରାସ କରିବା ସହ, ଛାତ୍ରମାନଙ୍କୁ ଟ୍ୟାବ ସହ ଇଣ୍ଟରନେଟ ଦେବାକୁ ପ୍ରତିଶୃତି ଦେଇଛି ।












Click it and Unblock the Notifications