ମୁଖ୍ୟମନ୍ତ୍ରୀ ହେବାକୁ ଅଣ୍ଟା ଭିଡ଼ୁଛନ୍ତି ପ୍ରତିଭା ସିଂହ, କହିଲେ - ସୁଯୋଗ ମିଳିଲେ ସିଏମ୍ ପଦ ସମ୍ଭାଳିପାରିବି
ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରିବା ଆରମ୍ଭ କରିଦେଇଛନ୍ତି ।
ସିମଲା : ହିମାଚଳ ପ୍ରଦେଶରେ ବହୁମତ ପାଇବା ପରେ କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଯଦିଓ ଏ ନେଇ ଆଜି ସିମଲାରେ ବିଧାୟକ ଦଳ ବୈଠକ ହେବ, ତା ପୂର୍ବରୁ ଦଳ ସାମ୍ନାରେ ଚାରି ଜଣ ନେତା ଏହି ଦୌଡ଼ରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଧାୟକ ମାନେ ଚୟନ କରିବେ କିମ୍ବା ଅନ୍ୟ କାହା ନାମରେ ମୋହର ଲାଗିବ ତାହା ବୈଠକରେ ନିଷ୍ପତ୍ତି ନିଆଯିବ । ଦଳର ବୈଠକ ଶେଷ ହେବା ପରେ ଦଳର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବେ । କିନ୍ତୁ ଏହି ବୈଠକ ପୂର୍ବରୁ, ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରିବା ଆରମ୍ଭ କରିଦେଇଛନ୍ତି ।

ଏକ ସାକ୍ଷାତକାରରେ ପ୍ରତିଭା ସିଂହ କହିଛନ୍ତି ଯେ ଏହି ନିର୍ବାଚନ ତାଙ୍କ ସ୍ୱାମୀଙ୍କ ନାମରେ ଲଢା ହୋଇଛି ଯାହାକୁ ଆମେ ଜିତିଛୁ । ଏପରି ପରିସ୍ଥିତିରେ, ତାଙ୍କର ଉତ୍ତରାଧିକାରୀକୁ ଅଣଦେଖା କରିବା ଭୁଲ ହେବ ।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ବୀରଭଦ୍ର ସିଂହଙ୍କର ଦେହାନ୍ତ ହୋଇଥିଲା । ସେ ହିମାଚଳର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ବିଷୟରେ ଏନଡିଟିଭି ସହ କଥାବାର୍ତ୍ତା କରି ପ୍ରତିବା ସିଂହ କହିଛନ୍ତି ଯେ ମୁଁ ଅନୁଭବ କରୁଛି ଯେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟକୁ ନେତୃତ୍ୱ ନେଇପାରିବି କାରଣ ସୋନିଆ ଜୀ ଏବଂ ହାଇକମାଣ୍ଡ ନିର୍ବାଚନ ପୂର୍ବରୁ ଦଳର ନେତୃତ୍ୱ ନେବାକୁ ମୋତେ ଦାୟିତ୍ୱ ଦେଇଥିଲେ ।
ସେ ଆହୁରି କହିଛନ୍ତି, " ବୀରଭଦ୍ରା ସିଂହଙ୍କ ନାମରେ ନିର୍ବାଚନ ଲଢାଯାଇଥିଲା ଏବଂ ଜିତିଲୁ । ବର୍ତ୍ତମାନ ବୀରଭଦ୍ର ସିଂହଙ୍କ ପରିବାରକୁ ଦୂରେଇ ରଖିବା ଠିକ୍ ହେବ ନାହିଁ । ଆମେ 40 ଟି ଆସନ ଜିତିଥିଲୁ କାରଣ ଲୋକଙ୍କ ସହ କେବଳ ବୀରଭଦ୍ର ସିଂହଙ୍କ ଭାବନା ରହିଛି ।"
ପ୍ରତିୁଭା ସିଂହ ହେଉଛନ୍ତି ମଣ୍ଡି ଲୋକସଭା ଆସନରୁ ସାଂସଦ । ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି । କିନ୍ତୁ ତାଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ସଫଳତା ପାଇଛି । ଏପରିକି ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି ।
ଏହା ବ୍ୟତୀତ ଅନ୍ୟ ତିନିଜଣ ନାମ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛି । ସେମାନେ ହେଉଛନ୍ତି ପୂର୍ବତନ ରାଜ୍ୟ ସଭାପତି ସୁଖବିନ୍ଦର ସିଂ ସୁଖୁ, ବିଧାନସଭାରେ କଂଗ୍ରେସ ବିଧାନସଭା ଦଳର ନେତା ମୁକେଶ ଅଗ୍ନିହୋତ୍ରୀ ଏବଂ ହର୍ଷବର୍ଦ୍ଧନ ଚୌହାନ । କଂଗ୍ରେସର ବରିଷ୍ଠ ନେତାମାନେ ଅପରାହ୍ନ 3 ଟାରେ ସିମଲାରେ ନବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପଦ ବିଷୟରେ ଆଲୋଚନା କରିବେ ।












Click it and Unblock the Notifications