‘କଂଗ୍ରେସ ମୋର ଟ୍ରାକ୍ ରେକର୍ଡକୁ ନଷ୍ଟ କରିଦେଇଛି ... ଆମକୁ ମଧ୍ୟ ବୁଡ଼ାଇ ଦେବ', ଜାଣନ୍ତୁ ଏପରି କାହିଁକି କହିଲେ ପି.କେ
କଂଗ୍ରେସରେ ଯୋଗ ଦେବାକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ତାଙ୍କର ନିର୍ବାଚନ ରଣନୀତି ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ ସେ କଂଗ୍ରେସ ଛାଡିଛନ୍ତି କାରଣ ଏହା ତାଙ୍କ ଟ୍ରାକ ରେକର୍ଡକୁ ନଷ୍ଟ କରିଦେବ ।
ବୈଶାଲୀ : ଦେଶର ରାଜନୈତିକ କରିଡରରେ ବେଶ୍ ଜଣାଶୁଣା ପ୍ରଶାନ୍ତ କିଶୋର । ପ୍ରତ୍ୟେକ୍ଷ ରାଜନୀତିରେ ସକ୍ରିୟ ନଥିଲେ ମଧ୍ୟ ଅନ୍ୟ ରାଜନୈତିକ ଦଳ ପାଇଁ ରଣନୀତି ପ୍ରସ୍ତୁତ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିଛନ୍ତି । କେତେବେଳେ ମୋଦୀ ସରକାରକୁ ଟାର୍ଗେଟି କରି ତ କେତେବେଳେ କଂଗ୍ରେସରେ ଯୋଗ ଦେବା ନେଇ ତାଙ୍କ ବିଷୟରେ ଲାଗି ରହିଥାଏ ଚର୍ଚ୍ଚା । ଆଉ କେତେବେଳେ ନିଜର ମନ୍ତବ୍ୟ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ବର୍ତ୍ତମାନ ସେ କଂଗ୍ରେସକୁ ନେଇ ଏପରି ଏକ ମନ୍ତବ୍ୟ ଦେଇଛନ୍ତି ୟାହା ସାରା ଦେଶ ରାଜନୀତିରେ ଆଲୋଡ଼ନ ସୃଷ୍ଚି କରିଛି । ଏହା ସହିତ ତାହ୍କର ଏହି ମନ୍ତବ୍ୟ କଂଗ୍ରେସ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ ।

ନିକଟରେ କଂଗ୍ରେସରେ ଯୋଗ ଦେବାକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ତାଙ୍କର ନିର୍ବାଚନ ରଣନୀତି ବିଷୟରେ ବର୍ଣ୍ଣନା କରି କହିଛନ୍ତି ଯେ ସେ କଂଗ୍ରେସ ଛାଡିଛନ୍ତି କାରଣ ଏହା ତାଙ୍କ ଟ୍ରାକ ରେକର୍ଡକୁ ନଷ୍ଟ କରିଦେବ । ସେ ଦାବି କରିଛନ୍ତି ଯେ ସେ 10 ବର୍ଷ ମଧ୍ୟରେ ନିଜ ହାତରେ ନେଇଥିବା ସମସ୍ତ ନିର୍ବାଚନରେ ଜିତିଛନ୍ତି, କେବଳ 2017 ରେ ୟୁପିରେ କଂଗ୍ରେସ ସହ କାମ କରିଛନ୍ତି ଏବଂ ତାହା ହାରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ କଂଗ୍ରେସର ଯଏଉଁ ପରିସ୍ଥିତି ସେ ନିଜେ ତ ବୁଡ଼ିଯାଉଛି, କଂଗ୍ରେସ ସହ ରହିଲେ ସେ ମଧ୍ୟ ବୁଡ଼ିଯିବେ ।
ବଡ କଥା ହେଉଛି କି କିଛି ସପ୍ତାହ ପୂର୍ବରୁ କିଶୋର 2024 ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଡେମୋ ଦେଉଥିଲେ, ଏହାପରେ ସେ କଂଗ୍ରେସରେ ଯୋଗ ଦେବା ନେଇ ମଧ୍ୟ ଦଳରେ ଚିନ୍ତନ ମନ୍ଥନ ଚାଲିଥିଲା । କିନ୍ତୁ ଶେଷରେ ସେ କଂଗ୍ରେସରେ ଯୋଗ ଦେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ।
ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାରର ବୈଶାଳୀରେ କହିଛନ୍ତି ଯେ 2011 ରୁ 2021 ମଧ୍ୟରେ ସେ 11 ଟି ନିର୍ବାଚନ ସହ ଜଡିତ ଅଛନ୍ତି ଏବଂ କେବଳ ଗୋଟିଏ ନିର୍ବାଚନରେ ହାରିଛନ୍ତି, ଯାହା ସେ ୟୁପିରେ ନିର୍ବାଚନ ରଣନୀତିଜ୍ଞ ଭାବରେ କଂଗ୍ରେସ ସହ କାମ କରିଥିଲେ । ସେ କହିଛନ୍ତି ଯେ ତା'ପରେ ସେ ସ୍ଥିର କଲେ ଯେ ସେ ଆଉ କଂଗ୍ରେସ ସହିତ କାମ କରିବେ ନାହିଁ, କାରଣ ସେ ମୋର ଟ୍ରାକ ରେକର୍ଡକୁ ଖରାପ କରିଦେଇଛନ୍ତି ।
ଗଣିଲେ ନିଜର ସଫଳତା
ତାଙ୍କର ସଫଳତାର ତାଲିକା ଗଣନା କରି ସେ କହିଛନ୍ତି ଯେ ସେ 2015 ରେ ବିହାରରେ ମହାଗଠବନ୍ଧନ ସହ କାମ କରିଥିଲେ, 2017 ରେ ପଞ୍ଜାବରେ ଅମରିନ୍ଦର ସିଂଙ୍କ ନେତୃତ୍ୱରେ କଂଗ୍ରେସ ସହିତ କାମ କରିଥିଲେ, 2019 ରେ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀଙ୍କ ସହ, 2020 ରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସହ କାମ କରିଥିଲେ । 2021 ରେ ତାମିଲନାଡ଼ୁ ଏବଂ ବେଙ୍ଗଲରେ କାମ କରିଥିଲେ । ଏହି ସବୁ ନିର୍ବାଚନ, ଯେଉଁଠାରେ ପ୍ରଶାନ୍ତ କିଶୋରଙ୍କ ଟିମ୍ ଯେଉଁ ଦଳ ପାଇଁ କାମ କରିଛନ୍ତି ତାହା ନିର୍ବାଚନ ଜିତିଛନ୍ତି ।
କଂଗ୍ରେସ ନିଜେ ବୁଡ଼ିବ.. ଆମକୁ ବି ବୁଡ଼ାଇଦେବ...
ପି.କେ କହିଛନ୍ତି, '17 ରେ, ୟୁପିରେ ଗୋଟିଏ ନିର୍ବାଚନରେ ହାରିଗଲି ଯେଉଁଥିରେ ସେ କଂଗ୍ରେସ ସହିତ କାମ କରିଥିଲି । ତେଣୁ କଂଗ୍ରେସ ସହିତ କାମ ନକରିବାକୁ ନିଷ୍ପତ୍ତି ନେଇଛି । ଏପରି ଏକ ଦଳ ଯିଏ ନିଜେ ନିଜକୁ ସୁଧାରୁ ନାହିଁ, କିନ୍ତୁ କଂଗ୍ରେସ ପାଇଁ ବହୁତ ସମ୍ମାନ ଅଛି । ବର୍ତ୍ତମାନ କଂଗ୍ରେସ ଯେଉଁ ଅବସ୍ଥାରେ ଅଛି ନିଜେ ତ ବୁଡୁଛି... ଆମକୁ ମଧ୍ୟ ବୁଡ଼ାଇଦେବ ।'
ପି.କେ ଏତିକିରେ ଅଟକି ନଥିଲେ ଏବଂ କହିଥିଲେ ଯେ '10 ବର୍ଷ ମଧ୍ୟରେ ସେ 11 ଟି ନିର୍ବାଚନରେ କାମ କରିଥିଲି, କିନ୍ତୁ ୟୁପିରେ କେବଳ ଗୋଟିଏ ନିର୍ବାଚନରେ ହାରିଗଲି .... ସେଥିରେ କଂଗ୍ରେସ ସହିତ କାମ କରିଥିଲି । ତେଣୁ ସ୍ଥିର କଲି ଯେ ମୁଁ ଏହି ଲୋକମାନଙ୍କ ସହିତ କଦାପି କାମ କରିବି ନାହିଁ । କାରଣ, ଏହା ମୋର ଟ୍ରାକ୍ ରେକର୍ଡକୁ ନଷ୍ଟ କରିଦେଲା ।'
ପ୍ରଶାନ୍ତ କିଶୋର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆରଜେଡିର ଦିବଙ୍ଗତ ନେତା ରଘୁବଂଶ ପ୍ରସାଦ ସିଂହଙ୍କ ବୈଶାଳୀସ୍ଥିତ ବାସଭବନରେ ନିଜର 'ଜନ ସୁରାଜ' ଯାତ୍ରା ଆରମ୍ଭ କରିବାକୁ ପହଞ୍ଚିଥିଲେ । 1977 ମସିହାରେ ବିହାରର ବକ୍ସରରେ ଜନ୍ମଗ୍ରହଣ କରିଥିବା ପି.କେ 2014 ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଏ । ତଥାପି, ସେ ତାଙ୍କର ସଫଳତା ତାଲିକାରେ ଏହା ଉଲ୍ଲେଖ କରିନାହାଁନ୍ତି ।












Click it and Unblock the Notifications