ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣା : ପଞ୍ଜାବରେ ସରକାର ଗଠନ ହେଲେ 18 ବର୍ଷରୁ ଅଧିକ ମହିଳାଙ୍କୁ ପ୍ରତିମାସରେ ମିଳିବ 1000 ଟଙ୍କା
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ମୋଗାରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ପଞ୍ଜାବରେ ଆମ ସରକାର ଗଠନ ହୁଏ ତେବେ ଆମେ 18 ବର୍ଷରୁ ଅଧିକ ପ୍ରତ୍ୟେକ ମହିଳାଙ୍କୁ ମାସକୁ ଏକ ହଜାର ଟଙ୍କା ଦେବୁ ।
ଚଣ୍ଡିଗଡ଼ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ମୋଗାରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ପଞ୍ଜାବରେ ଆମ ସରକାର ଗଠନ ହୁଏ ତେବେ ଆମେ 18 ବର୍ଷରୁ ଅଧିକ ପ୍ରତ୍ୟେକ ମହିଳାଙ୍କୁ ମାସକୁ ଏକ ହଜାର ଟଙ୍କା ଦେବୁ । ଯଦି ଗୋଟିଏ ଘରେ ତିନିଜଣ ମହିଳା ଅଛନ୍ତି, ତେବେ ପ୍ରତ୍ୟେକଙ୍କୁ 1000 ଟଙ୍କା ଦିଆଯିବ । ଏହା ବିଶ୍ୱର ମହିଳା ସଶକ୍ତିକରଣର ସବୁଠାରୁ ବଡ କାର୍ଯ୍ୟକ୍ରମ ହେବ ।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଏହା ବ୍ୟତୀତ ମହିଳାମାନେ ବୃଦ୍ଧାବସ୍ଥାରେ ପେନସନ ପାଉଛନ୍ତି, ଏହା ବ୍ୟତୀତ ସେମାନେ ପ୍ରତି ମାସରେ ଏକ ହଜାର ଟଙ୍କା ମଧ୍ୟ ପାଇବେ ।
ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ପରୋକ୍ଷ ଆକ୍ରମଣରେ ସେ କହିଛନ୍ତି ଯେ ପଞ୍ଜାବରେ ନକଲି କେଜ୍ରିୱାଲ ବୁଲୁଛନ୍ତି । ମୁଁ ଯାହା ପ୍ରତିଶଶୃତି ଦେଉଛି ସେ ତାହା ପୁନରାବୃତ୍ତି କରୁଛନ୍ତି । ସମଗ୍ର ଦେଶରେ କେବଳ ଜଣେ ବ୍ୟକ୍ତି (ଅରବିନ୍ଦ କେଜ୍ରିୱାଲ) ଆପଣଙ୍କ ବିଦ୍ୟୁତ ବିଲକୁ ଶୂନକୁ ଆଣିପାରିବେ । ସେ କହିଛନ୍ତି ଯେ ସିଏମ୍ ଚନ୍ନି ସତର୍କ ହେବା ଉଚିତ୍ । ଏଥର ପଞ୍ଜାବରେ ଘର ଭିତରେ ଥିବା ମହିଳାମାନେ କାହାକୁ ଭୋଟ୍ ଦେବେ ତାହା ସ୍ଥିର କରିବେ ବୋଲି ସେ କହିଛନ୍ତି ।
କେଜ୍ରିୱାଲ ମୋଗାରେ ଦେଇଥିବା ଅଭିଭାଷଣରେ କହିଛନ୍ତି ଯେ କଲେଜ ଯିବାରୁ ବଞ୍ଚିତ ଝିଅମାନେ 1000 ଟଙ୍କା ପାଇବେ ଏବଂ ସେମାନେ କଲେଜ ଯାଇପାରିବେ । ମହିଳାମାନେ ଟଙ୍କା ପାଇଁ ନିଜ ସ୍ୱାମୀଙ୍କ ଉପରେ ଭରସା କରିବାକୁ ଆବଶ୍ୟକ କରିବେ ନାହିଁ । ସେ କହିଛନ୍ତି ଯେ ଏହି ଯୋଜନା ପଞ୍ଜାବର ମହିଳାମାନଙ୍କୁ ବହୁତ ଶକ୍ତି ଦେବ । ନଭେମ୍ବର 23 ମଙ୍ଗଳବାର ଦିନ ଅମୃତସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ପରେ କେଜ୍ରିୱାଲ ଦଳର କାର୍ଯ୍ୟକ୍ରମରେ ଯୋଗଦେବେ ।












Click it and Unblock the Notifications