UCC କାର୍ଯ୍ୟକାରୀ କରିବା ଧାରା 370 ରଦ୍ଦ କରିବା ଭଳି ସହଜ ନୁହେଁ: ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ : ସାରା ଦେଶରେ ବର୍ତ୍ତମାନ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାକୁ ବିଜେପି ସରକାର ଜୋର୍ ଦେଉଛି । ଏନେଇ ସରକାରଙ୍କ ସପକ୍ଷରେ କେତେକ ଦଳ ମତ ବାଢିଥିବା ବେଳେ ଆଉ କିଛି ଦଳ ଏହାକୁ ବିରୋଧ କରୁଛନ୍ତି । ଏହି ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଗଣତାନ୍ତ୍ରିକ ପ୍ରଗତିଶୀଳ ଆଜାଦ ପାର୍ଟିର ସଭାପତି ଗୁଲାମ ନବୀ ଆଜାଦ ଶନିବାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଏହାକୁ କାର୍ଯ୍ୟକାରୀ କରିବାର ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ମନରୁ ହଟାଇଦେବା ଉଚିତ ବୋଲି ସେ କହିଛନ୍ତି । UCC ଲାଗୁ କରିବାର ପ୍ରଶ୍ନ ଉଠୁନାହିଁ । ଧାରା 370 ରଦ୍ଦ କରିବା ଭଳି ଏହା ସେତେଚା ସହଜ ନୁହେଁ ।
ଗୁଲାମ ନବୀ ଆଜାଦ ଆହୁରି କହିଛନ୍ତି ଯେ ଯଦି ୟୁସିସି ଲାଗୁ ହୁଏ ତେବେ ଏହା କେବଳ ମୁସଲମାନମାନଙ୍କ ପାଇଁ ନୁହେଁ, ଶିଖ, ଖ୍ରୀଷ୍ଟିଆନ, ଆଦିବାସୀ, ଜୈନ ଏବଂ ପାର୍ସୀଙ୍କ ପାଇଁ ମଧ୍ୟ ଭଲ ହେବ ନାହିଁ । କୌଣସି ଧର୍ମକୁ ନାରାଜ କରିବା ସରକାରଙ୍କ ପାଇଁ ଭଲ ହେବ ନାହିଁ । ଏହା ସମସ୍ତ ଧର୍ମ ଉପରେ ପ୍ରଭାବ ପକାଇବ ।
ବାସ୍ତବରେ, ୟୁନିଫର୍ମ ସିଭିଲ୍ କୋଡ୍, ଭାରତରେ ରହୁଥିବା ସମସ୍ତ ନାଗରିକଙ୍କ ପାଇଁ ସମାନ ନିୟମ ଲାଗୁ ହେବ । ଧର୍ମ କିମ୍ବା ଜାତି ନିର୍ବିଶେଷରେ ଏହା ଅଧୀନରେ ଏକ ସମାନ ନିୟମ ରହିବା ଉଚିତ୍ । ୟୁନିଫର୍ମ ସିଭିଲ କୋଡରେ ବିବାହ, ଛାଡପତ୍ର ଏବଂ ସମ୍ପତ୍ତି ବଣ୍ଟନରେ ସମସ୍ତ ଧର୍ମ ପାଇଁ ସମାନ ନିୟମ ପ୍ରଯୁଜ୍ୟ ହେବ । ଅନ୍ୟ ଶବ୍ଦରେ ଆମେ କହିପାରିବା ଯେ ଏହାର ଅର୍ଥ ହେଉଛି ଗୋଟିଏ ଦେଶ ଗୋଟିଏ ନିୟମ ।
କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦା ୟୁସିସି ଲାଗୁ କରିବା ନେଇ କହିବା ପରେ ଏହାକୁ ନେଇ ଆଲୋଚନା ତୀବ୍ର ହେବାରେ ଲାଗିଛି । ଏପରି ସଂସଦର ମୌସୁମୀ ଅଧିବେଶନରେ ମୋଦୀ ସରକାର ଏହାକୁ ଗୃହରେ ଉପସ୍ଥାପନ କରିବାକୁ ଯୋଜନା କରୁଛନ୍ତି ।












Click it and Unblock the Notifications