Get Updates
Get notified of breaking news, exclusive insights, and must-see stories!

'ଗୁଜୁରାଟ ନିର୍ବାଚନ ଦୌଡ଼ରୁ ବାହାରି ଯାଅ, ସତ୍ୟେନ୍ଦ୍ର ଙ୍କୁ ଛାଡ଼ିଦେବୁ' ବୋଲି ବିଜେପି କହିଥିବା ନେଇ କେଜ୍ରିୱାଲଙ୍କ ଦାବି

କେଜ୍ରିୱାଲ ଦାବି କରିଛନ୍ତି ଯେ ତାଙ୍କୁ ବିଜେପି ପ୍ରସ୍ତାବ ଦେଇଛି ଯେ ଯଦି ଗୁଜୁରାଟରେ ନିର୍ବାଚନ ଦୌଡ଼ରୁ AAP ଓହରି ଯାଏ, ତେବେ ଜେଲରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଛାଡ଼ି ଦିଆଯିବ ।

ଅହମ୍ମଦାବାଦ : ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢିବାରେ ଲାଗିଛି । ସମସ୍ତ ରାଜନୈତିକ ଦଳ ପରସ୍ପର ବିରୋଧରେ ଅଭିଯୋଗ ଆଣିବା ସହ ଭୋଟରଙ୍କ ନିଜ ପକ୍ଷରେ ଆଣିବାକୁ ପ୍ରଭାବିତ କରିବାରେ ଲାଗି ପଡ଼ିଛନ୍ତି । ଏହି ସମୟରେ ନିର୍ବାଚନୀ ପ୍ରଚାରରେ ଆଗରେ ରହିଛି ଆମ୍ ଆଦମୀ ପାର୍ଟି । ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସମେତ ଅନେକ ନେତା ଗୁଜୁରାଟ ଗସ୍ତ କରି ପ୍ରଚାର କରୁଛନ୍ତି । ଏହି ସମୟରେ ଆପ୍ ମୁଖ୍ୟ ବିଜେପି ବିରୋଧରେ ସୌଦା କରିବା ନେଇ ଏକ ଅଭିଯୋଗ ଆଣିଛନ୍ତି ।

arvind kejriwal

ଗୁଜୁରାଟ ବିଧାନସଭା ନିର୍ବାଚନ ସଂପର୍କରେ ଭାରତୀୟ ଜନତା ପାର୍ଟି ଏକ 'ଚୁକ୍ତି' ପାଇଁ ତାଙ୍କ ସହ ସମ୍ପର୍କ କରିଥିଲା ବୋଲି ସେ ଦାବି କରିଛନ୍ତି । କେଜ୍ରିୱାଲ ଦାବି କରିଛନ୍ତି ଯେ ତାଙ୍କୁ ବିଜେପି ପ୍ରସ୍ତାବ ଦେଇଛି ଯେ ଯଦି ଗୁଜୁରାଟରେ ନିର୍ବାଚନ ଦୌଡ଼ରୁ AAP ଓହରି ଯାଏ, ତେବେ ଜେଲରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଛାଡ଼ି ଦିଆଯିବ ।

ଶନିବାର ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା ବେଳେ କେଜ୍ରିୱାଲ ବିଜେପି ଉପରେ ଅନେକ ବଡ଼ ଅଭିଯୋଗ କରିଛନ୍ତି । ସତ୍ୟନ୍ଦ୍ର ଜୈନଙ୍କ ବିରୋଧରେ ଠକ ସୁକେଶ ଚନ୍ଦ୍ରଶେଖରର ଚିଠିକୁ ସେ ବିଜେପିର ମନଗଢା କାହାଣୀ କହିଛନ୍ତି । ସେ କହିଛନ୍ତି ଯେ ଗୁଜୁରାଟରେ ମୋର୍ବି ଦୁର୍ଘଟଣାରୁ ଜନସାଧାରଣଙ୍କ ଦୃଷ୍ଟି ହଟାଇବା ପାଇଁ ପାଇଁ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଠକ ସୁକେଶ ଚନ୍ଦ୍ରଶେଖରର ଚିଠି କାହାଣୀ ଉପସ୍ଥାପିତ ହୋଇଛି । ଚିଠି ଉପରେ ସେ କହିଛନ୍ତି ଯଦି ଏହା ସତ ତେବେ ଏଫଆଇଆର କାହିଁକି ପଞ୍ଜୀକୃତ ହୋଇନାହିଁ ?

ଏଥିସହିତ ନିର୍ବାଚନ ନ ଲଢିଲେ ମନୀଷ ସିସୋଦିଆଙ୍କୁ ଛାଡ଼ିଦେବା ନେଇ ବିଜେପିର ପ୍ରସ୍ତାବ ଥିବା କଥା ମଧ୍ୟ କହିଛନ୍ତି । ସିବିଆଇ ମନୀଷଙ୍କୁ ପଚରାଉଚରା ବେଳେ ମାମଲା ସମ୍ପର୍କିତ ପ୍ରଶ୍ନ କମ ପଚାରି ରାଜନୀତି କରିଥିଲା । କେଜ୍ରିୱାଲଙ୍କ ହାତ ଛାଡ଼ିଲେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସିବିଆଇ ସିସୋଦିଆଙ୍କୁ କହିଥିଲା । ହେଲେ ସେ ଏହି ଅଫର ଗ୍ରହଣ କରିନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+