ତେଲେଙ୍ଗାନାରେ ଘୋଡ଼ା ବେପାର ବିଫଳ ! 4 ଜଣ ବିଧାୟକ କିଣିବା ପାଇଁ ବିଜେପିର 100 କୋଟିର ଡିଲ୍
ତେଲେଙ୍ଗାନାରେ ଘୋଡ଼ା ବେପାର ଅଭିଯୋଗ ହୋଇଛି । ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଚାରି ବିଧାୟକଙ୍କୁ ବିଜେପି କିଣିବା ନେଇ ଉଦ୍ୟମ କରାଯାଇଥିବା କହିଛି ପୋଲିସ୍ ।
ହାଇଦ୍ରାବାଦ : ତେଲେଙ୍ଗାନାରେ ଘୋଡ଼ା ବେପାର ଅଭିଯୋଗ ହୋଇଛି । ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଚାରି ବିଧାୟକଙ୍କୁ ବିଜେପି କିଣିବା ନେଇ ଉଦ୍ୟମ କରାଯାଇଥିବା କହିଛି ପୋଲିସ୍ । ପୋଲିସ ଏକ ଫାର୍ମହାଉସରୁ ତିନି ଜଣଙ୍କୁ ଅଟକ ରଖିଛି । ପୋଲିସ ଦାବି କରିଛି ଯେ ଏହି ଲୋକ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଚାରିଜଣ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି । ବିଧାୟକମାନେ ପୋଲିସକୁ ସୂଚନା ଦେଇଥିଲେ । ଏନଡିଟିଭି ରିପୋର୍ଟରେ କୁହାଯାଇଛି ଯେ ତେଲେଙ୍ଗାନା ପୋଲିସ ମୁଖ୍ୟ ଷ୍ଟିଫେନ ରବିନ୍ଦ୍ରଙ୍କ ଏକ ସାକ୍ଷାତକାରରେ ଏହି ଦାବି କରାଯାଇଛି ।

ତେଲେଙ୍ଗାନା ଘୋଡା ବେପାର ମାମଲାରେ ଏହି ଖବର ଅନୁଯାୟୀ, ସୂତ୍ରରୁ ପ୍ରକାଶ ଯେ ବିଧାୟକ କିଣିବା କାରବାରରେ ₹ 100 କୋଟି କିମ୍ବା ତା'ଠାରୁ ଅଧିକ ଡିଲ୍ ହୋଇଛି । ଏକ ସୂତ୍ରରୁ ପ୍ରକାଶ ଯେ ଏହି ମାମଲାରେ ବିଧାୟକ କିଣିବା ପାଇଁ ମୁଖ୍ୟ ବ୍ୟକ୍ତିଙ୍କୁ ₹ 100 କୋଟି ଏବଂ ପ୍ରତ୍ୟେକ ବିଧାୟକଙ୍କ ପାଇଁ 50 କୋଟି ଅଫର ଦିଆଯାଇଥିଲା ।
ବୁଧବାର ସନ୍ଧ୍ୟାରେ ଅଜିଜ ନଗରରେ ଏକ ଫାର୍ମହାଉସରେ ସର୍ଚ୍ଚ ଅପରେସନ କରାଯାଇଥିବା ପୋଲିସ କହିଛି । ପୋଲିସ ମୁଖ୍ୟ ରବିନ୍ଦ୍ର କହିଛନ୍ତି ଯେ ବିଧାୟକମାନେ ପୋଲିସକୁ ଡାକି କହିଛନ୍ତି ଯେ ସେମାନଙ୍କୁ ଟିଆରଏସ ଛାଡି ଅନ୍ୟ ଏକ ଦଳରେ ଯୋଗଦେବାକୁ ପ୍ରଲୋଭିତ କରାଯାଉଛି । ବିପୁଳ ପରିମାଣର ଅର୍ଥ ପ୍ରଦାନ କରି ଲାଞ୍ଚ ଦିଆଯାଉଛି । ପୋଲିସ୍ ମୁଖ୍ୟ ଷ୍ଟିଫେନ୍ ଙ୍କ ଅନୁଯାୟୀ, ପାର୍ଟି ବଦଳାଇବା ପାଇଁ ବିପୁଳ ପରିମାଣର ଅର୍ଥ ବ୍ୟତୀତ ବିଧାୟକମାନଙ୍କୁ ଚୁକ୍ତିନାମା ଏବଂ ପଦବୀ ପ୍ରଦାନ କରାଯାଉଥିଲା ।
ସେ କହିଛନ୍ତି ଯେ ପୋଲିସ ଏପର୍ଯ୍ୟନ୍ତ ଜାଣିବାକୁ ପାଇଛି ଯେ ଗିରଫ ବ୍ୟକ୍ତିମାନେ ନକଲି ପରିଚୟ ଆଧାରରେ ହାଇଦ୍ରାବାଦ ଆସିଥିଲେ । ପୋଲିସ କହିଛି ଯେ ଗିରଫ ହୋଇଥିବା ବ୍ୟକ୍ତିମାନେ ହରିୟାଣାର ଫରିଦାବାଦର ପୁରୋହିତ ସତୀଶ ଶର୍ମା ଓରଫ୍ ରାମ ଚନ୍ଦ୍ର ଭାରତୀ, ତିରୁପତିର ସାଧୁ ଡି ସିମାହାଜୀ ଏବଂ ଜଣେ ବ୍ୟବସାୟୀ ନନ୍ଦକୁମାର ବୋଲି ପରିଚୟ ଦେଇଛନ୍ତି ।












Click it and Unblock the Notifications