ଗୁଲାମ ନବୀ ଆଜାଦଙ୍କ ପରେ କଂଗ୍ରେସରେ ଇସ୍ତଫା ପର୍ବ, ଏହି ନେତା ଦେଲେ ଇସ୍ତଫା

ଆରଏସ ଚିବ ମଧ୍ୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଆପଣଙ୍କୁ କହି ରଖୁଛୁ ଆରଏସ ଚିବ ଦଳର ଜଣେ ବରିଷ୍ଠ ନେତା ଏବଂ ସେ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ ଥିଲେ ।

ନୂଆଦିଲ୍ଲୀ : ବରିଷ୍ଠ ନେତା ଗୁଲାମ ନବୀ ଆଜାଦ 26 ଅଗଷ୍ଟ ଶୁକ୍ରବାର ଦିନ କଂଗ୍ରେସ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ଆଜାଦଙ୍କ ଇସ୍ତଫା ଖବର ଗଣମାଧ୍ୟମର ମୁଖ୍ୟ ଖବର ହେବା ମାତ୍ରେ ଜାମ୍ମୁ କାଶ୍ମୀରରେ କଂଗ୍ରେସ ଦଳରୁ ଇସ୍ତଫା ଦେବା ନେଇ ନେତାଙ୍କ ଭିଡ଼ ଜମିଥିଲା । ଏଥି ସହିତ ଆରଏସ ଚିବ ମଧ୍ୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଆପଣଙ୍କୁ କହି ରଖୁଛୁ ଆରଏସ ଚିବ ଦଳର ଜଣେ ବରିଷ୍ଠ ନେତା ଏବଂ ସେ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ ଥିଲେ ।

congress

ଏହି ଦୁଇ ନେତାଙ୍କ ଇସ୍ତଫା କେବଳ ଜାମ୍ମୁ କାଶ୍ମୀରରେ ନୁହେଁ, ଜାତୀୟ ସ୍ତରରେ ମଧ୍ୟ କଂଗ୍ରେସ ଦଳ ପାଇଁ ଏକ ଝଟକା । ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଜାମ୍ମୁ କାଶ୍ମୀରର ପୂର୍ବତନ ବିଧାୟକ ଜି ଏମ୍ ସରୂରୀ, ହାଜି ଅବଦୁଲ ରାସିଦ, ମହମ୍ମଦ ଅମିନ ଭଟ, ଗୁଲଜାର ଅହମ୍ମଦ ୱାନି ଏବଂ ଚୌଧରୀ ମହମ୍ମଦ ଅକରମ୍ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସରୂରୀ କହିଛନ୍ତି ଯେ ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଆମର 5 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି ।

ଏକ ସାକ୍ଷାତକାରରେ ଆରଏସ ଚିବ କହିଛନ୍ତି, 'ଆମେ ଜାଣିଥିଲୁ ସେ ଇସ୍ତଫା ଦେବେ, ଏ ନେଇ ଆଲୋଚନା ଗତ 2 ମାସ ଧରି ଚାଲିଥିଲା । ଦଳ ହାଇକମାଣ୍ଡ ଦ୍ୱାରା ଗୁଲାମ ନବୀ ଆଜାଦଙ୍କୁ ଅଣଦେଖା କରିବା, ଦଳ ଛାଡିବା ଛଡା ତାଙ୍କର ଅନ୍ୟ କୌଣସି ବିକଳ୍ପ ନଥିଲା ।

ଚିବ ଆହୁରି କହିଛନ୍ତି ଯେ 'କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ କଂଗ୍ରେସ ନିର୍ଣ୍ଣାୟକ ନେତୃତ୍ୱ ହରାଇଛି । ଏଥି ସହିତ ପରାଜୟ ହେତୁ ଦଳର ଗ୍ରାଫ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ଗୁଲାମ ନବୀ ଆଜାଦ ନିଜେ ନେତା, ନିଷ୍ପତ୍ତି ତାଙ୍କର ଅଟେ । କିନ୍ତୁ ସେ ଯାହା ନିଷ୍ପତ୍ତି ନିଅନ୍ତି, ଆମେ ତାଙ୍କ ସହିତ ରହିବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+