ଲୋହରୀ ରେ ବଡ଼ ଉପହାର ଦେଲେ ସୁଖୁ ସରକାର, କାର୍ଯ୍ୟକାରୀ କଲେ ପୁରୁଣା ପେନସନ୍ ଯୋଜନା
ର୍ବାଚନୀ ପ୍ରତିଶ୍ରତି ପୂରଣ କରିଛନ୍ତି ରାଜ୍ୟ ସରକାର । ସରକାର ପ୍ରଥମ କ୍ୟାବିନେଟ୍ ବୈଠକରେ ପୁରୁଣା ପେନସନ୍ ଯୋଜନା ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ।
ସିମଲା : ହିମାଚଳ ପ୍ରଦେଶର ନବ ନିର୍ବାଚିତ ସୁଖୁ ସରକାର ଲୋହରୀରେ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ନିର୍ବାଚନୀ ପ୍ରତିଶ୍ରତି ପୂରଣ କରିଛନ୍ତି ରାଜ୍ୟ ସରକାର । ସରକାର ପ୍ରଥମ କ୍ୟାବିନେଟ୍ ବୈଠକରେ ପୁରୁଣା ପେନସନ୍ ଯୋଜନା ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ କରି ଲୋହରୀରେ ରାଜ୍ୟର 1.36 ଲକ୍ଷ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି ସୁଖୁ ସରକାର ।

କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ସୁଖୁ ସଚିବାଳୟ ବାହାରେ ଥିବା କର୍ମଚାରୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମୁଁ ଅର୍କିରେ ପ୍ରଥମ ଥର ପାଇଁ କହିଥିଲି ଯେ ପୁରୁଣା ପେନସନ୍ ଯୋଜନା ଲାଗୁ କରିବୁ । ବିଗତ ଦିନରେ, ଟଙ୍କା ନାହିଁ ବୋଲି ଅଧିକାରୀମାନେ ଏଥିରେ ବାଧା ସୃଷ୍ଟି କରିଆସୁଥିଲେ, କିନ୍ତୁ ମୁଁ ମୋର ସୂତ୍ର ଦେଇଥିଲି । ପେନସନ୍ କର୍ମଚାରୀଙ୍କ ଅଧିକାର ଥିଲା । କଂଗ୍ରେସ ପ୍ରତିଶ୍ରୁତି ଅନୁଯାୟୀ ପୁରୁଣା ପେନସନ୍ ଯୋଜନା ଲାଗୁ କରିଛି ।
ପୁରୁଣା ସରକାର ଛାଡିଛନ୍ତି 11000 କୋଟିର ବୋଝ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କର୍ମଚାରୀଙ୍କ 9000 କୋଟିରୁ ଅଧିକ ବକେୟା ଏବଂ 1000 କୋଟିରୁ ଅଧିକ ଡିଏ ସରକାରଙ୍କ ନିକଟରେ ବିଚାରାଧୀନ ଅଛି । ସୁଖୁ କହିଛନ୍ତି ଯେ ଯେତେବେଳେ ଆମେ ମୂଲ୍ୟାଙ୍କନ କଲି, ଜଣାପଡିଥିଲା ଯେ ପୂର୍ବ ସରକାର ଆମ ଉପରେ 11,000 କୋଟି ଟଙ୍କାର ବୋଝ ଲଦି ଯାଇଛନ୍ତି । ଷଷ୍ଠ ବେତନ ଆୟୋଗ କାର୍ଯ୍ୟକାରୀ ହେଲା । 1000 କୋଟିର DA ର ବକେୟା ଅର୍ଥ ପ୍ରଦାନ କରାଯାଇ ନାହିଁ । ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ 4,430 କୋଟି ଟଙ୍କା ଦେବା ବାକି ଅଛି । ପେନସନଭୋଗୀଙ୍କୁ 5,226 କୋଟି ଟଙ୍କା ଦେବାକୁ ପଡିବ ।
ମହିଳାଙ୍କୁ ମିଳିବ 1500 ଟଙ୍କା
ହିମାଚଳ ପୂର୍ବରୁ ରାଜସ୍ଥାନ, ଛତିଶଗଡ ଏବଂ ପଞ୍ଜାବ ରାଜ୍ୟ ସରକାର ମଧ୍ୟ ପୁରୁଣା ପେନସନ୍ ଯୋଜନା ଲାଗୁ କରିଛନ୍ତି । କିନ୍ତୁ 2002 ପରଠାରୁ କେନ୍ଦ୍ର ସରକାର ଏହି ରାଜ୍ୟଗୁଡିକରେ ଜମା ହୋଇଥିବା ପେନସନ୍ ପାଣ୍ଠି ଫେରସ୍ତ କରିବାକୁ ମନା କରି ଦେଇଛନ୍ତି । ଏହା ବ୍ୟତୀତ କ୍ୟାବିନେଟ ବୈଠକରେ ମହିଳାମାନଙ୍କୁ 1500 ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏକ ମାସ ମଧ୍ୟରେ କ୍ୟାବିନେଟ ଉପ-କମିଟି ଏହାର ରିପୋର୍ଟ ଦାଖଲ କରିବ ।
ଏଥି ସହିତ ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କ୍ୟାବିନେଟ ଏକ ଉପ-କମିଟି ଗଠନ କରିଛି । କ୍ୟାବିନେଟ ମନ୍ତ୍ରୀ ହର୍ଷବର୍ଦ୍ଧନ ଚୌହାନ, ଜଗତ ନେଗି ଏବଂ ରୋହିତ ଠାକୁର ମଧ୍ୟ ଏକ ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବେ । ନିର୍ବାଚନରେ କଂଗ୍ରେସ 5 ବର୍ଷରେ 5 ଲକ୍ଷ ଚାକିରୀ ଏବଂ ପ୍ରଥମ କ୍ୟାବିନେଟରେ ଏକ ଲକ୍ଷ ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲା । ଏ ନେଇ ସରକାର କାମ ଆରମ୍ଭ କରିଛନ୍ତି ।












Click it and Unblock the Notifications