Get Updates
Get notified of breaking news, exclusive insights, and must-see stories!

ରାଜ୍ୟସଭା ନିର୍ବାଚନରେ ଟ୍ୱିଷ୍ଟ : ବିଜେପିକୁ ଭୋଟ ହେଲେ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ, ହାରିଗଲେ ଅଜୟ ମାକେନ୍

ଆଦମପୁର କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ନିଜ ଦଳକୁ ଛାଡ଼ି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । କୁଲତଦୀସପ କଂଗ୍ରେସ ପ୍ରାର୍ଥୀ ଅଜୟ ମାରକେନଙ୍କୁ ଭୋଟ୍ ଦେଇନାହାଁନ୍ତି ଫଳରେ ସେ ରାଜ୍ୟସଭା ନିର୍ବାଚନ ହାରି ଯାଇଛନ୍ତି ।

ନୂଆଦିଲ୍ଲୀ : ହରିୟାଣାରେ ଦୁଇଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି । ହରିୟାଣା ରାଜ୍ୟସଭା ନିର୍ବାଚନରେ ଗତକାଲି ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଆଦମପୁର କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ନିଜ ଦଳକୁ ଛାଡ଼ି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । କୁଲତଦୀସପ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କୁ ଭୋଟ୍ ଦେଇନାହାଁନ୍ତି ଫଳରେ ସେ ରାଜ୍ୟସଭା ନିର୍ବାଚନ ହାରି ଯାଇଛନ୍ତି । ନିର୍ବାଚନ ଆୟୋଗ (ଇସି) ହରିୟାଣାର ଦୁଇଟି ରାଜ୍ୟସଭା ଆସନରେ ବିଜେପି ପ୍ରାର୍ଥୀ କୃଷ୍ଣ ପାନୱାର ଏବଂ ବିଜେପି-ଜେଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମାଙ୍କୁ ବିଜେତା ଘୋଷଣା କରିଛି । କଂଗ୍ରେସର ଅଜୟ ମାକେନ୍ ଶର୍ମା ନିର୍ବାଚନ ହାରିଛନ୍ତି ।

Ajay maken

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଆଦମପୁର କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ତାଙ୍କ ବିବେକର କଥା ଶୁଣି କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କୁ ଭୋଟ୍ ଦେଇ ନ ଥିବାରୁ ତାଙ୍କ ଭୋଟ୍ ଖାରଜ ହୋଇଛି । ହରିୟାଣା ସିଏମ ଖଟ୍ଟର କହିଛନ୍ତି, ''କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ତାଙ୍କ ବିବେକ କଥା ଶୁଣିବା ପରେ ଖୋଲାଖୋଲି ମତ ଦେଇଛନ୍ତି । ମୁଁ କହିପାରେ ଯେ ପିଏମ ମୋଦୀଙ୍କ ନୀତି ଏବଂ ଆଦର୍ଶ ଉପରେ ତାଙ୍କର ବିଶ୍ୱାସ ଅଛି । ଏହା ପରେ କଂଗ୍ରେସ ଦଳ ତାଙ୍କ ସହ କଣ କରିବ ବୋଲି ସେ ଭାବି ନଥିଲେ ।''

ହରିୟାଣା ରାଜ୍ୟସଭା ନିର୍ବାଚନର ଫଳାଫଳ ଉପରେ ସିଏମ ଖଟ୍ଟର କହିଛନ୍ତି ଯେ ଏହା ଆମ ପାଇଁ ଖୁସିର ବିଷୟ। କୃଷ୍ଣ ଲାଲ ପାନୱାର ଏବଂ କାର୍ତ୍ତିକେୟ ଶର୍ମାଙ୍କୁ ଜିତାଇଥିବାରୁ ମୁଁ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଦେଉଛି । ଗଣତନ୍ତ୍ର ପାଇଁ ଏହା ଏକ ବିଜୟ । ମୁଁ ଆଶା କରୁଛି ଯେ ଉଭୟ ଗୃହ ହରିୟାଣାର ଲୋକଙ୍କ ସହ ଜଡିତ ବିଷୟ ଉଠାଇବେ ।

ହରିୟାଣା କଂଗ୍ରେସ ବିଧାୟକ ଭାରତ ଭୂଷଣ ବତ୍ରା କହିଛନ୍ତି ଯେ କଂଗ୍ରେସର ଅଜୟ ମାକେନ୍ ବହୁତ କମ୍ ଭୋଟରେ ହାରିଛନ୍ତି । ଶନିବାର ଦିନ ହରିୟାଣାରେ ଭୋଟ୍ ଗଣନା ଆରମ୍ଭ ହୋଇଥିଲା । ବାସ୍ତବରେ, ବିଜେପି-ଜେଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ଭାରତର ନିର୍ବାଚନ ଆୟୋଗକୁ ଚିଠି ଲେଖି କଂଗ୍ରେସ ବିଧାୟକ କିରଣ ଚୌଧୁରୀ ଏବଂ ବିବି ବତ୍ରାଙ୍କ ଭୋଟ୍ ବାତିଲ କରିବାକୁ ଦାବି କରିଛନ୍ତି । ଭୋଟ୍‌ର ଗୋପନୀୟତା ନିୟମ ଉଲଙ୍ଘନକୁ ନେଇ ସେ ଅଭିଯୋଗ କରିଥିଲେ ।
ଏହାପୂର୍ବରୁ ଶୁକ୍ରବାର (ଜୁନ୍ 10), ଅଜୟ ମାକେନ୍ ଭାରତର ନିର୍ବାଚନ ଆୟୋଗକୁ ଏକ ଚିଠି ଲେଖି କହିଛନ୍ତି ଯେ ବିଜେପି-ଜେଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମାଙ୍କ ଦାବି ଖାରଜ କରାଯାଉ ଏବଂ ଫଳାଫଳ ଶୀଘ୍ର ଘୋଷଣା କରାଯାଉ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+