Get Updates
Get notified of breaking news, exclusive insights, and must-see stories!

ଘୃଣା ଭାଷଣ ମାମଲା : ଆଜମ ଖାନଙ୍କ ସମେତ 3 ଅଭିଯୁକ୍ତଙ୍କୁ 3 ବର୍ଷ ଜେଲ, 2000 ଟଙ୍କା ଜୋରିମାନା

ସମାଜବାଦୀ ପାର୍ଟି (ଏସପି) ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ଉତ୍ତେଜନାମୂଳକ ଭାଷଣ ମାମଲାରେ ବଡ଼ ଝଟକା ଲାଗିଛି । ରାମପୁର କୋର୍ଟ ଆଜମ ଖାନ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ଦିନ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ଏସପି) ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ଉତ୍ତେଜନାମୂଳକ ଭାଷଣ ମାମଲାରେ ବଡ଼ ଝଟକା ଲାଗିଛି । ରାମପୁର କୋର୍ଟ ଆଜମ ଖାନ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ଦିନ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ 2000 ଟଙ୍କା ଜରିମାନା କରିଛନ୍ତି । ତେବେ ଆଜମଙ୍କୁ ଜାମିନ ମିଳିଛି ।

Azam Khan

ଏହି ମାମଲାର ଶୁଣାଣି ବେଳେ କୋର୍ଟ ଆଜମ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅପରାହ୍ନ 3 ଟାରେ କୋର୍ଟ ଏହି ଦଣ୍ଡ ଘୋଷଣା କରିଛନ୍ତି । ଦଣ୍ଡ ଘୋଷଣା ପରେ ଆଜମ ଖାନ କହିଛନ୍ତି ଯେ ସେ କୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି । ଆଜମ କହିଛନ୍ତି, "ମୁଁ ବହୁତ କଷ୍ଟ ପାଇଛି ଏବଂ ତଥାପି ଦୁଇ ଗୋଡରେ ଠିଆ ହୋଇଛି, ଆଗକୁ କଣ ହେବ ଦେଖାଯିବ ।

ଆଜମ ଖାନଙ୍କ ଓକିଲ ବିନୋଦ ଯାଦବ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ବିଚାର ପଢି ନାହାଁନ୍ତି । କିନ୍ତୁ ସେ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିବେ । ଜାମିନ ମିଳିଛି । ଆବେଦନ କରିବାକୁ ଏକ ସପ୍ତାହ ସମୟ ଦିଆଯାଇଛି । କୋର୍ଟଙ୍କ ଦ୍ୱାରା 3 ବର୍ଷ ଜେଲ ଦଣ୍ଡାଦେଶ ହେବା ପରେ ଆଜମ ଖାନ କହିଛନ୍ତି ଯେ ଏହା ହେଉଛି ସର୍ବାଧିକ ଦଣ୍ଡ, ଯେଉଁଥିରେ ଜାମିନ ଏକ ବାଧ୍ୟତାମୂଳକ ବ୍ୟବସ୍ଥା, ଯାହା ଆଧାରରେ ଜାମିନ ପ୍ରଦାନ କରାଯାଇଛି । କିନ୍ତୁ ମୁଁ ନ୍ୟାୟ ଉପରେ ବିଶ୍ୱାସ କରିଥିଲି ।

ଉଲ୍ଲେଖଯୋଗ୍ୟ, 2019 ଲୋକସଭା ନିର୍ବାଚନ ସମୟରେ ରାମପୁରର ମିଲକ ବିଧାନସଭା କ୍ଷେତ୍ରରେ ଏକ ନିର୍ବାଚନ ଭାଷଣ ସମୟରେ ଆଜମ ଖାନ ଏକ ଆପତ୍ତିଜନକ ତଥା ଉତ୍ତେଜକ ଭାଷଣ ଦେଇଥିଲେ । ବିଜେପି ନେତା ଆକାଶ ସକ୍ସେନା ଏ ବିଷୟରେ ଅଭିଯୋଗ କରିଥିଲେ । ରାମପୁରର ସାଂସଦ-ବିଧାୟକ କୋର୍ଟ 27 ଅକ୍ଟୋବରରେ ରାୟ ଦେଇଥିବାବେଳେ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+