ତାମିଲନାଡ଼ୁରୁ ମୋଦୀ ଲଢିଲେ, ମୁଁ ତାଙ୍କୁ ହରାଇ ଦେବି - ରାମନାଥପୁରମ୍ ସାଂସଦ ନାଭାସ୍ କାନି
ଲକୋସଭା ନିର୍ବାଚନକୁ ନେଇ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଦକ୍ଷିଣ ଭାରତ ଉପରେ ବିଶେଷ ଫୋକସ୍ କରୁଛି ବିଜେପି । ନିକଟରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମୋଦୀ ଦକ୍ଷିଣ ଭାରତରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହୋଇଛି । ଏପରିକି ଦକ୍ଷିଣ ଭାରତରେ ଏକ ସୁରକ୍ଷିତ ଆସନ ଖୋଜୁଛି ବିଜେପି । ଏହା ପରେ ମୋଦୀ କେଉଁ ଆସନରୁ ଲଢିପାରନ୍ତି ସେ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଏଥି ମଧ୍ୟରେ ଖବର ଆସୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ରାମନାଥପୁରମ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । କିନ୍ତୁ ଏ ନେଇ ବିଜେପି ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନଥିବା ବେଳେ ଏହାକୁ ନେି ରାଜନୈତିକ ମହଲରେ କଳ୍ପନାଜଳ୍ପନା ଲାଗି ରହିଛି ।
ଅପରପକ୍ଷରେ ଏହି ରାମନାଥପୁରମ୍ ଆସନରୁ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଡିଏମକେ ମିଳିତ ମଞ୍ଚ) ରୁ ନିର୍ବାଚିତ ରାମନାଥପୁରମ୍ ସାଂସଦ ନାଭାସ୍ କାନି ଏହାକୁ ନେଇ ନିଜର ମତ ରଖିଛନ୍ତି ।
ଏହି ଖବର ଆସିବା ପରେ ୱାନ ଇଣ୍ଡିଆ ତାମିଲ ଟିମ୍ ପକ୍ଷରୁ ସେହି ଆସନରୁ ସାଂସଦ ଥିବା ନାଭାସ୍ କାନିଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା । ଏହି ସମୟରେ ସେ ଏ ନେଇ ନିଜମ ମତ ରଖିବା ସହ ଯଦି ମୋଦୀ ଏହି ଆସନରୁ ଲଢନ୍ତି, ତେବେ ସେ ମୋଦୀଙ୍କୁ ହରାଇଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ନାବାସ୍ କାନି କହିଛନ୍ତି, କାଶୀ ପରେ ହିନ୍ଦୁମାନଙ୍କ ପାଇଁ ରାମେଶ୍ୱରମ୍ ହେଉଛି ସବୁଠାରୁ ପବିତ୍ର ସ୍ଥାନ । ତେଣୁ ଏଠାରେ ପ୍ରତିଦ୍ୱନ୍ଦ୍ୱିତା କରିବା ମୋଦୀଙ୍କ ପସନ୍ଦ ହୋଇପାରେ । କିନ୍ତୁ ସମ୍ଭାବନା ବହୁତ୍ କ୍ଷୀଣ ବୋଲି ସେ ଦାବି କରିଛନ୍ତି ।
ନାଭାସ୍ କାନି କହିଛନ୍ତି, "ଏଠାରେ ପରିସ୍ଥିତି ଅଲଗା । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ପ୍ରତିଯୋଗିତା କରନ୍ତି, ତଥାପି ମୁଁ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ପକ୍ଷରୁ ତାଙ୍କ ବିପକ୍ଷରେ ଜିତିବି ।" ଏବଂ ସେ କହିଥିଲେ, ରାମନାଥପୁରମ୍ ରେ ଥିଭର୍ ସମ୍ପ୍ରଦାୟର ଭୋଟର ଅଧିକ । ସେମାନେ ସମାନ ସମ୍ପ୍ରଦାୟର ଓ ପନ୍ନୀରସେଲଭମ୍ ଏବଂ ଶଶିକଳାଙ୍କୁ ଜବାବ ଦେଇ AIADMK କୁ ଉଚିତ୍ ଶିକ୍ଷା ଦେଇଛନ୍ତି । ତେଣୁ ଯଦି ସେ ରାମନାଥପୁରାମରୁ ମୋଦୀ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତେବେ ଏହା ମୋଦୀଙ୍କ ପାଇଁ ଏକ ଏସିଡ୍ ପରୀକ୍ଷା ହେବ ବୋଲି କହିଛନ୍ତି ନାଭାସ୍ ।
ସେ ଆହୁରି କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ଜିତନ୍ତି ତେବେ ସେ କହିବେ ଯେ ନିର୍ବାଚନମଣ୍ଡଳୀକୁ ଅନେକ କଲ୍ୟାଣମୂଳକ ଯୋଜନା ଆସିବ । ଯଦିଓ ପ୍ରଧାନମନ୍ତ୍ରୀ ନିଜେ ରାମନାଥପୁରମରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ତଥାପି ସେ ଉତ୍ତର ପ୍ରଦେଶର ଅନ୍ୟ ଏକ ନିର୍ବାଚନମଣ୍ଡଳୀରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେ 2 ଟି ନିର୍ବାଚନମଣ୍ଡଳୀରେ ଜିତିଲେ ମଧ୍ୟ ସେ ଗୋଟିଏ ନିର୍ବାଚନମଣ୍ଡଳୀରେ ଇସ୍ତଫା ଦେବେ । ତେଣୁ ରାମନାଥପୁରମରେ ତାଙ୍କୁ ଭୋଟ୍ ଦେବାର କୌଣସି ଲାଭ ନାହିଁ । ଯଦି ସମ୍ଭବ, ସେ କେବଳ ଗୋଟିଏ ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ଏବଂ ଜିତନ୍ତୁ ।












Click it and Unblock the Notifications