ତାମିଲନାଡୁ ନିର୍ବାଚନ ପୂର୍ବରୁ ଏମ.କେ ଷ୍ଟାଲିନଙ୍କ ଜ୍ୱାଇଁଙ୍କ ଘର ଉପରେ ଆୟକର ଚଢାଉ
ତାମିଲନାଡୁ ବିଧାନସଭା ନିର୍ବାଚନର ଚାରି ଦିନ ପୂର୍ବରୁ ଆୟକର ବିଭାଗ ଦ୍ରାବିଡ ମୁନ୍ନେତ୍ର କଡ଼ଗମ (ଡିଏମକେ) ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ଜ୍ୱାଇଁ ସାବରସାନଙ୍କ ଅନେକ ଘର ଉପରେ ଚଢାଉ କରିଛି । ଜ୍ୱାଇଁ ସାବରେସାନଙ୍କ ଘର ବ୍ୟତୀତ ଅନ୍ୟ ଚାରିଟି ସ୍ଥାନରେ ଚଢାଉ ହୋଇଛି ।
ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନର ଚାରି ଦିନ ପୂର୍ବରୁ ଆୟକର ବିଭାଗ ଦ୍ରାବିଡ ମୁନ୍ନେତ୍ର କଡ଼ଗମ (ଡିଏମକେ) ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ଜ୍ୱାଇଁ ସାବରସାନଙ୍କ ଅନେକ ଘର ଉପରେ ଚଢାଉ କରିଛି । ଜ୍ୱାଇଁ ସାବରେସାନଙ୍କ ଘର ବ୍ୟତୀତ ଅନ୍ୟ ଚାରିଟି ସ୍ଥାନରେ ଚଢାଉ ହୋଇଛି । ଚଢାଉ ହୋଇଥିବା ସ୍ଥାନ ମଧ୍ୟରେ ଡିଏମକେର ଅନ୍ନା ନଗର ପ୍ରାର୍ଥୀ ମୋହନଙ୍କ ପୁଅଙ୍କ ଘର ରହିଛି । ସୂତ୍ରରୁ ପ୍ରକାଶ ଯେ ଚଢାଉ ହୋଇଥିବା ସ୍ଥାନ ମଧ୍ୟରୁ ସାବରେସନଙ୍କ ଘର ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଠାରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଡିଏମକେ ସହ ତାଙ୍କ ରଣନୀତି ବୈଠକ କରିଥିଲେ ।

ଡିଏମକେ ପୂର୍ବରୁ ଦାବି କରିଥିଲା ଯେ ନିକଟରେ ତାଙ୍କ ପାର୍ଟିର ଭେଟେରାନ ନେତା ଇଭି ଭେଲୁଙ୍କ ଘର ଉପରେ ହୋଇଥିବା ଚଢାଉ ଏକ ରାଜନୈତିକ ଆକ୍ରୋଶ । ରାଜନୈତିକ ପ୍ରତିଶୋଧ ପାଇଁ ବିଜେପି ଇଭି ଭେଲୁଙ୍କ ଘର ଫରରେ ରେଡ୍ କରାଯାଇଥିଲା ବୋଲି ଡିଏମକେ ଅଭିଯୋଗ କରିଛି ।
ସୂଚନାଯୋଗ୍ୟ, ତାମିଲନାଡୁର 234 ବିଧାନସଭା ଆସନ ପାଇଁ ଅପ୍ରେଲ୍ 6 ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏହାର ଫଳାଫଳ ମେ 2 ରେ ପ୍ରକାଶ ପାଇବ । ନିର୍ବାଚନର ଠିକ ଚାରି ଦିନ ପୂର୍ବରୁ ଏମ.କେ ଷ୍ଟାଲିନଙ୍କ ଜ୍ବାଇଁଙ୍କ ଘର ଉପରେ ଆୟକର ବିଭାଗର ଚଢାଉ ପରେ ରାଜ୍ୟ ରାଜନୀତିରେ ଉତ୍ତେଜନା ପ୍ରକାଶ ପାଇଛି ।












Click it and Unblock the Notifications