ହିମାଚଳ ପ୍ରଦେଶରେ 68 ଆସନ ପାଇଁ ଜାରି ରହିଛି ମତଦାନ, 412 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । 68 ଆସନ ପାଇଁ ହେଉଛି ମତଦାନ । ମତଦାନ ସକାଳ 8 ଟାରୁ ଆରମ୍ଭ ହୋଇ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଜାରି ରହିବ ।
ସିମଲା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । 68 ଆସନ ପାଇଁ ହେଉଛି ମତଦାନ । ମତଦାନ ସକାଳ 8 ଟାରୁ ଆରମ୍ଭ ହୋଇ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଜାରି ରହିବ ।

ନିର୍ବାଚନରେ ମୋଟ 412 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥିମଧ୍ୟରୁ 24 ଜଣ ମହିଳା ଥିବାବେଳେ 388 ଜଣ ପୁରୁଷ । ସରକାରୀ ତଥ୍ୟ ଅନୁଯାୟୀ ମୋଟ 55.93 ଲକ୍ଷ ଭୋଟର ରାଜ୍ୟର ନିର୍ବାଚନ ତାଲିକାରେ ଅଛନ୍ତି । ମତଦାନ ପାଇଁ 7,881 ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।
ହିମାଚଳରେ ପ୍ରତିଦ୍ୱନ୍ଦିତା କରୁଥିବା 412 ପ୍ରାର୍ଥୀଙ୍କ ମଧ୍ୟରୁ 201 ଜଣ ଜାତୀୟ ଦଳର ଏବଂ 67 ଜଣ ଆଞ୍ଚଳିକ ଦଳରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି 99 ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି । 94 ଜଣ ପ୍ରାର୍ଥୀ ଅପରାଧିକ ମାମଲାର ସାମ୍ନା କରୁଥିବା ବେଳେ 338 ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ନେଇ ଘୋଷଣା କରିଛନ୍ତି । କଂଗ୍ରେସରେ ସବୁଠାରୁ ଅଧିକ ଅପରାଧ ରେକର୍ଡ ଥିବା ପ୍ରାର୍ଥୀ ଅଛନ୍ତି । କଂଗ୍ରେସର 36 ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିବା ବେଳେ ବିଜେପିର ଏବଂ ଆପ୍ର 12 ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।












Click it and Unblock the Notifications