ଏବେ ଲୋକସଭା ନିର୍ବାଚନ ହେଲେ କାହା ସପକ୍ଷରେ ଯିବ ଓଡିଶାର ଜନମତ
ସର୍ଭେ ଅନୁସାରେ ମୋଟ 21 ଲୋକସଭା ଆସନରୁ ବିଜେପି 11 ଟି ଆସନ ପାଇବା ସହ ବିଜେଡ଼ି ଖାତାକୁ ଯାଇପାରେ 8 ଟି ଆସନ । ଏପରିକି କଂଗ୍ରେସକୁ ମାତ୍ର 2 ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ ବୋଲି କୁହାଯାଇଛି ।
ନୂଆଦିଲ୍ଲୀ : 2024 ରେ ହେବାକୁ ଯାଉଛି ଲୋକସଭା ନିର୍ବାଚନ । ସେହି ନିର୍ବାଚନରେ ବର୍ତ୍ତମାନର ଶାସକ ଏନଡିଏ ପୁଣି ବାଜି ମାରିବ କି ବିଜେପି ହାତରୁ ସତ୍ତା ଚାଲିଯିବ ତା ଉପରେ ରହିଛି ସମସ୍ତଙ୍କର ରହିଛି ନଜର । ଏହି ସମୟରେ 'ଇଣ୍ଡିଆ ଟିଭି-ମାଟ୍ରାଇଜ୍ ନିଉଜ୍ କମ୍ୟୁନିକେସନ୍' ପକ୍ଷୁ ଏକ ସର୍ଭେ କରାଯାଇଛି । ବର୍ତ୍ତମାନ ଯଦି ଲୋକସଭା ନିର୍ବାଚନ ହୁଏ ତେବେ କେଉଁ ରାଜ୍ୟରେ କାହା ସପକ୍ଷରେ ଜନମତ ରହିବ ସେ ନେଇ ରିପୋର୍ଟ ପ୍ରକାଶ ପାଇଛି ।

ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯଦି ବର୍ତ୍ତମାନ ସମୟରେ ଲୋକସଭା ନିର୍ବାଚନ ହୁଏ ତେବେ ବିଜେପି ନେତୃତ୍ୱ ଏନଡିଏ ସାରା ଦେଶରେ ଭଲ ପ୍ରଦର୍ଶନ କରିବ । ତେବେ ଏହା ଅନୁସାରେ ବିଜେଡ଼ି ଶାସିତ ଓଡ଼ିଶାରେ ବିଜେପିକୁ ବହୁମତ ମିଳିପାରେ । ମୋଟ 21 ଲୋକସଭା ଆସନରୁ ବିଜେପି 11 ଟି ଆସନ ପାଇବା ସହ ବିଜେଡ଼ି ଖାତାକୁ ଯାଇପାରେ 8 ଟି ଆସନ । ଏପରିକି କଂଗ୍ରେସକୁ ମାତ୍ର 2 ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିପାରେ ବୋଲି କୁହାଯାଇଛି ।
ଏହା ବ୍ୟତୀତ ସାରା ଦେଶର ଜନମତ ବିଷୟରେ କହିବାକୁ ଗଲେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ମୋଟ 543 ଆସନରୁ 362 ଆସନ ଅକ୍ତିଆର କରିବା ସହ କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ମିଳିପାରେ 97 ଟି ଆସନ । ସେହିପରି ଅନ୍ୟାନ୍ୟ ଦଳଗୁଡିକ 84 ଆସନ ପାଇପାରନ୍ତି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ।
ସେହିପରି ଏହି ସର୍ଭେରେ ମୋଦୀଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦୀ ହୋଇପାରିବେ ସେ ନେଇ ମଧ୍ୟ ମତାତମତ ପ୍ରକାଶ ପାଇଛି । ମୋଦୀଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦୀ ହିସାବରେ ରାହୁଲ ଗାନ୍ଧୀଙ୍କୁ 23 ପ୍ରତିଶତ ଲୋକ ବାଛିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ମତ ଦେଇଛନ୍ତି 19 ପ୍ରତିଶତ ଲୋକ । ସେହିପରି ଦେଶରେ ବିଜେପିକୁ ମାତ୍ ଦେବାରେ ସମସ୍ତ ବିରୋଧୀଙଅକୁ ଏକଜୁଟ୍ କରିବାରେ ଲାଗିପଡିଥିବା ମମତାଙ୍କୁ ବାଛିଛନ୍ତି 11 ପ୍ରତିଶତ ଲୋକ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ 87 ପ୍ରତିଶତ ଲେଖାଏଁ ମତ ପାଇଛନ୍ତି ।












Click it and Unblock the Notifications