ସ୍ମୃତି ଇରାନୀଙ୍କ ଝିଅ ସହ ଜଡିତ ଟ୍ୱିଟ୍ ହଟାଇବାକୁ ଜୟରାମ ରମେଶ ଏବଂ ପୱନ ଖେଡ଼ାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଂଗ୍ରେସ ନେତା ଜୟରାମ ରମେଶ, ପୱନ ଖେଡ଼ା ଏବଂ ନେତା ଡି'ସୁଜାଙ୍କୁ ଦିଲ୍ଲୀ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ଜାରି କରି ସ୍ମୃତି ଇରାନୀଙ୍କ ଝିଅକୁ ନେଇ ସୋଶଆଲ ମିଡିଆ ପ୍ଲାଟଫର୍ମରୁ ସମସ୍ତ ଟ୍ୱିଟ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ : ଅବୈଧ ବାରକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆବେଦନ କରିଥିବା ସିଭିଲ ମକଦ୍ଦମାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କଂଗ୍ରେସ ନେତା ଜୟରାମ ରମେଶ, ପୱନ ଖେଡ଼ା ଏବଂ ନେତା ଡି'ସୁଜାଙ୍କୁ ଦିଲ୍ଲୀ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ଜାରି କରି ସ୍ମୃତି ଇରାନୀଙ୍କ ଝିଅକୁ ନେଇ ସୋଶଆଲ ମିଡିଆ ପ୍ଲାଟଫର୍ମରୁ ସମସ୍ତ ଟ୍ୱିଟ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇରାନୀ ଏବଂ ତାଙ୍କ ଝିଅ ବିରୋଧରେ ହୋଇଥିବା ଟ୍ୱିଟ୍, ରିଟ୍ୱିଟ, ପୋଷ୍ଟ, ଭିଡିଓ ଏବଂ ଫଟୋ ତୁରନ୍ତ ହଟାଇବାକୁ ଜଷ୍ଟିସ ମିନି ପୁଷ୍କର୍ଣ୍ଣା କଂଗ୍ରେସ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଯଦି ଉତ୍ତରଦାତାମାନେ 24 ଘଣ୍ଟା ମଧ୍ୟରେ ଏହି ପୋଷ୍ଟକୁ ଡିଲିଟ କରନ୍ତି ନାହିଁ, ତେବେ ଏହି ସୋଶଆଲ ମିଡିଆ ପ୍ଲାଟଫର୍ମ ନିଜେ ଏହି ପୋଷ୍ଟକୁ ଡିଲିଟ କରିବା ଉଚିତ ।
ସୂଚନାଯୋଗ୍ୟ, ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଏକ ବେଆଇନ ବାର ଚଳାଉଥିବା ଅଭିଯୋଗ କରି ମୋଦୀ କ୍ୟାବିନେଟରୁ ସ୍ମୃତି ଇରାନୀଙ୍କୁ ହଟାଇବାକୁ ଦାବି କରାଯାଇଥିଲା । ଏହା ପରେ ସ୍ମୃତି ଇରାନୀ ଏହି ମାମଲା ଦାୟର କରିଥିଲେ । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିଜ ତଥା ତାଙ୍କ ଝିଅଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିବାରୁ ତାଙ୍କୁ 2 କୋଟି ଟଙ୍କା ମାନହାନୀ କ୍ଷତିପୂରଣ ଦାବି କରିଛନ୍ତି ।
କଂଗ୍ରେସ ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି, "ଦିଲ୍ଲୀ ହାଇକୋର୍ଟ ସ୍ମୃତି ଇରାନୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାମଲାର ଆନୁଷ୍ଠାନିକ ଉତ୍ତର ଦେବାକୁ ଆମକୁ ନୋଟିସ୍ ଜାରି କରିଛନ୍ତି । ଆମେ କୋର୍ଟରେ ତଥ୍ୟ ଉପସ୍ଥାପନ କରିବାକୁ ଅପେକ୍ଷା କରିଛୁ । ସ୍ମୃତି ଇରାନୀଙ୍କ ସ୍ପିନ୍କୁ ଚ୍ୟାଲେଞ୍ଜ କରିବୁ ଏବଂ ପ୍ରତ୍ୟାଖ୍ୟାନ କରିବୁ ।"












Click it and Unblock the Notifications