Get Updates
Get notified of breaking news, exclusive insights, and must-see stories!

'ପ୍ରିୟଙ୍କା ଗାନ୍ଧୀ ଆମେଠିରେ ନମାଜ ପଢୁଥୁବାର ଦେଖିଛି', କର୍ଣ୍ଣାଟକ ନିର୍ବାଚନ ମଧ୍ୟରେ ସ୍ମୃତି ଇରାନୀଙ୍କ ନୂଆ ଦାବି

Smuti Irani-priyanka gandhi

ବାଙ୍ଗଲୋର: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ୍ ରହିଛି । ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲଛି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ପ୍ରଚାର ମୌଦାନକୁ ଓହ୍ଲାଇଛନ୍ତି । ସେ ବିଜେପିକୁ ଭୋଟ୍ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଏଥି ସହ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ କଡ଼ା ଟାର୍ଗେଟ କରିବାକୁ ଭୁଲି ନାହାଁନ୍ତି ।

ଇଣ୍ଡିଆ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ସ୍ମୃତି ଇରାନୀ ଦାବି କରିଛନ୍ତି ଯେ ସେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆମେଠିରେ ନମାଜ ପଢୁଥିବାର ଦେଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ଇସଲାମରେ ବିଶ୍ୱାସ କରନ୍ତି ଏବଂ ନମାଜ ପାଠ କରନ୍ତି ସେମାନେ ମୂର୍ତ୍ତି ପୂଜା କରନ୍ତି ନାହିଁ ଏବଂ ବୋଧହୁଏ ଏହି କାରଣରୁ କଂଗ୍ରେସର ଶୀର୍ଷ ନେତୃତ୍ୱ ରାମ ମନ୍ଦିର ନିର୍ମାଣକୁ ଅନୁମତି ଦେଇନଥିଲେ ।

ଅନ୍ୟପକ୍ଷରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ କଂଗ୍ରେସ ପ୍ରତିଶୃତି ଦେଇଛି । ଏହା ଉପରେ ସ୍ମୃତି ଇରାନୀ କହିଛନ୍ତି ଯେ ପିଏଫଆଇ ଭଳି ସଂଗଠନ ଆତଙ୍କବାଦୀ ଷଡଯନ୍ତ୍ରରେ ଜଡିତ ଥିଲେ, ସେମାନଙ୍କୁ ବଜରଙ୍ଗ ଦଳ ସହ ତୁଳନା କରିବା ଭୁଲ । କଂଗ୍ରେସ ହିନ୍ଦୁ ବିରୋଧୀ ।

ଏଥି ସହ ନିକଟରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ 'ବଜରଙ୍ଗ ବାଲୀ'ର ସ୍ଲୋଗାନ ଦେଇଥିଲେ । କଂଗ୍ରେସ ଏହା ଉପରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି । ଏହା ଉପରେ ଇରାନୀ କହିଛନ୍ତି ଯେ ଯେଉଁମାନେ ବଜରଙ୍ଗ ବାଲୀଙ୍କ ନାମରେ କ୍ରୋଧିତ ହେଉଛନ୍ତି, ସେମାନେ ହିନ୍ଦୁମାନଙ୍କ ଉପରେ କେତେ ରାଗୁଥିବେ ? କେବଳ କଂଗ୍ରେସ ଦଳ ରାମଙ୍କ ଭକ୍ତଙ୍କ ବିରୋଧରେ କହିପାରିବ ।

ଏହାପୂର୍ବରୁ 2019 ନିର୍ବାଚନରେ ମଧ୍ୟ ଇରାନୀ ସମାନ ଦାବି କରିଥିଲେ । ସେ ସେତେବେଳେ କହିଥିଲେ ଯେ ପ୍ରିୟଙ୍କା ଗାନ୍ଧୀ ଆମେଠିରେ ଭୋଟ୍ ପାଇଁ ନମାଜ ପଢୁଥିଲେ । ଏହା ପରେ ସେ ମହାକାଳେଶ୍ୱର ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ ।

ଅନ୍ୟ ଏକ ସାକ୍ଷାତକାରରେ ସ୍ମୃତି ଇରାନୀ କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବା ନେଇ ଦାବି କରିଛନ୍ତି । ସେ କହିଛନ୍ତି ଯେ ଆମର ମେନିଫେଷ୍ଟୋରେ ୟୁନିଫର୍ମ ସିଭିଲ କୋଡ ଅଛି । ଏହା ପ୍ରତ୍ୟେକ ଶ୍ରେଣୀର ମହିଳାମାନଙ୍କୁ ଶକ୍ତିଶାଳୀ କରିବ । ଏହା ବ୍ୟତୀତ, ଆମେ ଗୋଟିଏ ବର୍ଷରେ ତିନୋଟି ସିଲିଣ୍ଡର ମାଗଣାରେ ଦେବାକୁ ପ୍ରତିଶୃତି ଦେଇଛିୁ । ସେ କଂଗ୍ରେସକୁ ଏକ ଦୁର୍ନୀତିଗ୍ରସ୍ତ ଦଳ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+