Get Updates
Get notified of breaking news, exclusive insights, and must-see stories!

ସୁଖୱିନ୍ଦର ସୁଖୁ ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ, ପ୍ରତିଭା ଗୋଷ୍ଠୀ ରଖିଲେ ଏହି ସର୍ତ୍ତ

ହିମାଚଳ ପ୍ରଦେଶର ପରବର୍ତ୍ତୀ ସିଏମ୍ ପାଇଁ ସୁଖବିନ୍ଦର ସୁଖୁଙ୍କ ନାମ ପ୍ରାୟ ଚୂଡାନ୍ତ ହୋଇଛି । ଏଥିରେ ମୋହର ଲଗାଇବା ପାଇଁ 4 ଟା ସମୟରେ ବିଧାୟକ ଦଳର ବୈଠକ ଡକାଯିବ ।

ସିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଂଗ୍ରେସ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି । ମୁଖ୍ୟମନ୍ତ୍ରୀ ଚୟନ କରିବା ନେଇ ନିଷ୍ପତ୍ତି ବର୍ତ୍ତମାନ କଂଗ୍ରେସ ହାଇକମାଣ୍ଡଙ୍କୁ ହସ୍ତାନ୍ତର କରାଯାଇଛି । ଏହି ସମୟରେ ମିଳିଥିବା ଖବର ଅନୁଯାୟୀ, ହିମାଚଳ ପ୍ରଦେଶର ପରବର୍ତ୍ତୀ ସିଏମ୍ ପାଇଁ ସୁଖବିନ୍ଦର ସୁଖୁଙ୍କ ନାମ ପ୍ରାୟ ଚୂଡାନ୍ତ ହୋଇଛି । ଏଥିରେ ମୋହର ଲଗାଇବା ପାଇଁ 4 ଟା ସମୟରେ ବିଧାୟକ ଦଳର ବୈଠକ ଡକାଯିବ ।

 Sukhwinder Singh Sukhu

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିମଲା ବିଧାୟକଙ୍କ ସହ ବୈଠକରେ ସୁଖବିନ୍ଦର ସିଂହ ସୁଖୁଙ୍କ ପକ୍ଷ ଭାରୀ ରହିଥିଲା । ନୂତନ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପୂର୍ବରୁ ପ୍ରତ୍ୟେକ ବିଧାୟକଙ୍କ ଠାରୁ ମତ ନିଆଯାଇଥିଲା । ପ୍ରାୟ 50 ପ୍ରତିଶତରୁ ଅଧିକ ବିଧାୟକ ସୁଖୁଙ୍କ ପକ୍ଷରେ ମତ ରଖିଛନ୍ତି । ଏହା ପରେ ଏହି ପଦ ପାଇଁ ମୁଖ୍ୟ ଦୌଡ଼ରେ ଥିବା ପ୍ରତିଭା ସିଂହ ରେସ୍ ରୁ ଓହରିଯାଇଛନ୍ତି । କିନ୍ତୁ ପ୍ରତିଭା ସିଂହଙ୍କ ପୁଅ ବିକ୍ରମାଦିତ୍ୟଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ହୋଇଛି ବୋଲି କୁହାଯାଉଛି ।

ଏହା ବ୍ୟତୀତ ପ୍ରତିଭା ସିଂହ ତାଙ୍କ ପକ୍ଷର ବିଧାୟକମାନଙ୍କ ପାଇଁ ଅଧିକ ମନ୍ତ୍ରୀପଦ ଦାବି କରୁଛନ୍ତି । ପ୍ରତିଭା ଜଣେ ସାଂସଦ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହେବା ନେଇ ତାଙ୍କ ଦାବି ଦୁର୍ବଳ ପଡ଼ିଛି ବୋଲି କୁହାଯାଉଛି । ତେଣୁ ଏହା ପରେ ସେ ନିଜର ଦବଦବା ବଜାୟ ରଖିବା ପାଇଁ ତାଙ୍କ ପକ୍ଷର ନେତାଙ୍କୁ ମନ୍ତ୍ରୀପଦ ବିଷୟରେ ଆଲୋଚନା କରୁଛନ୍ତି । ଏହା ବ୍ୟତୀତ ପ୍ରତିଭା ସିଂହ କିମ୍ବା ବିକ୍ରମାଦିତ୍ୟଙ୍କର ମଧ୍ୟ ପ୍ରଶାସନିକ ଅଭିଜ୍ଞତା ନାହିଁ । ଯାହା ତାଙ୍କ ଦାବିକୁ ଆହୁରି ଦୁର୍ବଳ କରୁଛି ।

ଅନ୍ୟପକ୍ଷରେ ପ୍ରାୟତଃ ମୁଖ୍ୟମନ୍ତ୍ରୀ ଭାବେ ନିଶ୍ଚିତ ହୋଇଥିବା ସୁଖବିନ୍ଦର ସିଂହ ସୁଖୁ ହିମାଚଳର ସବୁଠାରୁ ଶକ୍ତିଶାଳୀ ଜାତି ରାଜପୁତ ବଂଶରୁ ଆସିଛନ୍ତି । ଏହା ବ୍ୟତୀତ ସେ ନିର୍ବାଚନରେ କଂଗ୍ରେସ ପ୍ରଚାର କମିଟିର ସଭାପତି ଥିଲେ । ଏକ ସାଧାରଣ ପରିବାରରୁ ଆସି, NSUI ଏବଂ ଯୁବ କଂଗ୍ରେସର ରାଜ୍ୟ ସଭାପତି ରହିସାରିଛନ୍ତି । ସୁଖବିନ୍ଦର ସିଂ ସୁଖୁ ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି ବିବେଚନା କରାଯାଏ । ରାହୁଲ ହିଁ ତାଙ୍କୁ ହିମାଚଳ ପ୍ରଦେଶର ଦଳର ସଭାପତି କରିଥିଲେ ।

ସୁଖବିନ୍ଦର ସୁଖୁଙ୍କ ନାମରେ ଚର୍ଚ୍ଚା ଆରମ୍ଭ ହେବା ପରେ କଂଗ୍ରେସ ରାଜ୍ୟ ସଭାପତି ପ୍ରତିଭା ସିଂହ, ମୁକେଶ ଅଗ୍ନିହୋତ୍ରୀ, ବିକ୍ରମାଦିତ୍ୟ ସିଂହ, ପୂର୍ବତନ ରାଜ୍ୟ ସଭାପତି କୁଲଦୀପ ସିଂ ରାଠୋର, ହର୍ଷବର୍ଦ୍ଧନ ଚୌହାନ, ରୋହିତ ଠାକୁର, ସୁଦର୍ଶନ ସିଂହ ବବଲୁଙ୍କ ସମେତ ଅନେକ ବିଧାୟକ ହୋଟେଲରେ ପହଞ୍ଚିଥିଲେ । ସେମାନେ ପର୍ଯ୍ୟବେକ୍ଷକଙ୍କୁ ଭେଟିଥିଲେ । କୁହାଯାଉଛି ଯେ ବର୍ତ୍ତମାନ ପ୍ରତିଭାଙ୍କ ଶିବିରର ବିଧାୟକମାନଙ୍କୁ ଦିଆଯିବାକୁ ଥିବା ମନ୍ତ୍ରୀ ପଦବୀ ସମ୍ପର୍କରେ ଆଲୋଚନା ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+