Get Updates
Get notified of breaking news, exclusive insights, and must-see stories!

ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସର ମାନସମନ୍ଥନ, ସିମଲାରେ ନବ ନିର୍ବାଚିତ ବିଧାୟକଙ୍କ ବୈଠକ

ସଂଖ୍ୟାଗରିଷ୍ଠତା ପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀ ଭାବେ କାହାର ନାମ ଘୋଷଣା କରିବ । ବୀରଭଦ୍ର ସିଂହଙ୍କ ମୃତ୍ୟୁ ପରେ ଦଳ ଆଗରେ ନୂଆ ମୁଖ୍ୟମନ୍ତ୍ରୀ ପାଇଁ ନିଷ୍ପତ୍ତି ନେବା ଏକ ଆହ୍ୱାନ ପରି ମନେହୁଏ ।

ସିମଲା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି । ରାଜ୍ୟର 68 ଟି ସିଟ୍ ମଧ୍ୟରୁ 40 ଟି ଆସନ ହାସଲ କରି କଂଗ୍ରେସ 5 ବର୍ଷ ପରେ ପୁଣି କ୍ଷମତାକୁ ଫେରିଛି । ଅପରପକ୍ଷରେ ବିଜେପି ମାତ୍ର 25 ଟି ଆସନ ଜିତିଛି । ଏହି ସଂଖ୍ୟାଗରିଷ୍ଠତା ପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀ ଭାବେ କାହାର ନାମ ଘୋଷଣା କରିବ । ବୀରଭଦ୍ର ସିଂହଙ୍କ ମୃତ୍ୟୁ ପରେ ଦଳ ଆଗରେ ନୂଆ ମୁଖ୍ୟମନ୍ତ୍ରୀ ପାଇଁ ନିଷ୍ପତ୍ତି ନେବା ଏକ ଆହ୍ୱାନ ପରି ମନେହୁଏ । ଏ ନେଇ ଶୁକ୍ରବାର ଅର୍ଥାତ୍ ଆଜି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି ନିଆଯିବ ।

congress

କଂଗ୍ରେସ ହିମାଚଳରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଜି ଏହାର ନବ ନିର୍ବାଚିତ ବିଧାୟକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି । ଏହି ସଭା ସିମଲାରେ ହେବ । ଏହି ବୈଠକରେ ବିଧାୟକ ଦଳର ନେତା ଚୟନ କରିବାକୁ କଂଗ୍ରେସ ଅଧ୍ୟକ୍ଷ ଅନୁମତି ଦେଇଛନ୍ତି । ଏହାପୂର୍ବରୁ ଦଳ ଏହାର ସମସ୍ତ ବିଧାୟକଙ୍କୁ ଚଣ୍ଡିଗଡ଼କୁ ଡାକିଥିଲା, କିନ୍ତୁ ବିଧାନସଭା ନିର୍ବାଚନରେ ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପାଇବା ପରେ କାର୍ଯ୍ୟକ୍ରମ ପରିବର୍ତ୍ତନ କରାଯାଇଥିଲା । ହିମାଚଳ ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ରାଜୀବ ଶୁକ୍ଲା କହିଛନ୍ତି ଯେ ଫଳାଫଳ ଆସିବା ପରେ ଶୁକ୍ରବାର ଦିନ ସିମଲାରେ ଏକ ବୈଠକ ହେବ ଏବଂ ବିଧାୟକ ଦଳର ନେତା ନିର୍ବାଚିତ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ହିମାଚଳର ସିଏମ୍ ଚୟନ ଦାୟିତ୍ୱ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ଦଳର ବରିଷ୍ଠ ନେତା ଭୁପିନ୍ଦର ହୁଡାଙ୍କ ସମେତ ରାଜ୍ୟର ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ଦିଆଯାଇଛି । ଏହି ଦୁଇ ନେତା ଆଜି ସିମଲାରେ ପହଞ୍ଚିବେ । କୁହାଯାଉଛି ଯେ ଏହି ଦୁଇ ବରିଷ୍ଠ ନେତା ମଧ୍ୟ ବିଧାୟକଙ୍କ ବୈଠକରେ ଯୋଗ ଦେଇ ପାରନ୍ତି ।

ଏହି ସମୟରେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ରହିଛନ୍ତି ପ୍ରତୀଭା ସିଂହ । ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂହଙ୍କ ପତ୍ନୀ । ପ୍ରତିଭା ସିଂହ ହେଉଛନ୍ତି ମଣ୍ଡିର ଲୋକସଭା ସାଂସଦ ଏବଂ ପୂର୍ବତନ ରାଜପରିବାରର ସଦସ୍ୟା । ସେ ନିର୍ବାଚନରେ ଲଢିନଥିଲେ ସୁଦ୍ଧା ରାଜ୍ୟ ନିର୍ବାଚନୀ ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ । ତିନି ଦଶନ୍ଧି ଧରି ହିମାଚଳ ପ୍ରଦେଶ କଂଗ୍ରେସର ନେତୃତ୍ୱ ନେଇଥିବା ବୀରଭଦ୍ର ସିଂହଙ୍କ ଅନୁଗତ୍ୟ ବିଧାୟକମାନେ ପ୍ରତିଭାଙ୍କୁ ସମର୍ଥନ କରୁଛନ୍ତି । ଯଦି ପ୍ରତୀଭା ସିଂହ ରାଜ୍ୟର ନୂତନ ସିଏମ୍ ହୁଅନ୍ତି, ତେବେ ହିମାଚଳରେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ।

ପ୍ରତିଭାଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଉ ତିନି ଜଣ ଦୌଡ଼ରେ ଅଛନ୍ତି । ସେମାନେ ହେଉଛନ୍ତି, ରାଜ୍ୟର ପୂର୍ବତନ କଂଗ୍ରେସ ମୁଖ୍ୟ ସୁଖୱିନ୍ଦର୍‌ ସିଂହ ସୁଖୁ, ବିଧାୟକ ଦଳର ପୂର୍ବତନ ନେତା ମୁକେଶ ଅଗ୍ନିହୋତ୍ରୀ ଏବଂ ହର୍ଷବର୍ଦ୍ଧନ ଚୌହାନ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+