ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ Live: ସରିଛି ଭୋଟ୍ ଗ୍ରହଣ, ଡିସେମ୍ବର 8 ରେ ଆସିବ ଫଳାଫଳ
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ମତଦାନ । 68 ଆସନ ପାଇଁ ହେବ ମତଦାନ । ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ଶିମଲା: ହିମାଚଳ ପ୍ରଦେଶର ୬୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ଅପରାହ୍ନ ୫ଟାରେ ଶେଷ ହୋଇଛି । ଡିସେମ୍ବର ୮ ତାରିଖରେ ଫଳାଫଳ ଗଣନା ହେବ । ଅପରାହ୍ନ 3 ଟା ପର୍ଯ୍ୟନ୍ତ ରାଜ୍ୟରେ 55 ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ଏବଂ ପୂର୍ବତନ ବିଜେପି ମୁଖ୍ୟ ସତପାଲ ସିଂ ସତିଙ୍କ ସମେତ ମୈଦାନରେ ଥିବା ୪୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ୫୫ ଲକ୍ଷରୁ ଅଧିକ ମତଦାତା ସ୍ଥିର କରିବେ।

Voting in Himachal Pradesh Assembly elections concludes.
EVMs and VVPATs being sealed and secured at polling booths in Dharamshala and Shimla
Counting of votes on December 8 pic.twitter.com/PF2wWWhgtD
— ANI (@ANI) November 12, 2022

37.19% voter turnout recorded in Himachal Pradesh till 1 pm #HimachalPradeshElections pic.twitter.com/pwK6PskHtu
— ANI (@ANI) November 12, 2022
Himachal Pradesh | Voters on their way to polling station Chasak Bhatori in Pangi tehsil of Chamba district#AssemblyPolls2022 pic.twitter.com/JM6aKqN8xn
— ANI (@ANI) November 12, 2022
#HimachalPradeshElections | I salute 1.2 lakh voters in the state who are above 80 yrs of age. Drawing inspiration from them, youth gets the opportunity to go ahead. We pay tribute to late Shyam Saran Negi, it will be a fitting tribute to him to cast votes in large numbers: CEC pic.twitter.com/q4R8Xy5Tac
— ANI (@ANI) November 12, 2022
ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ହିମାଚଳ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂ ଏବଂ ତାଙ୍କ ପୁଅ ତଥା ବିଧାୟକ ବିକ୍ରମାଦିତ୍ୟ ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର , ତାଙ୍କ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ସିଏଲପି ନେତା ମୁକେଶ ଅଗ୍ନିହୋତ୍ରୀଙ୍କ ସମେତ ଶୀର୍ଷ ନେତାମାନେ ୨୦୨୨ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଭୋଟରଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ବାହାରକୁ ଆସି "ଗଣତନ୍ତ୍ରର ପର୍ବ"ରେ ଅଂଶଗ୍ରହଣ କରନ୍ତୁ ଏବଂ ରେକର୍ଡ ସଂଖ୍ୟାରେ ଭୋଟ୍ ଦିଅନ୍ତୁ।
















Click it and Unblock the Notifications